ବାଲି ଚୋରାଚାଲାଣ ବେଳେ ଅଘଟଣ: ଟ୍ରାକ୍ଟର ଓଲଟି ଚାଲିଗଲା ଚାଳକଙ୍କ ଜୀବନ

ପିପିଲି ଥାନା ଜଗନ୍ନାଥପୁର ଡଗରା ସାହିର ଟ୍ରାକ୍ଟର ଚାଳକ ରାହୁଲ ବିଶ୍ୱାଳ(୨୦)ଙ୍କର ମୃତ୍ୟୁ ଘଟିଛି ।  ପୁଲିସର ସୂଚନା ଅନୁସାରେ ଜଗନ୍ନାଥପୁର ନିକଟ ଭାର୍ଗବୀ ନଦୀର ବେଆଇନ ବାଲିଘାଟରୁ ସୋମବାର ବିଳମ୍ବିତ ରାତିରେ ବାଲି ଚୋରାଚାଲାଣ ବେଳେ ଏହି ଅଘଟଣ ଘଟିଛି ।

sn

ପିପିଲି: ପିପିଲି ଥାନା ଜଗନ୍ନାଥପୁର ଡଗରା ସାହିର ଟ୍ରାକ୍ଟର ଚାଳକ ରାହୁଲ ବିଶ୍ୱାଳ(୨୦)ଙ୍କର ମୃତ୍ୟୁ ଘଟିଛି ।  ପୁଲିସର ସୂଚନା ଅନୁସାରେ ଜଗନ୍ନାଥପୁର ନିକଟ ଭାର୍ଗବୀ ନଦୀର ବେଆଇନ ବାଲି ଘାଟରୁ ସୋମବାର ବିଳମ୍ବିତ ରାତିରେ ବାଲି ଚୋରାଚାଲାଣ ବେଳେ ଏହି ଅଘଟଣ ଘଟିଛି । ଘାଟରୁ ବାଲି ବୋଝେଇ କରି ଉକ୍ତ ଟ୍ରାକ୍ଟର ଭାର୍ଗବୀ ନଦୀ ବନ୍ଧକୁ ଉଠୁଥିବାବେଳେ ଭାରସାମ୍ୟ ହରାଇ ଟ୍ରାକ୍ଟର ନଦୀ ବନ୍ଧରୁ ତଳକୁ ଓଲଟି ପଡ଼ିଥିଲା । ଫଳରେ ଟ୍ରାକ୍ଟର ତଳେ ଚିପି ହୋଇ ରାହୁଲଙ୍କର  ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା କୁହାଯାଉଛି । ମୃତକଙ୍କ ପରିବାର ଲୋକେ ରାହୁଲଙ୍କୁ ପିପିଲି ହସ୍ପିଟାଲ ଆଣିଥିଲେ  । ତେବେ ଡାକ୍ତର ସେଠାରେ ମୃତ୍ୟୁ ଘୋଷଣା କରିବାରୁ ପରିବାର ଲୋକେ ଶବ ଘରକୁ ନେଇ ସତ୍କାର କରିବାକୁ ପ୍ରସ୍ତୁତ ହେଉଥିବାବେଳେ ଖବର ପାଇ ପୁଲିସ ଡଗରାସାହିରେ ପହଂଚି ଶବ ଜବତ କରିଛି।

ପିପିଲି ଥାନା ଜଗନ୍ନାଥପୁର ଡଗରା ସାହିର ଟ୍ରାକ୍ଟର ଚାଳକ ରାହୁଲ ବିଶ୍ୱାଳ(୨୦)ଙ୍କର ମୃତ୍ୟୁ ଘଟିଛି ।  ପୁଲିସର ସୂଚନା ଅନୁସାରେ ଜଗନ୍ନାଥପୁର ନିକଟ ଭାର୍ଗବୀ ନଦୀର ବେଆଇନ ବାଲି ଘାଟରୁ ସୋମବାର ବିଳମ୍ବିତ ରାତିରେ ବାଲି ଚୋରା ଚାଲାଣ ବେଳେ ଏହି ଅଘଟଣ ଘଟିଛି । ଘାଟରୁ ବାଲି ବୋଝେଇ କରି ଉକ୍ତ ଟ୍ରାକ୍ଟର ଭାର୍ଗବୀ ନଦୀ ବନ୍ଧକୁ ଉଠୁଥିବାବେଳେ ଭାରସାମ୍ୟ ହରାଇ ଟ୍ରାକ୍ଟର ନଦୀ ବନ୍ଧରୁ ତଳକୁ ଓଲଟି ପଡ଼ିଥିଲା । ଫଳରେ ଟ୍ରାକ୍ଟର ତଳେ ଚିପି ହୋଇ ରାହୁଲଙ୍କର  ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା କୁହାଯାଉଛି । ମୃତକଙ୍କ ପରିବାର ଲୋକେ ରାହୁଲଙ୍କୁ ପିପିଲି ହସ୍ପିଟାଲ ଆଣିଥିଲେ  । ତେବେ ଡାକ୍ତର ସେଠାରେ ମୃତ୍ୟୁ ଘୋଷଣା କରିବାରୁ ପରିବାର ଲୋକେ ଶବ ଘରକୁ ନେଇ ସତ୍କାର କରିବାକୁ ପ୍ରସ୍ତୁତ ହେଉଥିବାବେଳେ ଖବର ପାଇ ପୁଲିସ ଡଗରାସାହିରେ ପହଂଚି ଶବ ଜବତ କରିଛି।

ରାଜ୍ୟ ଦଳିତ, ଆଦିବାସୀ, ମାଇନୋ ରିଟ ମହାସଂଘର ରାଜ୍ୟ ସଭାପତି ବିଜୟ ସେଠୀ ଏହି ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ମୃତକଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବୀ କରିଛନ୍ତି ।  ନହେଲେ ରାଜରାସ୍ତାକୁ ସଂଘ ଓହ୍ଲାଇବ ବୋଲି ସେ ଚେତାବନୀ ଦେଇଛନ୍ତି।

accident

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe