ଧରାକୋଟ ଅଞ୍ଚଳରେ ପାଗଳା କୁକୁର କାମୁଡ଼ା ଆତଙ୍କ

ଗତ ଦୁଇ ଦିନ ହେବ ଧରାକୋଟ ବ୍ଲକର କୁସୁରାବ, ଲକ୍ଷ୍ମୀପୁର, ବରିଗୁଡା ଗ୍ରାମରେ ପାଗଳା କୁକୁର ଆକ୍ରମଣରେ ଯୁବକ, ବୃଦ୍ଧ, ମହିଳାମାନେ ଶିକାର ହୋଇଥିବା ଦେଖିବାକୁ ମିଳିଛିl

Dharakote

ଧରାକୋଟ: ଗତ ଦୁଇ ଦିନ ହେବ ଧରାକୋଟ ବ୍ଲକର କୁସୁରାବ, ଲକ୍ଷ୍ମୀପୁର, ବରିଗୁଡା ଗ୍ରାମରେ ପାଗଳା କୁକୁର ଆକ୍ରମଣରେ ଯୁବକ, ବୃଦ୍ଧ, ମହିଳାମାନେ ଶିକାର ହୋଇଥିବା ଦେଖିବାକୁ ମିଳିଛିl ଘରୁ ବାହାରି ଚାଷଜମିକୁ ଯିବା ବେଳେ, ମନ୍ଦିରରୁ ଫେରିଲା ସମୟରେ, ଶୌଚ ସାରି ଆସୁଥିବା ବେଳେ କିମ୍ବା ରାସ୍ତାରେ ଚାଲିଯିବା ସମୟରେ ହଠାତ କୁକୁର ମାନେ କାମୁଡି ରକ୍ତାକ୍ତ କରୁଥିବା ଦେଖିବାକୁ ମିଳିଛିl

ଆହତମାନଙ୍କୁ ନିକଟସ୍ଥ ଆସିକା ଉପ ଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା କରାଯିବା ସହିତ  ରାବିଜ ଟୀକା ପ୍ରଦାନ କରାଯାଇଛିl ଆସିକା ମେଡିକାଲକୁ କୁକୁର କାମୁଡ଼ାରେ ଆସିଥିବା ଲୋକମାନେ ହେଉଛନ୍ତି ଧରାକୋଟ ବ୍ଲକର କୁସୁରାବ ଗ୍ରାମର ବିପ୍ର ପ୍ରଧାନ, ରମେଶ ଗୌଡ଼, ଅଶ୍ୱିନୀ ଡାକୁଆ, ଇନ୍ଦ୍ର ରାଉତ, କାଶୀନାଥ ଜେନା, ଲକ୍ଷ୍ମୀପୁରର ବିଶ୍ୱନାଥ ଦାସ, ବାରିଗୁଡ଼ାର ବନମାଳୀ ଦାସ ବୋଲି ଜଣାପଡିଛିl

ଗ୍ରାମବାସୀ ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଯୋଗୁଁ ଭୟ ଭିତ ରହିଥିବା ଦେଖିବାକୁ ମିଳିଛିl ସରକାରଙ୍କ ପକ୍ଷରୁ ବୁଲା କୁକୁର ମାନଙ୍କୁ ଆବଶ୍ୟକୀୟ ନିୟମିତ ଟୀକାକରଣ ନହେବା ଏହାର କାରଣ ବୋଲି ପଶୁପ୍ରେମୀମାନେ ମତ ରଖିଥିବା ବେଳେ ଅନ୍ୟମାନେ ଅଚାନକ ଲଗାଣ ବର୍ଷା ଯୋଗୁଁ କୁକୁରମାନେ ବର୍ଷାରେ ଅତ୍ୟଧିକ ଭିଯିଯିବା ଫଳରେ ପାଗଳ ହୋଇଯାଇଥିବା ଆକଳନ କରାଯାଇଛି ବୋଲି ମତ ପ୍ରକାଶ କରିଛନ୍ତି।

 ganjam

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe