ପାଉଁଶ ବୋଝେଇ ଟ୍ରକ୍ ପଛପଟେ ପିଟିଲା କପଡା ବୋଝେଇ ଟ୍ରକ୍ , ଚାଳକ ମୃତ

ଏକ ପାଉଁଶ ବୋଝେଇ ଟ୍ରକର  ପଛ ପଟେ  ଅନ୍ୟ ଏକ କପଡା ବୋଝେଇ ଟ୍ରକ ଧକ୍କା ଦେଇଥିଲା। ଫଳରେ କପଡା ବୋଝେଇ ଟ୍ରକର ଚାଳକ  ଜୟ ମାର ସିଂ (୪୦)ଙ୍କର  ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।

New Project (11)

ବ୍ରଜରାଜନଗର: ଜାତୀୟ ରାଜପଥ ୪୯ର ବାଦୀମାଲ ପଞ୍ଚାୟତ ଅନ୍ତର୍ଗତ  କାଞ୍ଜି ଝରଣ ଘାଟି ଆଗରେ  ଛିଡ଼ାହୋଇଥିଲା । ଏକ ପାଉଁଶ ବୋଝେଇ ଟ୍ରକ  (ସି ଜି ୧୩ ଏ ୟୁ ୨୮୯୭)ର  ପଛ ପଟେ  ଅନ୍ୟ ଏକ କପଡା ବୋଝେଇ ଟ୍ରକ (ଡବ୍ଲୁ ବି ୨୩ ଇ ୪୦୬୫) ଧକ୍କା ଦେଇଥିଲା। ଫଳରେ କପଡା ବୋଝେଇ ଟ୍ରକର ଚାଳକ  ଜୟ ମାର ସିଂ (୪୦)ଙ୍କର  ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ମୃତ ଜୟସିଂଙ୍କ ଘର ବିହାର ପ୍ରଦେଶ ଆରା ଅଞ୍ଚଳରେ।

ଜାତୀୟ ରାଜପଥ ୪୯ର ବାଦୀମାଲ ପଞ୍ଚାୟତ ଅନ୍ତର୍ଗତ  କାଞ୍ଜି ଝରଣ ଘାଟି ଆଗରେ  ଛିଡ଼ାହୋଇଥିଲା । ଏକ ପାଉଁଶ ବୋଝେଇ ଟ୍ରକ  (ସି ଜି ୧୩ ଏ ୟୁ ୨୮୯୭)ର  ପଛ ପଟେ  ଅନ୍ୟ ଏକ କପଡା ବୋଝେଇ ଟ୍ରକ (ଡବ୍ଲୁ ବି ୨୩ ଇ ୪୦୬୫) ଧକ୍କା ଦେଇଥିଲା। ଫଳରେ କପଡା ବୋଝେଇ ଟ୍ରକର ଚାଳକ  ଜୟ ମାର ସିଂ (୪୦)ଙ୍କର  ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ମୃତ ଜୟସିଂଙ୍କ ଘର ବିହାର ପ୍ରଦେଶ ଆରା ଅଞ୍ଚଳରେ।

ଖବରପାଇ ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରକ ଭିତରୁ  ଜୟ ସିଂଙ୍କର ଶରୀର ବାହାର କରିଥିଲେ। ଜୟ ସିଂଙ୍କର ଛାତି ଉପରେ ଟ୍ରକ  ଷ୍ଟିୟରିଙ୍ଗ ଚାପି ହୋଇଯାଇଥିଲା।ପୁଲିସ ଶବଟିକୁ ଝାରସୁଗୁଡ଼ାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତ  ଜୟ ସିଂଙ୍କ ପରିବାରକୁ ପୁଲିସ ଖବର ଦେଇଛି। ସେମାନେ  ଝାରସୁଗୁଡ଼ାରେ ପହଞ୍ଚିବା ପରେ ଶବ ବ୍ୟବଛେଦ ହେବ। ଦୁଇଟି ଟ୍ରକ୍ ଛତିଶଗଡ଼ ରାଜ୍ୟ ରାୟଗଡ଼ ଆଡ଼କୁ ଯାଉଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe