ନିଜ ପାଇଁ ହିଁ ଚିନ୍ତା କରନ୍ତୁ, ଭବିଷ୍ୟତର ପିଢ଼ି ପାଇଁ ଚିନ୍ତା କରୁଛନ୍ତି ବୋଲି ଭାବନ୍ତୁ ନାହିଁ: କରୁଣା ସିଂହ

Advertisment

ପରିବେଶକୁ ଭଲ ରଖିପାରିଲେ ଆମେ ମଧ୍ୟ ଭଲରେ ବଞ୍ଚିପାରିବା। ପ୍ରଦୂଷିତ ଜଳବାୟୁକୁ ଠିକ କରିବା ପାଇଁ ଯୁବବର୍ଗ ବହୁତ ପରିଶ୍ରମ କରିପାରିବେ। ସମସ୍ତେ ଏକାଠି ହେଲେ ପରିବେଶ ସୁରକ୍ଷିତ ହୋଇପାରିବ।

ପରିବେଶକୁ ଭଲ ରଖିପାରିଲେ ଆମେ ମଧ୍ୟ ଭଲରେ ବଞ୍ଚିପାରିବା। ପ୍ରଦୂଷିତ ଜଳବାୟୁକୁ ଠିକ କରିବା ପାଇଁ ଯୁବବର୍ଗ ବହୁତ ପରିଶ୍ରମ କରିପାରିବେ। ସମସ୍ତେ ଏକାଠି ହେଲେ ପରିବେଶ ସୁରକ୍ଷିତ ହୋଇପାରିବ।

karuna

ଭୁବନେଶ୍ବର: ପ୍ରଦୂଷିତ ବାୟୁକୁ ଆମେ ଆଗାମୀ ୧୫ରୁ ୨୦ ବର୍ଷ ପାଇଁ ଶ୍ବାସକ୍ରିୟାରେ ବ୍ୟବହାର ପାରିବା କି? ଏହି ପ୍ରକାର ବାୟୁରେ ଆମେ ସୁସ୍ଥ ରହିପାରିବା କି? ଏହାର ଉତ୍ତର ନିଶ୍ଚିତ ଭାବେ ନାଁ ହିଁ ହେବ। ତେଣୁ ଚିନ୍ତା କରିବାର ବେଳ ଆସିଛି ଓ ନିଜ ପାଇଁ ହିଁ କିଛି କରିବାର ସମୟ ଆସିଛି। କେବେ ବି ଭାବନ୍ତୁନି ଯେ, ଆପଣ ଭବିଷ୍ୟତର ପିଢି ପାଇଁ କରୁଛନ୍ତି। ମୁଁ କହୁଛି ଆପଣ ଭଲ ଜୀବନ ବିତାନ୍ତୁ, ଯାହା ପୃଥିବୀ ପାଇଁ ଭଲ ହେବ। ଯଦି ଆପଣ ଏପରି କରିବେନି, ତେବେ ଆପଣ ହିଁ ନିଜ ସ୍ୱାସ୍ଥ୍ୟ ଖରାପ ପାଇଁ ଟଙ୍କା ହରାଇବେ। ଆର୍ଥ ଡେ ନେଟୱର୍କର ଆଞ୍ଚଳିକ ନିର୍ଦ୍ଦେଶିକା କରୁଣା ସିଂହ ଶୁକ୍ରବାର ଏହା କହିଛନ୍ତି।

ସମ୍ବାଦ ଗ୍ରୁପ ପକ୍ଷରୁ ଭୁବନେଶ୍ବରରେ ଆୟୋଜିତ ତିନିଦିନିଆ ‘ପୁନଶ୍ଚ ପୃଥିବୀ’ ମହାସମ୍ମିଳନୀର ଉଦ୍‌ଯାପନୀ ଅବସରରେ ଶୁକ୍ରବାର ଅପରାହ୍‌‌ଣରେ ଯୋଗଦେଇ ଶ୍ରୀମତୀ ସିଂହ କହିଛନ୍ତି, ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଧ୍ୟ ପୂର୍ବରୁ କହିସାରିଛି ଯେ, ଜଳବାୟୁ ପରିବର୍ତ୍ତନ ହିଁ ସ୍ୱାସ୍ଥ୍ୟ ପାଇଁ ବଡ଼ ବିପଦ ଆଣିବ। ତେଣୁ ନିଜ ପାଇଁ ହିଁ ଚିନ୍ତା କରନ୍ତୁ ଓ ଭବିଷ୍ୟତର ପିଢି ପାଇଁ ଚିନ୍ତା କରୁଛନ୍ତି ବୋଲି ଭାବନ୍ତୁ ନାହିଁ।

ଶ୍ରୀମତୀ ସିଂହ କହିଛନ୍ତି, ପରିବେଶର ସୁରକ୍ଷା ପାଇଁ ଆର୍ଥ ଡେ ନେଟୱର୍କ ସହିତ ଏବେ ୫୦,୦୦୦ ସଂଗଠନ ଜଡ଼ିତ ଅଛନ୍ତି। ଏହି ନେଟୱର୍କ ୯୨ଟି ଦେଶକୁ ବ୍ୟାପିଛି। ଲୋକମାନେ ସମର୍ଥନ କରୁଛନ୍ତି। ଯୁବବର୍ଗମାନଙ୍କ ଠାରେ ଶକ୍ତି ରହିଛି। ସେମାନେ କୌଣସି କାମ କରିବାକୁ ସାମର୍ଥ୍ୟ ହୋଇପାରିବେ। ଯୁବବର୍ଗଙ୍କ ପାଖରେ ନୂତନ ଜ୍ଞାନ କୌଶଳ ରହିଛି। ପରିବେଶକୁ ଭଲ ରଖିପାରିଲେ ଆମେ ମଧ୍ୟ ଭଲରେ ବଞ୍ଚିପାରିବା। ପ୍ରଦୂଷିତ ଜଳବାୟୁକୁ ଠିକ କରିବା ପାଇଁ ଯୁବବର୍ଗ ବହୁତ ପରିଶ୍ରମ କରିପାରିବେ। ସମସ୍ତେ ଏକାଠି ହେଲେ ପରିବେଶ ସୁରକ୍ଷିତ ହୋଇପାରିବ।

ସମାରୋହର ଅନ୍ୟତମ ଅତିଥି ତଥା ହାଇଦ୍ରାବାଦସ୍ଥିତ ଆମେରିକାର କନସୁଲ ଜେନେରାଲ ଜେନିଫର ଲାର୍ସନ କହିଥିଲେ, ବର୍ଷକ ପୂର୍ବରୁ ହାଇଦ୍ରାବାଦରେ ଆମର ନୂଆ କନସୁଲେଟ୍ ଅଫିସ ଉଦଘାଟିତ ହୋଇଛି। ଆମେ ସେଠାରେ ଜଳ ସଂରକ୍ଷଣ ପାଇଁ ବ୍ୟବସ୍ଥା କରିଛୁ। ୯୦ ପ୍ରତିଶତ ସୌରଶକ୍ତି ବ୍ୟବହାର କରୁଛୁ। ଏହା ପରିବେଶ ପାଇଁ ଯଥେଷ୍ଟ ନହେଲେ ବି କିଛି ମାତ୍ରାରେ ଆମେ ପରିବେଶ କଥା ଚିନ୍ତା କରୁଛୁ। ଭାରତ ଏକ ବିଶାଳ ଗଣତାନ୍ତ୍ରିକ ରାଷ୍ଟ୍ର। ତେଣୁ ଲୋକମାନେ ଚାହିଁଲେ ପ୍ରକୃତିର ସୁରକ୍ଷା ପାଇଁ ଅନେକ କିଛି କରିପାରିବେ। 

p

ହାଇଦ୍ରାବାଦ୍‌ସ୍ଥିତ କନସୁଲେଟ୍ ଅଫିସରେ ୯୦ ପ୍ରତିଶତ ସୌରଶକ୍ତି ବ୍ୟବହାର ହେଉଛି। ଏହା ପରିବେଶ ପାଇଁ ଯଥେଷ୍ଟ ନହେଲେ ବି କିଛି ମାତ୍ରାରେ ଭଲ। ଭାରତ ଏକ ବିଶାଳ ଗଣତାନ୍ତ୍ରିକ ରାଷ୍ଟ୍ର। ତେଣୁ ଲୋକମାନେ ଚାହିଁଲେ ପ୍ରକୃତିର ସୁରକ୍ଷା ପାଇଁ ଅନେକ କିଛି କରିହେବ।

ଶ୍ରୀମତୀ ଲାର୍ସନ କହିଥିଲେ, ପୁନଶ୍ଚ ପୃଥିବୀ ଅଭିଯାନ ଏବେ ଆନ୍ଦୋଳନରେ ପରିଣତ ହୋଇଛି। ଗାଁଠୁ ସହରୀ ଲୋକ ଏବଂ ଶିଳ୍ପପତିଙ୍କଠୁ ଆରମ୍ଭ କରି ସରକାରଙ୍କୁ ଏଥିରେ ସାମିଲ କରିବା ଏକ ପ୍ରଶଂସନୀୟ ଉଦ୍ୟମ। ସାରା ବିଶ୍ୱ ଜଳବାୟୁ ପରିବର୍ତ୍ତନର ସମ୍ମୁଖୀନ ହେଉଥିବାବେଳେ ସମ୍ବାଦ ଗ୍ରୁପ ଏକ ବଡ଼ ପଦକ୍ଷେପ ନେଇଛି। କ୍ଲାଇମେଟ୍ ପଞ୍ଚାୟତ ଦ୍ୱାରା ଲୋକଙ୍କୁ ସଚେତନ କରାଇବା କିଛି ଛୋଟ କଥା ନୁହେଁ । ବିଶାଳ ରାଷ୍ଟ୍ରରେ ପୃଥିବୀକୁ ଯେମିତି ହେଲେ ସୁରକ୍ଷା ଦେବାକୁ ହେବ ତେଣୁ ଆମ୍ଭମାନଙ୍କ ଭୂମିକା ଛୋଟ ହେଲେ ବି ପ୍ରକୃତି ପାଇଁ ତାହା କମ୍ ନୁହେଁ।

ଆଇନଜୀବୀ ତଥା କ୍ଲାଇମେଟ ନେଟୱର୍କର ପ୍ରତିଷ୍ଠାତା ଲିପସା ଧଳ ଏହି ଅଧିବେଶନର ପରିଚାଳନା କରିଥିଲେ। ସେ କହିଥିଲେ, ଜଳବାୟୁର ସୁରକ୍ଷା ପାଇଁ ଯୁବବର୍ଗଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ। ଯୁବବର୍ଗଙ୍କ ପାଖରେ ଜଳବାୟୁ ପରିବର୍ତ୍ତନ ମୁକାବିଲା ପାଇଁ ଶକ୍ତି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe