ବିଦାୟକାଳୀନ ସମ୍ବର୍ଦ୍ଧନା ପୂର୍ବରୁ ଚିରଦିନ ବିଦାୟ ନେଲେ ଡିଏସ୍‌ପି ବଳରାମ ନାୟକ

Advertisment

ଡିଏସ୍‌ପି ବଳରାମ ନାୟକ। ଆଜି ଯାଜପୁରରେ ଦୀର୍ଘଦିନର କର୍ମମୟ ଜୀବନରୁ ବିଦାୟ ନେଇଥାନ୍ତେ। ଜଗତସିଂପୁର ଏସ୍‌ଡିପିଓ ଭାବେ ବଦଳି ନେଇ ପୂର୍ବରୁ ତାଙ୍କୁ ଚିଠି ଆସି ସାରିଥିଲା। ଏଥି ପାଇଁ ଏକ ଭବ୍ୟ ସମାରୋହରେ ତାଙ୍କୁ ଯାଜପୁର ପୁଲିସ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥାନ୍ତା।

Updated On

ଡିଏସ୍‌ପି ବଳରାମ ନାୟକ। ଆଜି ଯାଜପୁରରେ ଦୀର୍ଘଦିନର କର୍ମମୟ ଜୀବନରୁ ବିଦାୟ ନେଇଥାନ୍ତେ। ଜଗତସିଂପୁର ଏସ୍‌ଡିପିଓ ଭାବେ ବଦଳି ନେଇ ପୂର୍ବରୁ ତାଙ୍କୁ ଚିଠି ଆସି ସାରିଥିଲା। ଏଥି ପାଇଁ ଏକ ଭବ୍ୟ ସମାରୋହରେ ତାଙ୍କୁ ଯାଜପୁର ପୁଲିସ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥାନ୍ତା।

ଅଦ୍ୟତନ ହୋଇଛି
Jajpur DSP Balaram Nayak

Jajpur DSP Balaram Nayak Photograph: (sambad.in)

ଯାଜପୁର: ଡିଏସ୍‌ପି ବଳରାମ ନାୟକ। ଆଜି ଯାଜପୁରରେ ଦୀର୍ଘଦିନର କର୍ମମୟ ଜୀବନରୁ ବିଦାୟ ନେଇଥାନ୍ତେ। ଜଗତସିଂପୁର ଏସ୍‌ଡିପିଓ ଭାବେ ବଦଳି ନେଇ ପୂର୍ବରୁ ତାଙ୍କୁ ଚିଠି ଆସି ସାରିଥିଲା। ଏଥି ପାଇଁ ଏକ ଭବ୍ୟ ସମାରୋହରେ ତାଙ୍କୁ ଯାଜପୁର ପୁଲିସ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥାନ୍ତା। କାର୍ଯ୍ୟକ୍ରମରେ ବରିଷ୍ଠ ପୁଲିସ ଅଧିକାରୀ ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହିଥାନ୍ତେ। ଡିଏସ୍‌ପି ବଳରାମ ନାୟକ ମଧ୍ୟ ଯାଜପୁର ଜିଲ୍ଲାରେ କାମ କରିଥିବାର ଅନୁଭୂତି ବଖାଣିଥାନ୍ତେ। ତାଙ୍କର ବାଣୀ ମଧ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇଥାନ୍ତା। କିନ୍ତୁ ଦୁଃଖ ଓ କ୍ଷୋଭର ବିଷୟ ଯେ, ବଳରାମ ବିଦାୟକାଳୀନ ସମ୍ବର୍ଦ୍ଧନା ଗ୍ରହଣ କରିବା ପୂର୍ବରୁ ଚିରଦିନ ପାଇଁ ବିଦାୟ ନେଇଛନ୍ତି। ତାଙ୍କର ପରଲୋକରେ ପରିବାର, ଯାଜପୁର ପୁଲିସ ଓ ଆତ୍ମୀୟ ସଜ୍ଜନ ଗଭୀର ଦୁଃଖ ଓ ଶୋକ ପ୍ରକାଶ କରିଛନ୍ତି। ପୀଡିତ ପରିବାର ଦୁଃଖର ଦରିଆରେ ଭାସୁଛି।   

ଏସ୍‌ପି ବଳରାମ ନାୟକ ଯାଜପୁରରେ ଡିଏସ୍‌ପି (କ୍ରାଇମ୍) ଭାବେ ମୁତୟନ ଥିଲେ। ନିକଟରେ ତାଙ୍କୁ ବଦଳି ଆଦେଶ ହୋଇଥିଲା। ସେ ଜଗତସିଂହପୁର ଏସ୍‌ଡିପିଓ ଭାବେ ଯୋଗ ଦେଇଥାନ୍ତେ। କିନ୍ତୁ ଏହା ପୂର୍ବରୁ ଏକ ଆଜି ଅପରାହ୍ଣରେ ଏକ ଦୁର୍ଘଟଣାର ସାମ୍ନା କରି ପ୍ରାଣ ହାରିଛନ୍ତି।

ସୂଚନା ଅନୁସାରେ ଡିଏସ୍‌ପି ବଳରାମ ନାୟକ ଯାଜପୁରରେ ଡିଏସ୍‌ପି (କ୍ରାଇମ୍) ଭାବେ ମୁତୟନ ଥିଲେ। ନିକଟରେ ତାଙ୍କୁ ବଦଳି ଆଦେଶ ହୋଇଥିଲା। ସେ ଜଗତସିଂହପୁର ଏସ୍‌ଡିପିଓ ଭାବେ ଯୋଗ ଦେଇଥାନ୍ତେ। କିନ୍ତୁ ଏହା ପୂର୍ବରୁ ଏକ ଆଜି ଅପରାହ୍ଣରେ ଏକ ଦୁର୍ଘଟଣାର ସାମ୍ନା କରି ପ୍ରାଣ ହାରିଛନ୍ତି। ସେ କେନ୍ଦୁଝର ଜିଲ୍ଲା  ଘଟଗାଁସ୍ଥିତ ନିଜର ଘଣୁ ଜଣେ ସଂପର୍କୀୟଙ୍କ ସହିତ ଯାଜପୁର ଜିଲ୍ଲା ପାଣିପୋଇଲିସ୍ଥିତ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଆୟୋଜିତ ‘ବିଦାୟକାଳୀନ ସମ୍ବର୍ଦ୍ଧନା’ ସମାରୋହକୁ ଯାଉଥିଲେ। ସନ୍ଧ୍ୟାରେ ଏହି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଚାଲିଥିଲା। କିନ୍ତୁ ପାଣିକୋଇଲି ଥାନା କୃପାଳୁ ରାଇସ ମିଲ ନିକଟରେ ତାଙ୍କ କାରକୁ ଏକ ଦ୍ରୁତଗାମୀ ଟ୍ରକ୍ ଧକ୍କା ଦେଇଥିଲା। ଫଳରେ କାର୍‌ରେ ଥିବା ୨ ଜଣ ଗୁରୁତର ହୋଇଥିଲେ। ଉଭୟଙ୍କୁ ସେଠାରୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଦୁର୍ଘଟଣା ସଂପର୍କୀତ ସୂଚନା ପାଇ ଯାଜପୁର ଏସ୍‌ପି ୟସ ପ୍ରତାପ ଶ୍ରୀମଲ ଯଯାତି କେଶରୀ ମେଡିକାଲ କଲେଜରେ ପହଂଚି ଘଟଣା ସମ୍ପର୍କରେ ଅବଗତ ହୋଇଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି। ସମାରୋହସ୍ଥଳ ଶୂନଶାନ ପାଲଟିଛି। ‘ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ‘ସ୍ଥଳରେ ଶୋକାକୁଳ ପରିବେଶ ଦେଖାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe