ଭକ୍ତନିବାସ ନାମରେ ଠକେଇ ଘଟଣା: କ୍ରାଇମବ୍ରାଞ୍ଚ ଡିଜିଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଶ୍ରୀମନ୍ଦିର ପ୍ରଶାସନର ଭକ୍ତନିବାସ ଗୁଡ଼ିକ ନାମରେ ନକଲି ୱେବସାଇଟ୍ ଖୋଲି ଠକେଇ ଘଟଣା ନଜରକୁ ଆସିବାପରେ, ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ କ୍ରାଇମବ୍ରାଞ୍ଚ ଡିଜିଙ୍କୁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ।

ଅଦ୍ୟତନ ହୋଇଛି
a-Padhi-e1696413682263

ପୁରୀ: ଶ୍ରୀମନ୍ଦିର ପ୍ରଶାସନର ଭକ୍ତନିବାସ ଗୁଡ଼ିକ ନାମରେ ନକଲି ୱେବସାଇଟ୍ ଖୋଲି ଠକେଇ ଘଟଣା ନଜରକୁ ଆସିବାପରେ, ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ କ୍ରାଇମବ୍ରାଞ୍ଚ ଡିଜିଙ୍କୁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ।

ଶ୍ରୀମନ୍ଦିରର ନିଜସ୍ବ ୱେବସାଇଟ ମାଧ୍ୟମରେ ଭକ୍ତନିବାସଗୁଡ଼ିକର ବୁକିଂ ହୋଇ ଆସୁଛି। କିନ୍ତୁ କିଛି ଖଳଲୋକ ନକଲି ୱେବସାଇଟ୍ ତିଆରିକରି ଭକ୍ତନିବାସ ନାମରେ ଲୋକଙ୍କୁ ଠକେଇ କରିଥିବାର ପ୍ରମାଣ ପାଇଛି ଶ୍ରୀମନ୍ଦିର ପ୍ରଶାସନ। ଏପରିକି ଏକ ନକଲି ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇ ଏହି ଠକେଇ ପାଇଁ ଦେଣନେଣ ହୋଇଛି। ତେଣୁ ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ଚିଠିରେ ଅନୁରୋଧ କରାଯାଇଛି। ଏହାସହିତ ପୂର୍ବରୁ ବିଭିନ୍ନ ଥାନାରେ ଦାଖଲ ହୋଇଥିବା ଏଫ୍.ଆଇ.ଆର୍ ଗୁଡିକର ତଥ୍ଯ ମଧ୍ଯ ସଂଲଗ୍ନ କରାଯାଇଛି।

ଏକ ପତ୍ର ମାଧ୍ୟମରେ ମୁଖ୍ୟ ପ୍ରଶାସକ ଜଣାଇଛନ୍ତି ଯେ, ଶ୍ରୀମନ୍ଦିରର ନିଜସ୍ବ ୱେବସାଇଟ www.shreejagannatha.in ଏବଂ www.stayatpurijagannatha.in ମାଧ୍ୟମରେ ଭକ୍ତନିବାସଗୁଡ଼ିକର ବୁକିଂ ହୋଇ ଆସୁଛି। କିନ୍ତୁ କିଛି ଖଳ ଲୋକ ନକଲି ୱେବସାଇଟ୍ ତିଆରିକରି ଭକ୍ତନିବାସ ନାମରେ ଲୋକଙ୍କୁ ଠକେଇ କରିଥିବାର ପ୍ରମାଣ ପାଇଛି ଶ୍ରୀମନ୍ଦିର ପ୍ରଶାସନ। ଏପରିକି ଏକ ନକଲି ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇ ଏହି ଠକେଇ ପାଇଁ ଦେଣନେଣ ହୋଇଛି। ତେଣୁ ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ଚିଠିରେ ଅନୁରୋଧ କରାଯାଇଛି। ଏହାସହିତ ପୂର୍ବରୁ ବିଭିନ୍ନ ଥାନାରେ ଦାଖଲ ହୋଇଥିବା ଏଫ୍.ଆଇ.ଆର୍ ଗୁଡିକର ତଥ୍ଯ ମଧ୍ଯ ସଂଲଗ୍ନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe