ଭୁବନେଶ୍ବର: ରାଷ୍ଟ୍ରାୟତ୍ତ ଉଦ୍ୟୋଗ ‘ବ୍ରିଜ୍ ଆଣ୍ଡ୍ ରୁଫ୍ କର୍ପୋରେସନ୍‌’ ଜିଜିଏମ୍ ଏକ ଠିକା ସଂସ୍ଥାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଶନିବାର ଦିନ ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ଡ୍ରାଇଭର ନୃସିଂହ ଶତପଥୀଙ୍କୁ ପଚରାଉଚରା କରିଛି। ଶ୍ରୀ ଶତପଥୀ ଏହି ସୂଚନା ଦେଇଛନ୍ତି।

Advertisment

ଏହି ଖବର ପଢ଼ନ୍ତୁ: ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ଅଡ଼ୁଆ

ସିବିଆଇ କାର୍ଯ୍ୟାଳୟରେ ଅଧିକାରୀମାନଙ୍କ ଦ୍ବାରା ପଚରାଉଚରା ହୋଇ ବାହାରକୁ ବାହାରିଲା ପରେ ଶ୍ରୀ ଶତପଥୀ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି, କେବଳ ତାଙ୍କୁ ନୁହେଁ। ସିବିଆଇ ଆହୁରି ଦୁଇ ଜଣ ଡ୍ରାଇଭରଙ୍କୁ ଜେରା କରିଛି। ଏହା ସହ ବାବୁ ଅନ୍ୟ ମାନଙ୍କ ଗାଡ଼ିରେ ବି ଯିବା ଆସିବା କରନ୍ତି। ତେବେ ଏ ବିଷୟରେ କିଛି ଜାଣିନାହାନ୍ତି। ଯାହା ଜାଣିଛନ୍ତି ତାହା ସିବିଆଇ ଆଗରେ କହିଛନ୍ତି। ତାଙ୍କର କିଛି ସଂପୃକ୍ତି ନଥିବା କହିଛନ୍ତି। ସିବିଆଇ ବିଷ୍ଣୁପଦଙ୍କ ଦିନତମାମର ରୁଟିନ୍ ବାବଦରେ ନୃସିଂହଙ୍କୁ ପଚାରିଥିଲା। ଅଧିକାରୀଙ୍କ ଗୋଟିଏ ଗୋଟିଏ ପ୍ରଶ୍ନର ଉତ୍ତର ଶ୍ରୀ ଶତପଥୀ ଦେଇଛନ୍ତି। 

ଏହି ଖବର ପଢ଼ନ୍ତୁ: ଭୁବନେଶ୍ବରରେ ସିବିଆଇର ଚଢ଼ାଉ

ସିବିଆଇ କାର୍ଯ୍ୟାଳୟରେ ଅଧିକାରୀମାନଙ୍କ ଦ୍ବାରା ପଚରାଉଚରା ହୋଇ ବାହାରକୁ ବାହାରିଲା ପରେ ଶ୍ରୀ ଶତପଥୀ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି, କେବଳ ତାଙ୍କୁ ନୁହେଁ। ସିବିଆଇ ଆହୁରି ଦୁଇ ଜଣ ଡ୍ରାଇଭରଙ୍କୁ ଜେରା କରିଛି।

ଗତ ୭ ତାରିଖ ଦିନ ସନ୍ଧ୍ୟାରେ ଚଢ଼ାଉକୁ ନେଇ ସିବିଆଇ ରାଜ୍ୟ ସରକାରଙ୍କର ସଚିବ ବିଷ୍ଣୁପଦ ସେଠୀଙ୍କୁ ସମନ ଜାରି କରିଛନ୍ତି। ବ୍ରିଜ୍ ଆଣ୍ଡ୍ ରୁଫ୍ କର୍ପୋରେସନ୍‌ ଜିଜିଏମ୍ ଏକ ଠିକାସଂସ୍ଥାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ମାମଲାରେ ଏବେ ଶ୍ରୀ ସେଠୀଙ୍କ ପାଇଁ ଅଡ଼ୁଆ ବଢ଼ିଛି। ତାଙ୍କୁ ୧୧ ତାରିଖ ଦିନ ୧୧ଟାରେ ହାଜର ହେବା ଲାଗି ସିବିଆଇ ପକ୍ଷରୁ ସମନ କରାଯାଇଥିଲା। କିନ୍ତୁ ସିବିଆଇ ସମନ ଦେବା ପରେ ବି ଏନେଇ ଶ୍ରୀ ସେଠୀ ମୁହଁ ଖୋଲିନାହାନ୍ତି।

ଏହି ଖବର ପଢ଼ନ୍ତୁ: ବିଷ୍ଣୁପଦଙ୍କ ଡ୍ରାଇଭରଙ୍କୁ ସିବିଆଇ ସମନ

ଅନ୍ୟପଟରେ ଏକ ନିର୍ଦ୍ଦିଷ୍ଟ ପ୍ରକଳ୍ପକୁ ନେଇ ସିବିଆଇ ବିଷ୍ଣୁପଦ ସେଠୀଙ୍କ ଡ୍ରାଇଭରଙ୍କୁ ସମନ କରିଥିଲା। ବିଷ୍ଣୁପଦ ସେଠୀ ଏବେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ଏହି ବିଭାଗଗୁଡ଼ିକର ଏକାଧିକ ଭିତ୍ତିଭୂମି ପ୍ରକଳ୍ପ ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ମାଣାଧୀନ ଅଛି। ତେଣୁ ଡ୍ରାଇଭରମାନଙ୍କଠାରୁ ଟେଣ୍ଡର୍ ଫିକ୍ସିଂ ସମ୍ପର୍କରେ କିଛି ଗୁପ୍ତ ରହସ୍ୟ ଖୋଲିବାକୁ ସିବିଆଇ ଯୋଜନା କରୁଛି। ଏହା ମାଧ୍ୟମରେ ସିବିଆଇ ରାଜ୍ୟ ସରକାରଙ୍କ ବଡ଼ ଅଧିକାରୀମାନେ ଟେଣ୍ଡର୍ ଫିକ୍ସିଂରେ ସଂପୃକ୍ତ କି ନାହିଁ, ତାହା ଜାଣିବାକୁ ଉଦ୍ୟମ କରିଥିବା କୁହାଯାଉଛି।

ଏହି ଖବର ପଢ଼ନ୍ତୁ: ମୋଟୁରୁ ଦିଲ୍ଲୀ ଯାଏଁ ବିଜେଡି କରିବ ଆନ୍ଦୋଳନ