ବର୍ଷା ପାଣିରେ ବୁଡ଼ିଛି ଭଦ୍ରକ ନିବନ୍ଧକ ଓ ବିଇଓଙ୍କ କାର୍ଯ୍ୟାଳୟ

ଭଦ୍ରକ ପୌରାଞ୍ଚଳର ଡ୍ରେନେଜ ସମସ୍ୟାର ସମାଧାନ ହୋଇ ପାରୁ ନାହିଁ, ଯେଉଁଥି ପାଇଁ ଲୋକମାନେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ବର୍ଷା ପାଣିରେ ଉବୁଟୁବୁ ହେଉଛି ସହର ଓ ସହର ତଳି ଅଞ୍ଚଳ।

IMG_20250814_114408

ଭଦ୍ରକ:  ଭଦ୍ରକ ପୌରାଞ୍ଚଳର ଡ୍ରେନେଜ ସମସ୍ୟାର ସମାଧାନ ହୋଇ ପାରୁ ନାହିଁ, ଯେଉଁଥି ପାଇଁ ଲୋକମାନେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ବର୍ଷା ପାଣିରେ ଉବୁଟୁବୁ ହେଉଛି ସହର ଓ ସହର ତଳି ଅଞ୍ଚଳ। ବର୍ଷା ଯୋଗୁଁ ଭଦ୍ରକ ସହରର ବିଭିନ୍ନ କଲୋନିରେ ଜଳ ଲୋକଙ୍କ ଘର ବୁଡ଼ାଇ ରଖିଥିବା ବେଳେ ଅନେକ ସରକାରୀ କାର୍ଯ୍ୟାଳୟ ମଧ୍ୟ ଏଥିରୁ ବାଦ୍‌ ପଡ଼ି ନାହିଁ।

ଭଦ୍ରକ ସହରର ଜନୁଗଞ୍ଜା ଅଞ୍ଚଳରେ ଥିବା ଭଦ୍ରକ ବ୍ଲକ୍ ଦୀକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅଧା ଭଙ୍ଗା ଅବସ୍ଥାରେ ରହିଥିବା ବେଳେ ଏହାର ବିଲ୍ଡିଂ ପରିତ୍ୟକ୍ତ ଅବସ୍ଥାରେ ରହିଛି। ଏହି ଅସୁରକ୍ଷିତ ବିଲଡିଂରେ ରହି କର୍ମଚାରୀମାନେ କାର୍ଯ୍ୟ କରିବାକୁ ସୁରକ୍ଷିତ ମନୁ ନାହାନ୍ତି। କେବଳ ବିଲ୍ଡିଙ୍ଗ ଅସୁରକ୍ଷିତ ହୋଇ ରହିଛି ତାହା ନୁହେଁ। ଏହି ଅଫିସ କାର୍ଯ୍ୟାଳୟ ଭିତରକୁ ବର୍ଷା ପାଣି ବୁଡ଼ାଇ ରଖିଛି। ସହର ସମସ୍ଥ ଅଳିଆ ଡ୍ରେନ ପାଣି ଅଫିସ ପରିସରକୁ ପଶୁଛି। ଅଫିସ ଘର ନିଚା ହୋଇଯାଇଥିବା ବେଳେ ରାସ୍ତା  ଉଚା ହୋଇଯାଇଛି। ରାସ୍ତା ନିର୍ମାଣ ବେକେ ଏଇ ରସ୍ଥର ଦୁଇ ପାର୍ଶ୍ଵରେ ଡ୍ରେନ ନିର୍ମାଣ ନକରି, କେବଳ ଗୋଟିଏ ପାର୍ଶ୍ୱରେ ଡ୍ରେନ୍‌ ନିର୍ମାଣ କରୁଥିବାରୁ ସମସ୍ତ ରାସ୍ତା ପାଣି ଭଦ୍ରକ ବ୍ଲକ୍ ବିଇଓ ଅଫିସ ଭିତରକୁ ପଶି ଆସୁଛି।

IMG_20250814_114427

ଶିକ୍ଷା ବିଭାଗର ଏ ଅଫିସକୁ  ଶହଶହ ଶିକ୍ଷକ ଓ ଅନ୍ୟାନ୍ୟ କର୍ମଚାରୀମାନେ ସେମାନଙ୍କର ବିଭିନ୍ନ କାମ ପାଇଁ ଆସୁଛନ୍ତି। ମଇଳା ପାଣିରେ ପଶି ଆସିବା ବେଳେ ସେମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହି ଅଫିସ ସମ୍ପର୍କରେ ଭଦ୍ରକ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ଙ୍କୁ ପଚାରିଲେ ସେ କହନ୍ତି, ବର୍ଷା ଜଳ ଅଫିସକୁ ପ୍ରବେଶ କରିଥିବାରୁ ଏଠାରେ ଡ୍ରେନ ନିର୍ମାଣ କରିବା ପାଇଁ ଆର୍ ଏଣ୍ଡ ବି ବିଭାଗକୁ ଚିଠି ଲେଖି ଜାନାଇଛୁ। କିନ୍ତୁ ବର୍ଷା ଦିନ ତମାମ ଲୋକେ ମଇଳା ପାଣିରେ ପଶି ଅଫିସ ଆସୁଛୁ। 

ସେହିପରି ଭଦ୍ରକର ନିବନ୍ଧକ କାର୍ଯ୍ୟାଳୟ ମଧ୍ୟ ବର୍ଷା ଜଳ ସମସ୍ୟା ସୃଷ୍ଟି କରୁଛି। ଏହି କାର୍ଯ୍ୟାଳୟରେ ଆଗରେ ବର୍ଷା ଜଳର ସୂଅ ଛୁଟୁଛି। ଭଦ୍ରକ ପୌର ପାଳିକାର ଅଫିସ ଆଗରେ ରହିଛି ନିବନ୍ଧକ କାର୍ଯ୍ୟାଳୟ। ରାତି ପାହିଲେ ଏହି ଅଫିସକୁ ଜମି କିଣାବିକା କରିବା ପାଇଁ ଶହଶହ ଲୋକ ଆସୁଛନ୍ତି। ବର୍ଷା ପାଣି ଓ ଡ୍ରେନ୍‌ର ମଇଳା ପାଣିରେ ବୁଡ଼ି ଲୋକମାନେ ଘଣ୍ଟାଘଣ୍ଟା ପାଣିରେ ଠିଆ ହୋଇ ରହୁଛନ୍ତି। ଭଦ୍ରକର ପୁରୁଣାକୋର୍ଟ ପରିସରରେ ଏହି ନିବନ୍ଧକ କାର୍ଯ୍ୟାଳୟ ରହିଥିବାରୁ ଏଠାରେ ବର୍ଷା ଜଳ ପ୍ରବେଶ କରି ପରିବେଶକୁ ନଷ୍ଟ କରିଦେଉଛି। ନିବନ୍ଧକ କାର୍ଯ୍ୟାଳୟରେ ବର୍ଷା ଜଳ ପଶି ଥିବାରୁ ପୌର କାର୍ଯ୍ୟାଳୟ ଏଥିପ୍ରତି ଦୃଷ୍ଟି ଦେବାକୁ ଲୋକମାନେ ଦାବି କରିଛନ୍ତି। ଲୋକଙ୍କ ଦାବି ପୌର ପ୍ରଶାସନ ନବୁଝିଲେ ପରିସ୍ଥିତି ଭୟଙ୍କର ହେବା ସହ ପୌର କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରାଯିବା ବୋଲି ଲୋକେ ଚେତାବନୀ ଦେଇଛନ୍ତି। 

Bhadrak

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe