କଟକ ଦୁର୍ଗାପୂଜା: ଅକ୍ଟୋବର ୩ରେ ଭସାଣୀ ଶୋଭାଯାତ୍ରା

ତାରକସିର ସହର ‘କଟକ’ରେ ପୁଣି ଚମକିମ ମା’ ଦୁର୍ଗାଙ୍କ ଚାନ୍ଦିମେଢ଼। ମନଲୋଭା ମେଢ଼ରେ ମା’ଙ୍କ ପୂଜାର୍ଚ୍ଚନା ହେବ। ଏଥି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କଟକରେ ଚଳିତ ବର୍ଷ ସେପ୍ଟେମ୍ବର ୨୮ ତାରିଖ ଠାରୁ ଦୁର୍ଗାପୂଜା ଆରମ୍ଭ ହେବ।

New Project (31)

କଟକ: ତାରକସିର ସହର ‘କଟକ’ରେ ପୁଣି ଚମକିମ ମା’ ଦୁର୍ଗାଙ୍କ ଚାନ୍ଦିମେଢ଼। ମନଲୋଭା ମେଢ଼ରେ ମା’ଙ୍କ ପୂଜାର୍ଚ୍ଚନା ହେବ। ଏଥି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କଟକରେ ଚଳିତ ବର୍ଷ ସେପ୍ଟେମ୍ବର ୨୮ ତାରିଖ ଠାରୁ ଦୁର୍ଗାପୂଜା ଆରମ୍ଭ ହେବ। ଅକ୍ଟୋବର ୩ ତାରିଖରେ ଦୁର୍ଗାପୂଜା ଭସାଣୀ ଶୋଭାଯାତ୍ରା। କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି ବୈଠକରେ ଆଜି ଏହି ନିଷ୍ପତ୍ତି ନିଆଯାଇଛି। ଶାନ୍ତି ଶୃଙ୍ଖଳାରେ ପୂଜା ପାଳନ କରିବାକୁ ସହରବାସୀଙ୍କୁ ନିବେଦନ କରାଯାଇଛି। 


ବିଦ୍ୟାଧରପୁର ପୂଜା କମିଟି ଆନୁକୂଲ୍ୟରେ ଦ୍ବାରୀକାମୟୀ ସାଇ ମନ୍ଦିର ଠାରେ ଆୟୋଜିତ ବୈଠକରେ କମିଟିର ସଭାପତି ବିଜୟ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ। ଉକ୍ତ ସଭାରେ ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳ, ବାରବାଟୀ ବିଧାୟକ ସୋଫିଆ ପିରଦୋସ୍‌, କଟମ ମହାନଗର ନିଗମ ମେୟର ସୁବାଷ ସିଂ, କଟକ ମହାନଗର ପୂଜା କମିଟି ସଂପାଦକ ପ୍ରଭାତ ତ୍ରିପାଠୀ, କଟକ ଡିସିପି ଋଷିକେଶ ଖିଲାରି, ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ବାଳ, ପୂର୍ବତନ ବିଧାୟକ ମହମ୍ମଦ ମୋକିମ ପ୍ରମୁଖ ଉପସ୍ଥିତ ଥିଲେ। 

 Durga Puja

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe