ED Raid Mayurbhanj: ୧୭ କୋଟି ଟଙ୍କାର ଜରିମାନା ଦେଇନଥିବା ବ୍ୟବସାୟୀ ପ୍ରଦୀପ କୁମାର ବିନ୍ଧାଣୀଙ୍କ ଘରେ ଓ ଦେଶୀ ମଦଭାଟିରେ ଇଡି ଚଢ଼ାଉ

ବୁଢ଼ାବଳଙ୍ଗ ନଦୀରୁ ବେଆଇନ୍‌ ଭାବେ ଅତ୍ୟଧିକ ବାଲି ଉତ୍ତୋଳନ ଅଭିଯୋଗରେ ଜାତୀୟ ଗ୍ରିନ ଟ୍ରିବ୍ୟୁନାଲ (ଏନଜିଟି) ଦ୍ୱାରା ୧୭ କୋଟି ଟଙ୍କା ଜରିମାନା ଭରିବାକୁ ନିର୍ଦ୍ଦେଶ ପାଇଥିବା ବାଲି ସୈରାତ ଲିଜଧାରୀ ତଥା ବ୍ୟବସାୟୀ ପ୍ରଦୀପ କୁମାର ବିନ୍ଧାଣୀ ଓରଫ୍ ଭାଲୁଙ୍କ ଘରେ ଓ ଦେଶୀମଦ ଭାଟିରେ EDଚଢ଼ାଉ।

Untitled

ed raid Photograph: (sambad.in)

ବେତନଟୀ: ବୁଢ଼ାବଳଙ୍ଗ ନଦୀରୁ ବେଆଇନ୍‌ ଭାବେ ଅତ୍ୟଧିକ ବାଲି ଉତ୍ତୋଳନ ଅଭିଯୋଗରେ ଜାତୀୟ ଗ୍ରିନ ଟ୍ରିବ୍ୟୁନାଲ (ଏନଜିଟି) ଦ୍ୱାରା ୧୭ କୋଟି ଟଙ୍କା ଜରିମାନା ଭରିବାକୁ ନିର୍ଦ୍ଦେଶ ପାଇଥିବା ବାଲି ସୈରାତ ଲିଜଧାରୀ ତଥା ବ୍ୟବସାୟୀ ପ୍ରଦୀପ କୁମାର ବିନ୍ଧାଣୀ ଓରଫ୍ ଭାଲୁଙ୍କ ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଞ୍ଚଳରେ ଥିବା ଡାହିସାହି ଘରେ ଗତକାଲି ସକାଳୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢ଼ାଉ କରିଥିଲା। ସେହିଭଳି ଏହି ଚଢ଼ାଉ ତାଙ୍କ ପରିଚାଳନାରେ ବୈଦପୁର ନିମୁହାଁ ଠାରେ ଚାଲିଥିବା ଦେଶୀ ମଦ ଭାଟିରେ ମଧ୍ୟ ଚଢ଼ାଉ  ଜାରିରଖିଥିଲା ଇଡି l 

ଓଡ଼ିଶା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ପ୍ରଦୀପ କୁମାର ବିନ୍ଧାଣୀ

ସୂଚନା ଅନୁଯାୟୀ, ପ୍ରଦୀପ ବିନ୍ଧାଣୀ ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ବ୍ଲକ୍‌ ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀରୁ ସରକାରୀ ଲିଜ୍‌ରେ ବାଲି ଉତ୍ତୋଳନ କରୁଥିଲେ। କିନ୍ତୁ ଲିଜ୍‌ରେ ଉଲ୍ଲେଖ ଥିବା ପରିମାଣଠାରୁ ଅନେକ ଗୁଣ ଅଧିକ ବାଲି ଉଠାଇ ନେଇଥିବା ଅଭିଯୋଗରେ ତାଙ୍କ ନାମରେ ଏକ ମାମଲା ଦାୟର ହୋଇଥିଲା। ଏହି ମାମଲାର ଶୁଣାଣି କରି ଜାତୀୟ ଗ୍ରିନ ଟ୍ରିବୁନାଲ (ଏନଜିଟି) ତାଙ୍କୁ ପ୍ରାୟ ୧୭ କୋଟି ଟଙ୍କା ଜରିମାନା ଭରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଏହି ଅର୍ଥ ଆଦାୟ କରିବାକୁ ଦାୟିତ୍ଵ ଦେଇଥିଲେ। ହେଲେ ଏହି ଜରିମାନା ଟଙ୍କା ଆଜିଯାଏଁ ମୟୂରଭଞ୍ଜ ରାଜସ୍ୱ ବିଭାଗ ଆଦାୟ କରିପାରି ନ ଥିବା ବେଳେ ଅଭିଯୁକ୍ତ ପ୍ରଦୀପ ବିନ୍ଧାଣୀ ବିଭାଗୀୟ କାର୍ଯ୍ୟାନୁଷ୍ଠାନକୁ ଅଟକାଇବା ପାଇଁ ଓଡ଼ିଶା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ।  ଏହି ମାମଲା ବର୍ଷ ବର୍ଷ ଧରି ଚାଲିବ ବୋଲି ଭାବିଥିଲେ। କିନ୍ତୁ ଆଜି ହଠାତ୍ ଇଡି ଦ୍ବାରା ଚଢ଼ାଉ ସେହି ଭାବନାରେ ପୂର୍ଣ୍ଣଛେଦ ପକାଇଥିଲା।  

ଆହୁରି ପଢ଼ନ୍ତୁ: Father Killed Daughter: ପୁଅ ଆଶାରେ ଦେଢ଼ ବର୍ଷର ଝିଅକୁ ନଦୀରେ ଫିଙ୍ଗିଦେଲା ବାପା

 ଇଡି ଚଢ଼ାଉ ପରେ ପ୍ରଶ୍ନ ଉଠୁଛି ଯେ, ଏତେ ବଡ଼ ପରିମାଣର ଜରିମାନା ଖିଲାପକାରୀଙ୍କ ଉପରେ କାହିଁକି ରାଜ୍ୟ ସରକାର କିମ୍ବା ଖଣି ଓ ରାଜସ୍ୱ ବିଭାଗ କୌଣସି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି? ଏହି ୧୭ କୋଟି ଟଙ୍କା କ’ଣ ରାଜସ୍ୱ ଖାତାକୁ ଆସିବ ନାହିଁ? ନଦୀର ପରିବେଶ ଉପରେ ଏଭଳି ବେଆଇନ୍ ଖନନର ପ୍ରଭାବକୁ ନେଇ ଏନଜିଟି ଯେଉଁ ଗୁରୁତର ନିର୍ଦ୍ଦେଶ ଦେଇଛି, ତାହାର କାର୍ଯ୍ୟକାରିତା କେତେ?
ଏହା ସହିତ ଅଭିଯୁକ୍ତ ବ୍ୟକ୍ତିଙ୍କ ପରିଚାଳନାରେ ବୈଦପୁର ଗ୍ରାମରେ ଚାଲିଥିବା ସରକାରୀ ଦେଶୀ ମଦ ଭାଟିରେ ମଧ୍ୟ ଇଡି ଚଢ଼ାଉ ଚାଲିଥିବା ସୂଚନା ମିଳିଛି। ତେବେ ବିଗତ ୧୨ଘଣ୍ଟାରୁ ଅଧିକ ସମୟ ଧରି ଇଡିର ଚଢ଼ାଉ ଜାରି ରହିଥିବା ବେଳେ ପ୍ରଦୀପ ସମେତ ତାଙ୍କ ପରିବାର ବର୍ଗଙ୍କୁ ଘର ଭିତରେ ଅଟକ ରଖି ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ପଚରାଉଚରା ଜାରି ରଖିଥିଲା l ହେଲେ ଏନେଇ କୌଣସି ଅଧିକାରୀ କିମ୍ବା ପ୍ରଦୀପଙ୍କ ପରିବାର ସଦସ୍ୟ କୌଣସି ପ୍ରତିକ୍ରିୟା ରଖିନାହାନ୍ତି l

ଆହୁରି ପଢ଼ନ୍ତୁ: Puri Stamped: ପୁରୀ ରଥଯାତ୍ରା ଦଳାଚକଟା ମାମଲା: କଂଟ୍ରୋଲ୍‌ ରୁମ୍‌ ଦାୟିତ୍ବରେ ଥିବ ଏସିଏଫ୍‌ଙ୍କୁ ନୋଟିସ୍‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe