ସୌର ଶକ୍ତିଚାଳିତ ପାନୀୟ ଜଳ ପ୍ରକଳ୍ପ ଅଚଳ: ଲୋକେ ହନ୍ତସନ୍ତ

ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ୍ ସୁଦର୍ଶନପୁର ଗ୍ରା.ପର ଜାମବଣୀ-ନାଉପଡ଼ା ଗ୍ରାମରେ ପାନୀୟ ଜଳ ପାଇଁ ଗ୍ରାମବାସୀ ହନ୍ତସନ୍ତ ହେଉଛନ୍ତି। ଗ୍ରାମରେ ତିନି ହଜାରରୁ ଉର୍ଦ୍ଧ୍ବ ଗ୍ରାମବାସୀ ବସବାସ କରୁଛନ୍ତି।

Solar system

Solar system Photograph: (Sambad )

ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ୍ ସୁଦର୍ଶନପୁର ଗ୍ରା.ପର ଜାମବଣୀ-ନାଉପଡ଼ା ଗ୍ରାମରେ ପାନୀୟ ଜଳ ପାଇଁ ଗ୍ରାମବାସୀ ହନ୍ତସନ୍ତ ହେଉଛନ୍ତି। ଗ୍ରାମରେ ତିନି ହଜାରରୁ ଉର୍ଦ୍ଧ୍ବ ଗ୍ରାମବାସୀ ବସବାସ କରୁଛନ୍ତି। ପୂର୍ବରୁ ଗ୍ରାମବାସୀମାନେ ନଳକୂପ ଓ ନଈରେ ଚୁଆ କରି ସେଥିରୁ ପାଣି ନେଇ ପାନୀୟ ଜଳ ଭାବେ ବ୍ୟବହାର କରୁଥିଲେ। ତେବେ ଦୁଇ ବର୍ଷ ପୂର୍ବରୁ ଉକ୍ତ ଗ୍ରାମରେ ୪ଟି ସୌର ଶକ୍ତି ଚାଳିତ ପାନୀୟ ଜଳ ପ୍ରକଳ୍ପ ନିର୍ମିତ ହୋଇଥିଲା। 

ତେବେ ଉକ୍ତ ୪ଟି ପ୍ରକଳ୍ପ ମଧ୍ୟରୁ ୨ଟି ପ୍ରକଳ୍ପ ଦୀର୍ଘ ୬ ମାସରୁ ଅଧିକ ହେଲା ଅଚଳ ହୋଇ ପୋଡିଥିବାରୁ ଗ୍ରାମବାସୀମାନେ ନାହିଁନଥିବା ଜଳକଷ୍ଟ ପାଉଛନ୍ତି। ଦୁଃଖର ବିଷୟ ଯେ ସୁଦର୍ଶନପୁର ପଂଚାୟତ କାର୍ଯ୍ୟଳୟଠାରୁ ମାତ୍ର ୨ କି.ମି ଥିଲେ ମଧ୍ୟ ପ୍ରଶାସନର ନଜରରେ ପଡୁନି। ଏନେଇ ପଂଚାୟତର ସରପଂଚଙ୍କଠାରୁ ଆରମ୍ଭ କରି ବ୍ଲକର ବିଡିଓ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।

ଉକ୍ତ ପ୍ରକଳ୍ପ ଗୁଡ଼ିକ ଓରେଡା ସଂସ୍ଥା ଦ୍ୱାରା କରାଯାଇଥିଲା ଏବଂ ସେ ଗୁଡ଼ିକ ମରାମତି ନିମନ୍ତେ ବାରମ୍ବାର ଉକ୍ତ ସଂସ୍ଥା ନିକଟରେ ଦାବି କଲେ ମଧ୍ୟ କୌଣସି ସୂଫଳ ମିଳୁନଥିବା ଜଣାପଡିଛି। ଏଣୁ ଯଥାଶୀଘ୍ର ଉକ୍ତ ସୌରଶକ୍ତି ଚାଳିତ ପାନୀୟ ଜଳ ପ୍ରକଳ୍ପକୁ ଯଥାଶିଘ୍ର ମରାମତି କରାଯାଉ ବୋଲି ଗ୍ରାମବାସୀ ଦାବି କରୁଛନ୍ତି। 

ତେବେ ଦ୍ୱିପତଳ ଅନ୍ଧାର ପରି ପଂଚାୟତ କାର୍ଯ୍ୟାଳୟଠାରୁ ଅଳ୍ପ ଦୂରତାରେ ଥିବା ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ କେମିତି ମରାମତି ହୋଇପାରୁନି ବୋଲି ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ହେଉଛି। ଉକ୍ତ ପ୍ରକଳ୍ପ ଅଚଳ ଥିବାରୁ ଗ୍ରାମର ଜଣେ ଗ୍ରାମବାସୀଙ୍କ କୁଅରୁ ପାଣି ଆଣିବା ପାଇଁ ଯିବାକୁ ପଡୁଛି,ସେଥିରେ ମଧ୍ୟ କମ ପରିମାଣର ପାଣି ବାହାରୁ ଥିବାରୁ ମହିଳାମାନଙ୍କୁ ବହୁ ସମୟ ଧରି ଧାଡିରେ ଛିଡ଼ା ହେବାକୁ ପଡୁଛି। ଯଦି ପାନୀୟ ଜଳ ସମସ୍ୟା ଦୂର ନହେଲେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।

ସୌରଚାଳିତ ପାନୀୟ ଜଳ ପ୍ରକଳ୍ପରେ ସଂଯୋଗ ହୋଇଥିବା ନଳକୂପରୁ ବିଭାଗୀୟ କର୍ମଚାରୀମାନେ ପାଇପ୍ ଗୁଡିକ ବାହାର କରିନେଇଥିବାରୁ ସେଥିରୁ ମଧ୍ୟ ପାଣି ବାହାରୁ ନାହିଁ। ଏ ସମ୍ବନ୍ଧରେ ରାଇରଙ୍ଗପୁର ବ୍ଲକ୍ ଆରବ୍ଲୁଏସ୍ଏସ୍‌ର କନିଷ୍ଠଯନ୍ତ୍ରୀ ଦେବବ୍ରତ ଦାସଙ୍କ ସହିତ ଯୋଗାଯୋଗ କରିବାରୁ ସଲାର୍ ସଂସ୍ଥା ଓରେଡାକୁ ଅନଲାଇନ୍ ଯୋଗେ ଅଭିଯୋଗ କରାଯାଇଛି ଖୁବଶୀଘ୍ର ମରାମତି ହୋଇଯିବ ବୋଲି ନିଜ ମତ ରଖିଛନ୍ତି। ଗ୍ରାମକୁ ପାନୀୟ ଜଳ ପାଇଁ ଗ୍ରାମକୁ ପାଇପ୍ ଯୋଗେ ଯାଇଛି। କିନ୍ତୁ ଦିନକୁ ଦୁଇଥର ପାଣି ଛଡ଼ା ଯାଉଥିଲେ ମଧ୍ୟ ସେଥିରେ ଅଳ୍ପ ଅଳ୍ପ ପାଣି ବାହାରୁଥିବାରୁ ଗୋଟିଏ ବାଲଟି ପାଣି ଭର୍ତ୍ତି ହେବାକୁ ୧୫ ରୁ ୩୦ ମିନିଟ ସମୟ ଲାଗିଥାଏ।

Water | Mayurbhanj

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe