ଭୁବନେଶ୍ବରରେ ରାବଣ ପୋଡ଼ିରେ ଲକ୍ଷାଧିକ ଲୋକଙ୍କ ସମାଗମ

ଶାରଦୀୟ ଦୁର୍ଗାପୂଜାର ଶେଷ ଦିବସ ବିଜୟା ଦଶମୀ ସଂପନ୍ନ ହୋଇଛି। ଅସତ୍ୟ ଉପରେ ସତ୍ୟର ବିଜୟ ହୋଇଛି। ଭୁବନେଶ୍ବର, କଟକ, ପୁରୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ରାବଣ ପୋଡ଼ି ଆୟୋଜନ ହୋଇଛି। ରାଜଧାନୀର ୧୦ଟି ସ୍ଥାନରେ ଆୟୋଜିତ ରାବଣ ପୋଡ଼ି କାର୍ଯ୍ୟକ୍ରମରେ ଲକ୍ଷାଧିକ ଲୋକଙ୍କ ସମାଗମ ଦେଖିବାକୁ ମିଳିଛି।

ravan

ଭୁବନେଶ୍ବର: ଶାରଦୀୟ ଦୁର୍ଗାପୂଜାର ଶେଷ ଦିବସ ବିଜୟା ଦଶମୀ ସଂପନ୍ନ ହୋଇଛି। ଅସତ୍ୟ ଉପରେ ସତ୍ୟର ବିଜୟ ହୋଇଛି। ଭୁବନେଶ୍ବର, କଟକ, ପୁରୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ରାବଣ ପୋଡ଼ି ଆୟୋଜନ ହୋଇଛି। ରାଜଧାନୀର ୧୦ଟି ସ୍ଥାନରେ ଆୟୋଜିତ ରାବଣ ପୋଡ଼ି କାର୍ଯ୍ୟକ୍ରମରେ ଲକ୍ଷାଧିକ ଲୋକଙ୍କ ସମାଗମ ଦେଖିବାକୁ ମିଳିଛି। 

ଦଶହରା ଅବସରରେ ଶ୍ରଦ୍ଧାଳୁମାନେ ମା’ ଦୁର୍ଗାଙ୍କୁ ଦିନସାରା ପୂଜାର୍ଚ୍ଚନା କରିବା ପରେ ସନ୍ଧ୍ୟାରେ ଦର୍ଶକମାନେ ରାବଣ ପୋଡ଼ିର ମନୋରମ ଦୃଶ୍ୟକୁ ଉପଭୋଗ କରିଛନ୍ତି। ବାଣ ଓ ଆତାସବାଜୀର ଶବ୍ଦକୁ ଆଖି ଆଗରେ ଦେଖି ଖୁସି ଅନୁଭବ କରିଛନ୍ତି। ମା’ଙ୍କ ଶାରଦୀୟ ପୂଜା ଶେଷ ହୋଇଥିବା ବେଳେ ଆସନ୍ତାକାଲି (ଅକ୍ଟୋବର ୧୪) ଭସାଣି ଅନୁଷ୍ଠିତ ହେବ। ବିଭିନ୍ନ ସ୍ଥାନରେ ପୂଜା ଆୟୋଜକ ଓ ପ୍ରଶାସନର ସୁବିଧା ଅନୁସାରେ ମା’ଙ୍କର ଭସାଣ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି।

ଭୁବନେଶ୍ବରରେ ରାବଣ ପୋଡ଼ି ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ୧୦ଟି ପୂଜା କମିଟିକୁ ଅନୁମତି ମିଳିଛି। ନହରକଣ୍ଟା, ଝାରପଡ଼ା, ବରମୁଣ୍ଡା, କୋରଡ଼କଣ୍ଟା, ବାଙ୍କୁଆଳ, ଗୋପାଳପୁର, କିଟ୍ ରୋଡ୍, ଚନ୍ଦକା କ୍ଲବ ପଡିଆ, ସିମୁଳିପାଟଣା ଦୋଳ ଯାତ୍ରା ପଡ଼ିଆ ଓ କପିଳପ୍ରସାଦ ଫୁଟବଲ ଗ୍ରାଉଣ୍ଡରେ ରାବଣପୋଡ଼ି ଉତ୍ସବ ଅନୁଷ୍ଠିତ ହୋଇଛି। ଲୋକଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି। 

ବିଜୟା ଦଶମୀ ଅବସରରେ ମଣ୍ଡପରେ ମନ୍ତ୍ର ଉଚ୍ଚାରଣ ସହ ଚାଲିଛି ମା’ଙ୍କ ଆରାଧନା କରାଯାଇଥିଲା। ଶ୍ରଦ୍ଧାଳୁମାନେ ମା'ଙ୍କୁ ଦର୍ଶନ କରିବା ପାଇଁ ମଣ୍ଡପରେ ସକାଳୁ ସକାଳୁ ଭିଡ଼ ଜମାଇ ଥିଲେ। କେଉଁଠି ମାଆଙ୍କ ମୃଣ୍ମୟ ମୂର୍ତ୍ତି ଦେଖିବାକୁ ଲୋକଙ୍କ ଭିଡ଼ ହେଉଛି ତ କେଉଁଠି ସୁନ୍ଦର ଆଲୋକମାଳା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe