ରାଉରକେଲା ପୁଲିସ୍‌ର ଇ-ବିଟ୍‌ ପାଟ୍ରୋଲିଂ ପାଇଲଟ୍‌ ପ୍ରୋଜେକ୍ଟ୍‌

ରାଉରକେଲା: ସହରବାସୀଙ୍କ ସୁରକ୍ଷାକୁ ବ୍ୟାପକ କରିବା ତଥା ପ୍ରଯୁକ୍ତିବିଦ୍ୟାର ବ୍ୟବହାରକରି ପୁଲିସିଂ ବ୍ୟବସ୍ଥାର ଆଧୁନିକୀକରଣ ଓ ସୁଦୃଢ କରିବାକୁ ରାଉରକେଲା ପୁଲିସ ନୂଆ ପଦକ୍ଷେପ ନେଇଛି।

21b49949-df4b-406e-b06f-cbd8af96e583

ରାଉରକେଲା: ସହରବାସୀଙ୍କ ସୁରକ୍ଷାକୁ ବ୍ୟାପକ କରିବା ତଥା ପ୍ରଯୁକ୍ତିବିଦ୍ୟାର ବ୍ୟବହାରକରି ପୁଲିସିଂ ବ୍ୟବସ୍ଥାର ଆଧୁନିକୀକରଣ ଓ ସୁଦୃଢ କରିବାକୁ ରାଉରକେଲା ପୁଲିସ ନୂଆ ପଦକ୍ଷେପ ନେଇଛି। ଆଜି ‘ଇ-ବିଟ୍‌ ପାଟ୍ରୋଲିଂ ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ଏହାକୁ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ, ରାଉରକେଲା ଏସ୍‌ପି ନୀତେଶ ୱାଧୱାନୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ଏନେଇ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇ କହିଲେ, ସହରର ୧୨ଟି ପୁଲିସ ଥାନା ଅଞ୍ଚଳରେ ୬ଶହରୁ ଅଧିକ ସମ୍ବେଦନଶୀଳ ସ୍ଥାନ ଚିହ୍ନଟ କରାଯାଇଛି। ଏଥିରେ ଏଟିଏମ୍‌, ଧାର୍ମକ ସ୍ଥଳ, ପାର୍କ, ବଜାର, ବରିଷ୍ଠ ନାଗରିକଙ୍କ ବାସଗୃହ ଆଦି ଅନ୍ତର୍ଭୁକ୍ତ। ଏସବୁ ଅଞ୍ଚଳରେ ମୋଟ୍‌ ୧୦୦ଟି ବିଟ୍‌ ସ୍ଥାପନ କରାଯାଇଛି। ପ୍ରତ୍ୟେକ ବିଟ୍‌ ସ୍ଥାନଟି ଜିଓ ମ୍ୟାପିଂ ହୋଇଛି। ଉକ୍ତ ବିଟ୍‌ରେ ନିୟୋଜିତ ଅଧିକାରୀଙ୍କ ଅଞ୍ଚଳ ପରିଦର୍ଶନ ସମୟ, ସେମାନଙ୍କ ଉପସ୍ଥିତି ବିଷୟରେ ମୋବାଇଲ୍‌ ଆପ୍‌ ମାଧ୍ୟମରେ ଜଣାପଡ଼ିବ।

ବିଟ୍‌ ଅଧିକାରୀଙ୍କ ରିଅଲ୍‌ ଟାଇମ୍‌ ଲୋକେସନ ଟ୍ରାକିଂ କରାଯାଇପାରିବ। ଏମିତିକି ସେମାନଙ୍କର ଉପସ୍ଥିତି, ରିପୋର୍ଟିଂ, ବିଟ୍‌ ପରିଦର୍ଶନ ଓ ପର୍ଯ୍ୟବେକ୍ଷଣ ବିଷୟରେ ଜଣାପଡ଼ିବ। ଉଲ୍ଲେଖଯୋଗ୍ୟ, ପୂର୍ବରୁ ପୁଲିସ ପକ୍ଷରୁ ପାଟ୍ରୋଲିଂ କରାଯାଉନଥିବା ଅଭିଯୋଗ ହେଉଥିଲା। ଏମିତିକି ଚୋରି, ଛିନ୍‌ତାଇ, ଲୁଟ୍‌, ଡକାୟତି ଆଦି ଆପରାଧିକ ଘଟଣାର ବହୁ ବିଳମ୍ବରେ ପୁଲିସ ପହଞ୍ଚୁଥିବାର ଅଭିଯୋଗ ହେଉଥିଲା। ଇ-ବିଟ ପାଟ୍ରୋଲିଂ ବ୍ୟବସ୍ଥା ପରେ ଏହାକୁ ଦୂର କରାଯାଇପାରିବ।

ଏହାସହ ଘଟଣାର ବାସ୍ତବ ସମୟ ଜଣାପଡ଼ିବା ଓ ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ, ତଥ୍ୟ ଚାଳିତ ନିୟୋଜନ, ଘଟଣାସ୍ଥଳରେ ପୁଲିସ୍‌ର ଉପସ୍ଥିତି ଆଦି ସୁନିଶ୍ଚିତ କରିବ। ବର୍ତ୍ତମାନ ପାଇଲଟ୍‌ ପ୍ରୋଜେକ୍ଟଭାବେ ୧୨ଟି ପୁଲିସ ଥାନାରେ ଏହା କାର୍ଯ୍ୟକାରୀ ହୋଇଥିବାବଳେ ଆଗାମୀ ଦିନରେ ଏହାକୁ ବିସ୍ତାର କରାଯିବବୋଲି କହିଥିଲେ।

Rourkela | Odisha police

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe