ସମ୍ବଲପୁର-ଟିଟଲାଗଡ଼-ଥେରୁବାଲି ସେକ୍ସନ ନିରୀକ୍ଷଣ କଲେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ

Advertisment

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଆଜି ସମ୍ବଲପୁର ମଣ୍ଡଳ ଅଧୀନରେ ସମ୍ବଲପୁର-ଟିଟଲାଗଡ଼-ଥେରୁବାଲି ରେଳ ସେକ୍ସନର ଏକ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିଛନ୍ତି।

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଆଜି ସମ୍ବଲପୁର ମଣ୍ଡଳ ଅଧୀନରେ ସମ୍ବଲପୁର-ଟିଟଲାଗଡ଼-ଥେରୁବାଲି ରେଳ ସେକ୍ସନର ଏକ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିଛନ୍ତି।

98f6c26b-e691-4c1e-abf1-8d5dff012025

ଭୁବନେଶ୍ବର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଆଜି ସମ୍ବଲପୁର ମଣ୍ଡଳ ଅଧୀନରେ ସମ୍ବଲପୁର-ଟିଟଲାଗଡ଼-ଥେରୁବାଲି ରେଳ ସେକ୍ସନର ଏକ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିଛନ୍ତି। ଏହି ଗସ୍ତ ସମୟରେ ସେ ବରଗଡ଼ ରୋଡ୍, ବରପାଲି ଏବଂ ଦଇକାଲ୍ଲୁ ସମେତ ପ୍ରମୁଖ ଷ୍ଟେସନଗୁଡ଼ିକ ଯାଞ୍ଚ କରିଥିଲେ। ସେ ଯାତ୍ରୀ ସୁବିଧାଗୁଡ଼ିକର ସମୀକ୍ଷା କଲେ, ଚାଲୁଥିବା ବିକାଶମୂଳକ କାର୍ଯ୍ୟର ଗତି ମୂଲ୍ୟାଙ୍କନ କଲେ ଏବଂ ସମଗ୍ର ସେକ୍ସନରେ ଭିତ୍ତିଭୂମି ବୃଦ୍ଧି ପଦକ୍ଷେପଗୁଡ଼ିକର ମୂଲ୍ୟାଙ୍କନ କଲେ।

ଉନ୍ନତ ଯାତ୍ରୀ ଅଭିଜ୍ଞତା ପାଇଁ ଷ୍ଟେସନ ସୁବିଧାଗୁଡ଼ିକୁ ରୂପାନ୍ତରିତ କରିବା ଲକ୍ଷ୍ୟରେ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ କାର୍ଯ୍ୟର ଅଗ୍ରଗତି ତଦାରଖ କରିବା ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ। ସେ ଫ୍ରଣ୍ଟଲାଇନ୍ ରେଳ କର୍ମଚାରୀଙ୍କ ସହିତ ମଧ୍ୟ ଆଲୋଚନା କଲେ ଏବଂ ସ୍ଥାୟୀ ସମ୍ପତ୍ତି ଏବଂ କାର୍ଯ୍ୟକ୍ଷମ ପ୍ରତିଷ୍ଠାନର ନିରୀକ୍ଷଣ କଲେ। ତାଙ୍କ ସହିତ ସମ୍ବଲପୁରର ମଣ୍ଡଳ ରେଳ ପ୍ରବନ୍ଧକ ସୁବାଷ ଚନ୍ଦ୍ର ଚୌଧୁରୀ ଏବଂ ମଣ୍ଡଳର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ରାୟଗଡ଼ା ଜିଲ୍ଲା ମୁନିଗୁଡା ପ୍ରଗତି ମଞ୍ଚ ତରଫରୁ ତିନି କୋଣିଆ ଛକ ନିକଟରେ ଥିବା ରେଳ ଫାଟକ ନିକଟରେ ଭୂତଳ ରାସ୍ତା ନିର୍ମାଣ ପାଇଁ ଶୁକ୍ରବାର ରେଳବାଇ ଜିଏମ ପରମେଶ୍ୱର ପଙ୍କୱାଲଙ୍କ ସହ ଆଲୋଚନା କରିବା ସହ ଏକ ଲିଖିତ ସ୍ମାରକପତ୍ର ପ୍ରଦାନ କରାଯାଇଛିl

c9bb21e0-1ae2-45d9-9aa1-28c0213098a9

ପ୍ରଗତି ମଞ୍ଚର ସଭାପତି ସିଏଚ ଗଣେଶ୍ୱର ରାଓ ଓ ସମ୍ପାଦକ ସୀମାଞ୍ଚଳ ପଣ୍ଡାଙ୍କ ମିଳିତ ନେତୃତ୍ୱରେ ସଦସ୍ୟମାନେ ଉପସ୍ଥିତ ରହି ତିନି କୋଣିଆ ଛକ ନିକଟରେ ଥିବା ରେଳ ଫାଟକ ନିକଟରେ ଭୂତଳ ରାସ୍ତା ନିର୍ମାଣ ପାଇଁ ଆଲୋଚନା କରିବା ସହ ଏକ ଲିଖିତ ସ୍ମାରକପତ୍ର ପ୍ରଦାନ କରାଯାଇଥିଲାl ଉକ୍ତ ସ୍ମାରକ ପତ୍ରରେ ମୁନିଗୁଡ଼ାର ବସଷ୍ଟାଣ୍ଡ ନିକଟ ବ୍ୟସ୍ତ ବହୁଳ ରେଲୱେ ଫାଟକ ନିକଟରେ ଭୁତଳ ରାସ୍ତା ନିର୍ମାଣ ନିମନ୍ତେ ମୁନିଗୁଡା ଅଞ୍ଚଳବାସୀଙ୍କ ତରଫରୁ ଦୀର୍ଘ ଦିନ ଧରି ଦାବୀ ହେଉଥିଲେ ସୁଦ୍ଧା ରେଳ ବିଭାଗ କେବଳ ଆଲୋଚନା କରି ଚାଲିଛିl ଏହି ରେଳ ଫାଟକ ଯୋଗୁଁ ଅଧିକାଂଶ ସମୟରେ ଭାରି ଜାନ ଗୁଡିକ ଅଟକି ରହିବା ସହ ବିଭିନ୍ନ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛିl 

ଉକ୍ତ ସ୍ମାରକପତ୍ର ପ୍ରଦାନ ବେଳେ ଅନ୍ୟମାନଙ୍କ ମଧ୍ୟରେ ରେଳ ବିଭାଗର ସିନିଅର ଡିସିଏମ ଗରିମା ତିୱାରୀ, ଆରପିଏଫ ଇନଚାର୍ଜ ଏନ.ଏସ. ମିନା, ଡିଇଏଏନ ଜି.ୟାଦବ ପ୍ରମୁଖଙ୍କ ସମେତ ପ୍ରଗତି ମଞ୍ଚର ସହ ସମ୍ପାଦକ ମନୋରଞ୍ଜନ ଦଳାଇ, ଉପ ସଭାପତି ରାଜୀବ ଲୋଚନ ଦାସ, କୋଷାଧ୍ୟକ୍ଷ ନନ୍ଦକିଶୋର ପଟ୍ଟନାୟକ, ଉପଦେଷ୍ଟା ପ୍ରଦୀପ ପରିଚ୍ଛା,ଜଗନ୍ନାଥ ନୁନ୍ଦ୍ରୁକା,ଏମଡି. ଆୟୁବ, କାର୍ଯ୍ୟକାରିଣୀ ସଦସ୍ୟ ସୁଦାମ ପଣ୍ଡା, ନରେଶ ପାତ୍ର, ପ୍ରଭାତ ପାଣିଗ୍ରାହୀ, ବାଲାଜୀ ପାତ୍ର, କେ. ଶ୍ରୀନୁ, ଆନନ୍ଦ ରାଓ, ଲାଡି ଶଙ୍କର, ରମେଶ ରାଜୁ, ଦେବେନ୍ଦ୍ର ବେହେରା, ବିଦ୍ୟାଧର ଦାସ, ଆଇନଜୀବୀ ସୁଧାକର ମହାରଣା ପ୍ରମୁଖଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେl

Indian Railways

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe