Water problem Photograph: (sambad.in)
ବାଉଁଶୁଣୀ: ବୌଦ୍ଧ ବ୍ଲକ ବାଉଁଶୁଣୀ ପଞ୍ଚାୟତ ମାଉଳିମୁଣ୍ଡା ଠାରେ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପ ସ୍ଥାପିତ ହୋଇଛି। ଏଠାରୁ ବଜାର ଅଞ୍ଚଳର ମେଡ଼ିକାଲ ଛକ, ଦୈନିକ ବଜାର, ବସଷ୍ଟାଣ୍ଡ, ଡିମିରିପାଲି ଛକ, ଗୁନ୍ଦୁଳିଆ ରୋଡ଼ ଆଦି ଅଞ୍ଚକକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ହୋଇଥାଏ।
ତେବେ ଗତ ଚାରି ବର୍ଷ ହେଲା ବଜାରର ମେଡ଼ିକାଲ ଛକ, ଡିମିରିପାଲି ଛକ ଓ ଗୁନ୍ଦୁଳିଆ ରୋଡ଼ ଆଦି ଅଞ୍ଚଳର ପାଇପ୍ ନଷ୍ଟ ହୋଇ ଯାଇଥିବାରୁ ଏସବୁ ଅଞ୍ଚଳକୁ ପାଣି ଆସୁ ନଥିଲା। ଏଥିପାଇଁ ୬ମାସ ଆଗରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ଏସବୁ ଅଞ୍ଚଳରେ ନୂଆ ଲୁହା ପାଇପ୍ ବିଛା ଯାଇଥିଲା। ମାସେ ଧରି ଏସବୁ ଅଞ୍ଚଳରେ ଠିକଠାକ ଭାବେ ପାଣି ଆସିବା ପରେ ଗତ ୫ମାସରୁ ଅଧିକ ଦିନ ହେଲା ପାଇପ ଲିକ ହୋଇ ଟ୍ୟାପରେ ଆଉ ପାଣି ଆସୁ ନାହିଁ।
ବସଷ୍ଟାଣ୍ଡ ନିକଟରେ ପାଇପ କଣା ହୋଇ ଅଯଥାରେ ପାଣି ବୋହି ଯିବା ସହିତ ମେଡ଼ିକାଲ ଛକର କେନାଲ ନିକଟ ପାଇପ ସଂଯୋଗୀକରଣ ସ୍ଥାନରେ ବହୁ ପରିମାଣର ପାଣି ଖୋଲାରେ ବୋହି ଯାଉଛି। ଫଳରେ ବସଷ୍ଟାଣ୍ଡ, ଡିମିରିପାଲି ଛକ, ଗୁନ୍ଦୁଳିଆ ରୋଡ଼, ସଂସ୍କାର କଲେଜ ରୋଡ଼ ଆଦି ସ୍ଥାନରେ ଥିବା ଟ୍ୟାପ ଗୁଡିକରେ ପାଣି ବାହାରୁ ନାହିଁ। ଏହାକୁ ନେଇ ସେସବୁ ଅଞ୍ଚଳର ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ତୁରନ୍ତ ଏହି ପାଇପ୍ ଲିକ ସବୁକୁ ସଜାଡ଼ିବା ପାଇଁ ସେସବୁ ଅଞ୍ଚଳର ଅଧିବାସୀ ମାନେ ଦାବି କରିଛନ୍ତି।
Boudh
Follow Us