ସୋନିଆ ଗାନ୍ଧୀ କ୍ଷମା ନ ମାଗିଲେ ଗାଁ ଗାଁରେ ଆନ୍ଦୋଳନ ତୀବ୍ର ହେବ: ବିଜେପି

Advertisment

ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିଜେପିର ଶତାଧିକ କର୍ମୀଙ୍କ ଶୋଭା ଓ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।

ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିଜେପିର ଶତାଧିକ କର୍ମୀଙ୍କ ଶୋଭା ଓ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।

Sonia Gandhi and Rahul Gandhi

Sonia Gandhi and Rahul Gandhi Photograph: (Sambad )

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିଜେପିର ଶତାଧିକ କର୍ମୀଙ୍କ ଶୋଭା ଓ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ସଂସଦର ବଜେଟ ଅଧିବେଶନ ପ୍ରାରମ୍ଭରେ ମହାମହିମଙ୍କ ଅଭିଭାଷଣକୁ ନେଇ କଂଗ୍ରେସ ନେତ୍ରୀ ସନିଆ ଓ ରାହୁଲଙ୍କ ବିବାଦୀୟ ମନ୍ତବ୍ୟ ବିଚାରୀ ଏବଂ ବୋରିଂ ଘୃଣ୍ୟ ଆପତ୍ତିଜନକ ମନ୍ତବ୍ୟକୁ ନେଇ ଆଜି ବିଜେପିର ଶହ, ଶହ କର୍ମୀ ରାଜରାସ୍ତାରେ ପ୍ରତିବାଦ ସଭା କରିଥିଲେl

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି କର୍ମୀମାନେ ବିଭିନ୍ନ ସ୍ଲୋଗାନ ଯଥା ମହାମହିମଙ୍କୁ ଦିଆଯାଇଥିବା ଅପମାନ ସହିବୁ ନାହିଁ, ଆଦିବାସୀ ବିରୋଧୀ, ମହିଳା ବିରୋଧୀ କଂଗ୍ରେସ ହାଏ ହାଏ ପ୍ରଭୃତି ସ୍ଲୋଗାନ ଦେଇଥିଲେl ପ୍ରଥମେ ନଗର ସଭାପତି ସୁରଥ ପଟ୍ଟନାୟକ ନିଜର ମତାମତ ରଖିବା ପରେ ରାଇରଙ୍ଗପୁର ବିଧାୟକ ଜଲେନ୍ ନାଏକ କହିଥିଲେ ଯେ କଂଗ୍ରେସ ନେତ୍ରୀଙ୍କ ଅପମାନ ସୂଚକ ମନ୍ତ୍ୟବ ଘୋର ବିରୋଧ କରିବାସହ ଉପସ୍ଥିତ କର୍ମୀଙ୍କୁ କହିଥିଲେ ୨୪ ଘଣ୍ଟା ମଧ୍ୟରେ ସୋନିଆ ଗାନ୍ଧୀ କ୍ଷମା ନ ମାଗିଲେ ଗାଁ, ଗାଁରେ ଆନ୍ଦୋଳନ ସହ କଂଗ୍ରେସ ପୋଷ୍ଟର କୌଣସି ଗାଁରେ ଲଗାଯିବ ନାହିଁl  

ବିଜେପି ରାଜ୍ୟ ସମ୍ପାଦକ ନବୀନ ରାମ ବିଜେପି ହିଁ କେବଳ ଆଦିବାସୀଙ୍କର ସୁଖ ଦୁଃଖର ସାଥି, ନୂଆ ରାଜ୍ୟ ହେଉ କି ଅଲଚିକିକୁ ଅଷ୍ଟମ ଅନୁଛେଦରେ ଅନ୍ତର୍ଭୁକ୍ତ ହେଉକି ବିଶ୍ଵ ଆଦିବାସୀ ଦିବସ ପାଳନ ସବୁଠାରୁ ଉଲ୍ଲେଖନୀୟ ବିଷୟ ଜଣେ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରର ରାଷ୍ଟ୍ରପତି କରିବା ଏସବୁ ବିଜେପି ଶାସନରେ ହୋଇଛିl

ପଶ୍ଚିମ ମୟୂରଭଞ୍ଜ ଜିଲ୍ଲାର ନୂତନ ସଭାପତି ଜୁରିଲାଲ ମହାନ୍ତ  ନିଜ ବକ୍ତବ୍ୟ ରଖିଥିଲେ l ବିଜେପିର ଟାଣୁଆ ନେତା ତଥା ଦୁଇ ଦୁଇ ଥର ଜିଲ୍ଲାପରିଷଦ ସଭ୍ୟ ବିଜୁ ଗୋପାଳ ଗୋପ ମଧ୍ୟ ଉଭୟ ସନିଆ ଓ ରାହୁଲ ଗାନ୍ଧୀଙ୍କ ବିରୋଧରେ ଗର୍ଜିଥିଲେ। ଶେଷରେ ପୂର୍ବତନ ଜିଲ୍ଲା ପରିସଦ ସଦସ୍ୟ ସମରା ମାରଣ୍ଡି ସାନ୍ତାଳୀ ଭାଷାରେ ନିଜ ବକ୍ତବ୍ୟ ରଖିବା ସହ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏଥିରେ ବିଜେପିର ବିଭିନ୍ନ ମଣ୍ଡଳ ର ଶତାଧିକ କର୍ମୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe