ବିଧାନସଭା ଆଗୁଆ ସରିବାକୁ ନେଇ ରାଜ୍ୟ ସରକାରଙ୍କୁ କଟାକ୍ଷ କଲେ ବିରୋଧୀ ଦଳ ଉପନେତା

Advertisment

ବିଧାନସଭା ଆଗୁଆ ସରିବାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ସେ କହିଛନ୍ତି, କହି ଦେଉଥାଏ ପରକୁ, ବୁଦ୍ଧି ନଦିଶଇ ନିଜକୁ।

ବିଧାନସଭା ଆଗୁଆ ସରିବାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ସେ କହିଛନ୍ତି, କହି ଦେଉଥାଏ ପରକୁ, ବୁଦ୍ଧି ନଦିଶଇ ନିଜକୁ।

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପ୍ରସଙ୍ଗ: ରାଜ୍ୟସଭାରେ ‘ବେସରକାରୀ ବିଲ୍‌’ ଆଗତ କଲେ ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ବର: ବିଧାନସଭା ଆଗୁଆ ସରିବାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ସେ କହିଛନ୍ତି, କହି ଦେଉଥାଏ ପରକୁ, ବୁଦ୍ଧି ନଦିଶଇ ନିଜକୁ। ଛଅ ମାସରେ ସିଭିୟର ରୋଗରେ ପୀଡ଼ିତ ହୋଇଛନ୍ତି ସରକାର। ତେଣୁ ବିଧାନସଭାକୁ ୧୬ ଦିନ ଆଗରୁ ବନ୍ଦ କରିଦେଇଛନ୍ତି । ବିଧେୟକ ଆଗତ କଲେ କିନ୍ତୁ ଆଲୋଚନାକୁ ଆଣିଲେ ନାହିଁ କି ପାରିତ କଲେନି । ଆଜି, କାଲି, ଆସନ୍ତାକାଲି ବିଲ ଆସିବ କହିଲେ କିନ୍ତୁ ବିଲ ଆସିଲା ନାହିଁ।

ବିରୋଧୀ ଦଳ ଉପନେତା ଆହୁରି କହିଛନ୍ତି, ରାଜ୍ୟପାଳଙ୍କ ପାଖରେ ବିଲ ଅଟକିଥିବା କୁହାଯାଉଛି। ଏହାର ଅର୍ଥ ସରକାର-ରାଜ୍ୟପାଳଙ୍କ ମଧ୍ୟରେ ତାଳମେଳ ରହୁନାହିଁ । ଯୋଗାଯୋଗ କିମ୍ବା ବୁଝାମଣାରର ବାଧକ ରହୁଥିବା ଲାଗୁଛି। ସାମ୍ବିଧାନିକ ଅବ୍ୟବସ୍ଥା ଆଡ଼କୁ ରାଜ୍ୟ ଗତି କଲା ପରି ଲାଗୁଛି । ଏହା ସୁସ୍ଥ ପରମ୍ପରାର ଲକ୍ଷଣ ନୁହେଁ । ସୁସ୍ଥ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସରକାର ଚଳାଇବାର ଭଲ ଲକ୍ଷଣ ନୁହେଁ । ଡର କହିବି ନାହିଁ, ଗଣତାନ୍ତ୍ରିକ ପରମ୍ପରାର ଏହା ବ୍ୟତିକ୍ରମ କହିବି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe