ବସୁଧା ଯୋଜନା ଫେଲ୍‌: ନାଳପାଣିରେ ମେଣ୍ଟୁଛି ଗ୍ରାମବାସୀଙ୍କ ଶୋଷ

ଦୀର୍ଘ ଦୁଇ ବର୍ଷରୁ ଊର୍ଦ୍ଧ୍ବ ହେବ ଏଠାକାର ଗୋଟିଏ ସାହିର ଲୋକେ ନାଳ ପାଣି ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ଖରା, ବର୍ଷା ଦିନେ ପାନୀୟଜଳ ପାଇଁ ଅଞ୍ଚଳବାସୀ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି।

ଅଦ୍ୟତନ ହୋଇଛି

ଘୁ.ଉଦୟଗିରି: ନାଳ ପାଣି ହିଁ ଭରଷା। ଲୋକଙ୍କୁ ମିଳୁନାହିଁ ପାନୀୟଜଳ। ବସୁଧା ଯୋଜନା ପାଇପ୍ ପଡ଼ିଛି। ହେଲେ ପାଣି ଆସୁନି। ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ବଣ୍ଡଗୁଡ଼ା ପଞ୍ଚାୟତ ତିନି ନମ୍ବର ୱାର୍ଡ଼ ଚଞ୍ଚଳାସାହି ବାମ୍ବାଡ଼ି ଗାଁରେ। ପାନୀୟଜଳ ଜଳ ସମସ୍ୟାକୁ ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ।

ଦୀର୍ଘ ଦୁଇ ବର୍ଷରୁ ଊର୍ଦ୍ଧ୍ବ ହେବ ଏଠାକାର ଗୋଟିଏ ସାହିର ଲୋକେ ନାଳ ପାଣି ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ଖରା, ବର୍ଷା ଦିନେ ପାନୀୟଜଳ ପାଇଁ ଅଞ୍ଚଳବାସୀ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି।

publive-image

ଖରା ଦିନେ ନାଳ ଚୁଆ ପାଣି ବ୍ୟବହାର କରୁଥିବା ବେଳେ ବର୍ଷା ଦିନେ ବହୁତ ଅସୁବିଧା ସମୁଖୀନ ହେଉଥିବା କହିଛନ୍ତି। ଅନ୍ୟ ପଟେ ଏହି ପାନୀୟଜଳ ଅସୁବିଧାକୁ ନେଇ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ସୁଦ୍ଧା କେହି ଶୁଣୁନାହାନ୍ତି ବୋଲି କହିଛନ୍ତି। 

ସରକାର ପାନୀୟଜଳ ସୁବିଧା ପାଇଁ ଅନେକ ଯୋଜନା ପ୍ରସ୍ତୁତ କରନ୍ତି ସତ। କିନ୍ତୁ କେତେକ ସ୍ଥାନରେ ଆଜି ଚୂଆ ନାଳ ପାଣି ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ତେଣୁ ପ୍ରଶାସନ ଏଥିପ୍ରତି ସଠିକ ଦୃଷ୍ଟି ଆକର୍ଷଣ କରିବା ସହ ବାମ୍ବାଡ଼ିସାହିରେ ସୋଲାର ଟାଙ୍କି ନିର୍ମାଣ ପାଇଁ  ପୁର୍ବତନ ସରପଞ୍ଚ କଣ୍ଠିଫୁଲ ପ୍ରଧାନ ଲାମ୍ବୁର ପ୍ରଧାନ ସୁଲୋଚନା ପ୍ରଧାନ, ଗୀତାଞ୍ଜଳି ପ୍ରଧାନ, ମାଳତୀ ପ୍ରଧାନ, ସୁକାନ୍ତି ପ୍ରଧାନ, ସୁଲେଖା ପ୍ରଧାନ, ଜାନକୀ ପ୍ରଧାନ ସମେତ ଗ୍ରାମବାସୀ ଦାବି କରିଛନ୍ତି।

Kandhamal | Drinking water

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe