ବେଆଇନ ବାଲି ଉତ୍ତୋଳନ ଘଟଣା : ପ୍ରଶାସନ ନେଲା କାର୍ଯ୍ୟାନୁଷ୍ଠାନ

Advertisment

ଜଳେଶ୍ବର ଅଞ୍ଚଳରେ ବେଆଇନ୍ ବାଲିଚାଲାଣ ଅଭିଯୋଗ ହେବା ପରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବାଲି ଉତ୍ତୋଳନ ସ୍ଥଳରୁ ପୁଲିସ ଗୋଟିଏ ଡମ୍ପର, ଟ୍ରାକ୍ଟର ସମେତ ତିନିଟି ମେସିନ୍ ଜବତ କରିଥିବାର ସୂଚନା ରହିଛି।

ଜଳେଶ୍ବର ଅଞ୍ଚଳରେ ବେଆଇନ୍ ବାଲିଚାଲାଣ ଅଭିଯୋଗ ହେବା ପରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବାଲି ଉତ୍ତୋଳନ ସ୍ଥଳରୁ ପୁଲିସ ଗୋଟିଏ ଡମ୍ପର, ଟ୍ରାକ୍ଟର ସମେତ ତିନିଟି ମେସିନ୍ ଜବତ କରିଥିବାର ସୂଚନା ରହିଛି।

ghj

ଜଳେଶ୍ବର: ଜଳେଶ୍ବର ଅଞ୍ଚଳରେ ବେଆଇନ୍ ବାଲିଚାଲାଣ ଅଭିଯୋଗ ହେବା ପରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବାଲି ଉତ୍ତୋଳନ ସ୍ଥଳରୁ ପୁଲିସ ଗୋଟିଏ ଡମ୍ପର, ଟ୍ରାକ୍ଟର ସମେତ ତିନିଟି ମେସିନ୍ ଜବତ କରିଥିବାର ସୂଚନା ରହିଛି।

ତେବେ ବାଲେଶ୍ବର ଜିଲ୍ଲା ସିଂଲା ଥାନା କାଦରାୟାଁ ପଞ୍ଚାୟତ କାଦରାୟଁ ଗ୍ରାମରେ ଚଳାଇଛି ବେଆଇନ ବାଲି ଉତ୍ତୋଳନ ଘଟଣାରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି। 
ବେଆଇନ ବାଲି ଉତ୍ତୋଳନକୁ ନେଇ ଗ୍ରାମବାସୀ ବାରମ୍ବାର ପ୍ରଶାସନ ଓ ମାଇନ୍ସ ବିଭାଗକୁ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନଥିଲେ ଗ୍ରାମବାସୀଙ୍କ କଥା। ଶେଷରେ ବାଧ୍ୟ ହୋଇ ଗ୍ରାମବାସୀ ରାସ୍ତା ଉପରେ ଆନ୍ଦୋଳନ କରିଥିଲେ।
ସୂଚନା ଅନୁସାରେ, ଏହି ଗ୍ରାମରେ ଦୀର୍ଘଦିନ ହେଲା କୌଣସି ଅନୁମତି ନଥାଇ ଦୈନଦିନ ଶହ ଶହ ଗାଡ଼ି ବାଲି ପଶ୍ଚିମବଙ୍ଗକୁ ଚାଲାଣ ହେଉଛି। ଏଣେ କଦରାୟାନ ଗ୍ରାମଟି ସୁବର୍ଣ୍ଣରେଖା ନଦୀ କୂଳରେ ରହିଥିବା ବେଳେ ଅନ୍ୟୁନ ଏହି ଗ୍ରାମରେ ଆଠ ହଜା ରୁ ଊର୍ଦ୍ଧ୍ବ ଲୋକ ବସବାସ କରୁଛନ୍ତି।ବେଆଇନ ବାଲି ଉତ୍ତୋଳନ ପାଇଁ ଧୀରେ ଧୀରେ ସୁବର୍ଣ୍ଣରେଖା ନଦୀ ଗ୍ରାମ ଆଡକୁ କୁଳ ଖାଇ ଖାଇ ଆସୁଛି। ଏମିତି ଗ୍ରାମ ନିକଟରୁ ବାରମ୍ବାର ବେଆଇନ ବାଲି ଉତ୍ତୋଳନ ହେଲେ ଆଉ ଅଳ୍ପଦିନ ମଧ୍ୟରେ ଗ୍ରାମ ସଂପୂର୍ଣ୍ଣ ନଦୀ ଭିତରେ ଲୀନ ହୋଇଯିବ । ଏଥି ସହିତ ଗ୍ରାମ ଭିତରେ ମଧ୍ୟ ରାତ୍ରିରୁ ଗାଡ଼ି ମଟର ଚଳାଚଳ ପାଇଁ ବୁଢା, ବୁଢ଼ୀ ରୁଗ୍ଣ ଲୋକ ନାହିଁ ନଥିବା ଦୁର୍ଦ୍ଦଶାର ଶିକାର ହେଉଛନ୍ତି। ଗ୍ରାମରୁ ଛାତ୍ରଛାତ୍ରୀ ଦୁଇ କିମି ଦୂର ଧିତିପୁରା ବିଦ୍ୟାଳୟକୁ ଯାଉଥିବା ବେଳେ ବିଭିନ୍ନ ସମୟରେ ଗାଡି ମଟର ଦୁର୍ଘଟଣାର ଶିକାର ହେଉଛନ୍ତି । ଏନେଇ ଗ୍ରାମବାସୀ ତହସିଲଦାର ,ଜିଲ୍ଲାପାଳ ଓ ମାଇନ୍ସ ବିଭାଗକୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।
 ଶେଷରେ କୌଣସି ଉପାୟ ନପାଇ ଗ୍ରାମର ଶତାଧିକ ଲୋକ ଏକତ୍ରିତ ହୋଇ ରାସ୍ତା ଅବରୋଧ କରିବା ସହିତ ବେଆଇନ ବାଲି ଉତ୍ତୋଳନକୁ ବିରୋଧ କରିଥିଲେ। ପ୍ରଶାସନ ଏହି ବାଲି ଉତ୍ତୋଳନ ବନ୍ଦ ନକରିବା ଯାଏଁ ଏହି ଆନ୍ଦୋଳନ ଚାଲୁରହିବ ବୋଲି ଚେତାବନୀ ଦିଆଯାଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe