ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପୁନରୁଥାନ ଉତ୍ସବ ଅନୁଷ୍ଠିତ

ଘୁମୁସର ଉଦୟଗିରି ଖ୍ରୀଷ୍ଟିୟାନ ଜନ କଲ୍ୟାଣ ସମାଜ ଆନୁକୁଲ୍ୟରେ ସ୍ଥାନୀୟ ଜହନ ବଙ୍ଗଳା ପରିସରରେ ଇଷ୍ଟର ସନଡେ ପାଳନ ଅବସରରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପୁନରୁଥାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

Easter day

Easter day Photograph: (sambad.in)

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ଖ୍ରୀଷ୍ଟିୟାନ ଜନ କଲ୍ୟାଣ ସମାଜ ଆନୁକୁଲ୍ୟରେ ସ୍ଥାନୀୟ ଜହନ ବଙ୍ଗଳା ପରିସରରେ ଇଷ୍ଟର ସନଡେ ପାଳନ ଅବସରରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପୁନରୁଥାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ କଲିକତାରୁ ଆଚାର୍ଯ୍ୟ ସୁଶାନ୍ତ ପାତ୍ର ଓ କଟକରୁ ସୁସମାଚାର ଗାୟକ ଅମିତ୍ ପାଣି ଯୋଗ ଦେଇ ବାଇବଲ ଶାସ୍ତ୍ର ରୁ ବାକ୍ୟ ଓ ଆଧ୍ଯାତ୍ମିକ ସଙ୍ଗୀତ ପରିବେଷଣ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଚର୍ଚ୍ଚର ଯୁବକ ଯୁବତୀ ଆଧ୍ୟାତ୍ମିକ ନୃତ୍ୟ ପରିବେଷଣ କରିଥିଲେ।

କାର୍ଯ୍ୟକ୍ରମକୁ ଆୟୋଜନ କରିବାରେ ସାମନ୍ତ ଶେଖର ନାୟକ, ଅନନ୍ତ ପ୍ରଧାନ, ଗଗନ କୁମାର ପ୍ରଧାନ, ଫିରୋଜ ଦିଗାଲ, ଥୋମାସ ପ୍ରଧାନ, ପବିତ୍ର ନାୟକ, ସଦାନନ୍ଦ ନାୟକ, ଅନ୍ତନ ନାୟକ, କୃତାର୍ଥ ନାୟକ ପ୍ରମୂଖ ଦାୟିତ୍ଵ ନେଇଥିବା ବେଳେ ଘୁ.ଉଦୟଗିରି ଖ୍ରୀଷ୍ଟିୟାନ ଜନ କଲ୍ୟାଣ ସମାଜର ସଭାପତି ପ୍ରଶାନ୍ତ କୁମାର ଦାସ ଅତିଥି ଙ୍କୁ ସ୍ଵାଗତ କରିବା ସହ ସଭା ପରିଚାଳନା କରିଥିଲେ ଓ ଆମୋଦ ଚନ୍ଦ୍ର ନାୟକ ଧନ୍ୟବାଦ ଦେଇଥିଲେ।

ସଭା ଶେଷ ହେବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମକୁ ଆମନ ଚନ୍ଦ୍ର ନାୟକ ପରିଚାଳନା କରିଥିଲେ। ସ୍ଥାନୀୟ ଅଞ୍ଚଳର ହଜାର ହଜାର ମହିଳା ପୁରୁଷ ଯୁବଗୋଷ୍ଠୀଙ୍କ ସହ ବରିଷ୍ଠ ନାଗରିକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।

Kandhamal

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe