ପଥର ବୋଝେଇ ଡମ୍ପର ଜବତ କଲା ତହସିଲଦାର

ବାଲେଶ୍ବର ଜିଲ୍ଲା ସୋର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥ ତହସିଲ କାର୍ଯ୍ୟାଳୟ ସମ୍ମୁଖରୁ ଏକ ବେଆଇନ ପଥର ବୋଝେଇ ଡମ୍ପର ଜବତ ହୋଇଛି। ସୋର ତହସିଲଦାର ଜବତ କରି ଏହାକୁ ସୋର ଥାନାରେ ଜିମା ଦେଇଛନ୍ତି।

Truck seized

Truck seized Photograph: (sambad.in)

ସୋର: ବାଲେଶ୍ବର ଜିଲ୍ଲା ସୋର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥ ତହସିଲ କାର୍ଯ୍ୟାଳୟ ସମ୍ମୁଖରୁ ଏକ ବେଆଇନ ପଥର ବୋଝେଇ ଡମ୍ପର ଜବତ ହୋଇଛି। ସୋର ତହସିଲଦାର ଜବତ କରି ଏହାକୁ ସୋର ଥାନାରେ ଜିମା ଦେଇଛନ୍ତି।

ଆଜି ଅପରାହ୍ନରେ ସୋର ତହସିଲଦାର ସେକ ସାଗିର ଏହି ସ୍ଥାନରେ ବାଗୁଡ଼ି ଖାଦାନରୁ ପଥର ବୋଝେଇ କରି ଆସୁଥିବା ଡମ୍ପର ଗୁଡିକର କାଗଜପତ୍ର ଯାଞ୍ଚ କରିଥିଲେ। ଏହି ସମୟରେ ଡମ୍ପର (ଓଆର ୧୫ କ୍ୟୁ ୬୮୪୩) ବେଆଇନ ଭାବେ ପଥର ପରିବହନ କରୁଥିବା ଜଣାପଡ଼ିଥିଲା। ତହସିଲଦାର ଡମ୍ପରକୁ ଜବତ କରି ସୋର ପୁଲିସ ନିକଟରେ ଜିମା ଦେଇଛନ୍ତି।

ଏ ବାବଦରେ ତହସିଲ କାର୍ଯ୍ୟାଳୟ ତରଫରୁ ସୋର ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe