Thieves Looted gold and silver crowns from Soro Jagannath temple Photograph: (sambad.in)
ସୋର: ବାଲେଶ୍ବର ଜିଲ୍ଲା ସୋର ଥାନା ମାଣିପୁର ପଞ୍ଚାୟତ ଛତରା ଗ୍ରାମର ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ପରିବାର ଲୋକେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି।
ଅଭିଯୋଗ ଅନୁସାରେ, ଭଦ୍ରକ ଥାନା ବନ୍ଧଗାଁର ତୁଳସୀ ନାଥ ଗତ ୨୦୨୪ ମସିହାରେ ହିନ୍ଦୁ ରିତିନୀତି ଅନୁସାରେ ଛତରା ଗ୍ରାମର ଦୟାନିଧି ନାଥଙ୍କୁ ବିବାହ କରିଥିଲେ। ବିବାହର କିଛି ବର୍ଷ ପରେ ଅଧିକ ଯୌତୁକ ଦାବି କରି ତୁଳସୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯିବାରୁ ପରିବାର ଲୋକେ ଗତ ୨୦୨୩ ମସିହାରେ ଅଧିକ ୫୦ ହଜାର ଟଙ୍କା ଦେଇଥିଲେ। ମାତ୍ର ଦୁଇଦିନ ତଳେ ଅଧିକ ୫୦ ହଜାର ଟଙ୍କା ଦାବି କରି ଶାଶୁଘର ଲୋକେ ତାଙ୍କୁ ନିର୍ଯାତନା ଦେଉଥିବା ନେଇ ତୁଳସୀ ତାଙ୍କ ଭାଇଙ୍କ ନିକଟରେ କହିଥିଲେ।
ଭଦ୍ରକ ଥାନା ବନ୍ଧଗାଁର ତୁଳସୀ ନାଥ ଗତ ୨୦୨୪ ମସିହାରେ ହିନ୍ଦୁ ରିତିନୀତି ଅନୁସାରେ ଛତରା ଗ୍ରାମର ଦୟାନିଧି ନାଥଙ୍କୁ ବିବାହ କରିଥିଲେ। ବିବାହର କିଛି ବର୍ଷ ପରେ ଅଧିକ ଯୌତୁକ ଦାବି କରି ତୁଳସୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯିବାରୁ ପରିବାର ଲୋକେ ଗତ ୨୦୨୩ ମସିହାରେ ଅଧିକ ୫୦ ହଜାର ଟଙ୍କା ଦେଇଥିଲେ। ମାତ୍ର ଦୁଇଦିନ ତଳେ ଅଧିକ ୫୦ ହଜାର ଟଙ୍କା ଦାବି କରି ଶାଶୁଘର ଲୋକେ ତାଙ୍କୁ ନିର୍ଯାତନା ଦେଉଥିବା ନେଇ ତୁଳସୀ ତାଙ୍କ ଭାଇଙ୍କ ନିକଟରେ କହିଥିଲେ। ଗତକାଲି ରାତିରେ ତୁଳସୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଖବର ପାଇ ତାଙ୍କ ଭାଇ ରତ୍ନାକର ଛତରାରେ ପହଞ୍ଚି ଭଉଣୀକୁ ମୃତ ଅବସ୍ଥାରେ ଦେଖିଥିଲେ। ପରେ ତାଙ୍କ ଭଉଣୀ ଆତ୍ମହତ୍ୟା କରିଥିବାର କୌଣସି ସୁରାକ ନପାଇ ତୁଳସୀଙ୍କୁ ହତ୍ୟା କରାଯାଇଥିବା ନେଇ ରତ୍ନାକର ସୋର ଥାନାରେ ଅଭିଯୋଗ କରିଥିଲେ।
ଗତକାଲି ରାତିରେ ତୁଳସୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଖବର ପାଇ ତାଙ୍କ ଭାଇ ରତ୍ନାକର ଛତରାରେ ପହଞ୍ଚି ଭଉଣୀକୁ ମୃତ ଅବସ୍ଥାରେ ଦେଖିଥିଲେ। ପରେ ତାଙ୍କ ଭଉଣୀ ଆତ୍ମହତ୍ୟା କରିଥିବାର କୌଣସି ସୁରାକ ନପାଇ ତୁଳସୀଙ୍କୁ ହତ୍ୟା କରାଯାଇଥିବା ନେଇ ରତ୍ନାକର ସୋର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ମୁଳେ ପୁଲିସ ଘଟଣ ସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ଜଣାପଡ଼ିଛି।
Follow Us