୮ଟିକିଆ ହାତୀପଲ ଘଉଡ଼ାଇବାକୁ ବନ ବିଭାଗର ଉଦ୍ୟମ ଆରମ୍ଭ

ବୌଦ୍ଧ ରେଞ୍ଜ ବହିରା ସେକସନ ଅନ୍ତର୍ଗତ ଡମ୍ବରୁଗଡ ଜଙ୍ଗଲରେ ଆସି ରହିଥିବା ୮ ଟିକିଆ ହାତୀପଲକୁ ଘଉଡ଼ାଇବା ପାଇଁ ବନ ବିଭାଗ ଉଦ୍ୟମ ଆରମ୍ଭ କରିଛି। ଏହି ଅଞ୍ଚଳର ଲୋକେ ହାତୀ ପାଇଁ ଭୟଭୀତ ଅବସ୍ଥାରେ ଅଛନ୍ତି।

Elephants

ସାହାଜପାଲ:  ବୌଦ୍ଧ ରେଞ୍ଜ ବହିରା ସେକସନ ଅନ୍ତର୍ଗତ ଡମ୍ବରୁଗଡ ଜଙ୍ଗଲରେ ଆସି ରହିଥିବା ୮ ଟିକିଆ ହାତୀପଲକୁ ଘଉଡ଼ାଇବା ପାଇଁ ବନ ବିଭାଗ ଉଦ୍ୟମ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ହାତୀପଲ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନାଞ୍ଚଳ ଅଞ୍ଚଳରୁ ଆସି ମହାନଦୀ ପାର ହୋଇ ଆଜି ସକାଳେ ଡମ୍ବରୁଗଡ଼ ବିଟକୁ ଚାଲି ଆସିଥିଲେl ବନ ବିଭାଗ ଜାଣିବା ପରେ ଭାରପ୍ରାପ୍ତ ସଦର ରେଞ୍ଜ ଅଧିକାରୀ ତଥା ସହକାରୀ ବନ ସଂରକ୍ଷକ ଅର୍ଚ୍ଚନା ଗମାଙ୍ଗୋ, ବନପାଳ ପ୍ରସନ୍ନ କୁମାର ପ୍ରଧାନ, ବହିରା ସେକସନ ବନପାଳ ଅନୁପମା ପାଣିଗ୍ରାହୀ, ବନରକ୍ଷୀ ପ୍ରଦୀପ କୁମାର ସାହୁ ଓ ସ୍କ୍ବାଡ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀ ମାନଙ୍କ ଗତିବିଧି ଉପରେ ନଜର ରଖିଛନ୍ତିl 

ଆଜି ସନ୍ଧ୍ୟାରେ ହାତୀପଲକୁ ଘଉଡ଼ାଇବାକୁ ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି l ହାତୀପଲ ଡମ୍ବରୁଗଡ଼ ନିକଟରେ ଥିବା ପାର୍କ ପାଖରେ ରହିଥିବା ଦେଖିବାକୁ ମିଳିଛି l ଉକ୍ତ ହାତୀପଲ ଗତମାସରେ ମହାନଦୀ ପାର ହୋଇ ବୌଦ୍ଧ ସହର ମର୍ଜାକୁଦ ଅଞ୍ଚଳକୁ ଚାଲି ଆସିଥିଲେ ଓ ବନ ବିଭାଗ ଆଠମଲ୍ଲିକ ଅଞ୍ଚଳକୁ ଘଉଡ଼ାଇ ଦେଇଥିଲା।

Boudh

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe