ବନ୍ଧୁଗାଁ ବ୍ଲକରେ ଡ଼୍ରାଇଭର ମହାସଂଘ ଷ୍ଟିଅରିଂ ଛାଡ ଆନ୍ଦୋଳନ

Advertisment

କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକରେ ଓଡ଼ିଶା ଡ଼୍ରାଇଭର ମହାସଂଘ ପକ୍ଷରୁ ରାଜ୍ଯବ୍ୟାପି ୭ଦଫା ସମ୍ବଳିତ ଦାବିକୁ ସମର୍ଥନ ଜଣାଇ ସାନସରପଲ୍ଲୀ ଛକରେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ସଫଳତାର ସହ ହୋଇଯାଇଛି।

କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକରେ ଓଡ଼ିଶା ଡ଼୍ରାଇଭର ମହାସଂଘ ପକ୍ଷରୁ ରାଜ୍ଯବ୍ୟାପି ୭ଦଫା ସମ୍ବଳିତ ଦାବିକୁ ସମର୍ଥନ ଜଣାଇ ସାନସରପଲ୍ଲୀ ଛକରେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ସଫଳତାର ସହ ହୋଇଯାଇଛି।

Bandhugaon

ବନ୍ଧୁଗାଁ: କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକରେ ଓଡ଼ିଶା ଡ଼୍ରାଇଭର ମହାସଂଘ ପକ୍ଷରୁ ରାଜ୍ଯବ୍ୟାପି ୭ଦଫା ସମ୍ବଳିତ ଦାବିକୁ ସମର୍ଥନ ଜଣାଇ ସାନସରପଲ୍ଲୀ ଛକରେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ସଫଳତାର ସହ ହୋଇଯାଇଛି। ଫଳରେ ଅଖଚକ ବନ୍ଦ ହେବା ସହିତ ଯାତାୟତ ସମ୍ପୂର୍ଣ ବ୍ୟାହତ ହୋଇ ଯାଇଥିଲା। ଅନେକ ସାଧାରଣ ଜନତା ଯାତାୟତ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇ ରାସ୍ତା ଘାଟରେ ଅଟକି ରହିଥିଲେ।

ବନ୍ଧୁଗାଁ ବ୍ଲକର ୧୩ଟି ପଞ୍ଚାୟତରେ ଥିବା ଥିବା ୩୦୦ରୁ ଊର୍ଦ୍ଧ୍ବ ଡ଼୍ରାଇଭର ଓ ଆନ୍ଧ୍ରପ୍ରଦେଶରୁ ସମର୍ଥନ ଜଣାଇ ଆସିଥିବା ୧୫ ଜଣ ଡ଼୍ରାଇଭର ଷ୍ଟିଅରିଂ ଛାଡ଼ ଆନ୍ଦୋଳନରେ ସାମିଲ ହୋଇଥିଲେ। ଫଳରେ କୋରାପୁଟ ଜିଲ୍ଲାରୁ ଆନ୍ଧ୍ରପ୍ରଦେଶର ପାର୍ବତୀପୁରମ ଓ ରାୟଗଡ଼ା ଜିଲ୍ଲାକୁ ସଂଯୋଗ କରୁଥିବା ରାସ୍ତା ପାଖରେ ବସି ଡ଼୍ରାଇଭର ମାନେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରିଥିଲେ।

ସରକାର ଆଜି ପର୍ଯ୍ୟନ୍ତ ଡ଼୍ରାଇଭରମାନଙ୍କୁ ଦେଇ ଥିବା ପ୍ରତିଶ୍ରୁତି  ପୂରଣ କରି ନ ଥିବା ଯୋଗୁଁ  ଡ଼୍ରାଇଭର ମାନଙ୍କୁ ବୟସ ୬୦ ବର୍ଷ ପରେ ସ୍ଵତ୍ରନ୍ତ ଭତ୍ତା, ପ୍ରତି ଶହେ କିଲୋମିଟର ଦୂରରେ ପାର୍କିଂ ବ୍ୟବସ୍ଥା ଓ ବିଶ୍ରାମଗାର, ଖଣି ଓ କାରଖାନାରେ ୬୦ ପ୍ରତିଶତ ସ୍ଥାନୀୟ ଡ଼୍ରାଇଭର ଙ୍କୁ ନିଯୁକ୍ତି, ଡ଼୍ରାଇଭର ସମାଜର ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ ତିଆରି ଆଦି ୭ଟି ଦାବି ନେଇ ଆନ୍ଦୋଳନ କରିଥିଲେ। ବ୍ଲକ ଡ଼୍ରାଇଭର ମହା ସଂଘ ସଭାପତି ପି ଲକ୍ଷ୍ମୀକାନ୍ତ ମାଝୀ, ଉପସଭାପତି ସନ୍ତୋଷ ନାଗ, ସମ୍ପାଦକ ପ୍ରିୟ ରଞ୍ଜନ ରାଏ, ଓ ଆନ୍ଧ୍ର ପ୍ରଦେଶର ର ଡ଼୍ରାଇଭର ଉନୀୟନ ମହସଂଗ ର ସଭାପତି ଡି କୁମାର ରାଜୁ ପ୍ରମୁଖ ଉପସ୍ଥିତ ରହି ବନ୍ଧୁଗାଁ ବ୍ଲକ ଷ୍ଟିଅରିଂ ଛାଡ ଆନ୍ଦୋଳନରେ ସଫଳତାର ସହିତ ଜାରି ରଖିଛନ୍ତି।

 Koraput

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe