ଏଥର ଦୀପାବଳିରେ କେବଳ ୨ ଘଣ୍ଟାରେ ସୀମିତ ରହିବ ବାଣଫୁଟା

ଦୀପାବଳି ପୂର୍ବରୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ଚଳିତ ବର୍ଷ ଦୀପାବଳିରେ ବାଣ ଫୁଟେଇବା ଲାଗି ସମୟ ବି ନିର୍ଦ୍ଧାରିତ ହୋଇଛି। ଏଥର କେବଳ ୭ରୁ ୯ଟା ଭିତରେ ସୀମିତ ରହିବ ବାଣଫୁଟା।

Firecrackers stop in Delhi during Diwali:  ban will continue

ଭୁବନେଶ୍ବର: ଦୀପାବଳି ପୂର୍ବରୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି।ଚଳିତ ବର୍ଷ ଦୀପାବଳିରେ ବାଣ ଫୁଟେଇବା ଲାଗି ସମୟ ବି ନିର୍ଦ୍ଧାରିତ ହୋଇଛି। ଏଥର କେବଳ ୭ରୁ ୯ଟା ଭିତରେ ସୀମିତ ରହିବ ବାଣଫୁଟା।

ଦୀପାବଳି ପୂର୍ବରୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି।ଚଳିତ ବର୍ଷ ଦୀପାବଳିରେ ବାଣ ଫୁଟେଇବା ଲାଗି ସମୟ ବି ନିର୍ଦ୍ଧାରିତ ହୋଇଛି। ଏଥର କେବଳ ୭ରୁ ୯ଟା ଭିତରେ ସୀମିତ ରହିବ ବାଣଫୁଟା।

 ଏହି ନିୟମକୁ ସମସ୍ତେ ମାନିବାକୁ ଅନୁରୋଧ କରାଯାଇଛି। ଯେଉଁମାନେ ଏଥିରେ ଖିଲାପ କରିବେ, ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାଯାଇଛି।

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପରିବେଶ ବିଜ୍ଞାନୀ ନିହାର ରଞ୍ଜନ ସାହୁ କହିଛନ୍ତି,  ଯେ କୌଣସି ବାଣର ୧୨୫ ଟିବିରୁ ଅଧିକ ଶବ୍ଦ ହୋଇପାରିବ ନାହିଁ। ବିଶେଷ ଭାବରେ ବଗିଚା, ପାର୍କ, ହସ୍ପିଟାଲ, ଶିକ୍ଷାନୁଷ୍ଠାନ, କୋର୍ଟ, ଧାର୍ମିକ ସ୍ଥାନ ଇତ୍ୟାଦିର ୧୦୦ ମିଟର ଦୂରତା ଭିତରେ ବାଣ ଫୁଟାଇ ପାରିବେ ନାହିଁ। ଦୋକାନ, ଅଗ୍ନ ପ୍ରବଣ ସ୍ଥାନ, ରାସ୍ତା ଏବଂ ଅଧିକ ଯାତାୟାତ ସ୍ଥାନରେ ବାଣ ଫୁଟାଇବାକୁ ବାରଣ କରାଯାଇଛି। ସେହିପରି ୧୦ ବର୍ଷରୁ କମ୍ ବୟସର ଶିଶୁମାନେ ଶବ୍ଦ ସୃଷ୍ଟି କରୁଥିବା ବାଣ ଫୁଟାଇବାକୁ ଅନୁମତି ଦିଆଯାଇନାହିଁ। ଆଗକୁ ଜିଲ୍ଲା ପ୍ରଶାସନ ଓ ପୁଲିସ ସହ ମିଳିତ ଭାବେ ବିଭିନ୍ନ ବାଣ ଦୋକନରେ ଚଢ଼ଉ କରାଯିବ। 

Diwali 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe