ରୋଲିଂ ମିଲ୍‌ରେ ଚାପି ହୋଇ ଫିଟରଙ୍କ ମୃତ୍ୟୁ

Advertisment

୧୪୩ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵସ୍ଥ ଲୋଡୋସେରା ନିକଟସ୍ଥ କୋଜେଣ୍ଟ ଷ୍ଟିଲ୍‌ ଆଣ୍ଡ ପାଇପ୍‌ କାରଖାନାରେ ଗୁରୁବାର ପୂର୍ବାହ୍ନରେ କାମ କରୁଥିଲାବେଳେ ଜଣେ ଫିଟରଙ୍କର ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ଉତ୍ତରପ୍ରଦେଶ ଅଞ୍ଚଳର ରାହୁଲ(୨୨)।

୧୪୩ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵସ୍ଥ ଲୋଡୋସେରା ନିକଟସ୍ଥ କୋଜେଣ୍ଟ ଷ୍ଟିଲ୍‌ ଆଣ୍ଡ ପାଇପ୍‌ କାରଖାନାରେ ଗୁରୁବାର ପୂର୍ବାହ୍ନରେ କାମ କରୁଥିଲାବେଳେ ଜଣେ ଫିଟରଙ୍କର ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ଉତ୍ତରପ୍ରଦେଶ ଅଞ୍ଚଳର ରାହୁଲ(୨୨)।

କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

କୁଆରମୁଣ୍ଡା: ୧୪୩ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵସ୍ଥ ଲୋଡୋସେରା ନିକଟସ୍ଥ କୋଜେଣ୍ଟ ଷ୍ଟିଲ୍‌ ଆଣ୍ଡ ପାଇପ୍‌ କାରଖାନାରେ ଗୁରୁବାର ପୂର୍ବାହ୍ନରେ କାମ କରୁଥିଲାବେଳେ ଜଣେ ଫିଟରଙ୍କର ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ଉତ୍ତରପ୍ରଦେଶ ଅଞ୍ଚଳର ରାହୁଲ(୨୨)। ଏ ନେଇ କୁଆରମୁଣ୍ଡା ଅଞ୍ଚଳରେ ଭଡ଼ାରେ ରହୁଥିବା ମୃତକଙ୍କ ବାପା କୁଆରମୁଣ୍ଡା ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ପରେ ଫାଣ୍ଡି ଅଧିକାରୀ ଅଭୟ ମହାପାତ୍ର କୁଆରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଶବ ଜବତ କରିବା ସହ ଏକ ମାମଲା (୦୨/୨୫) ରୁଜୁ କରିଛନ୍ତି। ଶବ ବ୍ୟବଚ୍ଛେଦ କରାଇ ପୁଲିସ ମୃତକଙ୍କ ପରିବାରକୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି।

ପୁଲିସ ସୂଚନା ମୁତାବକ, ମୃତ ରାହୁଲ ଉକ୍ତ କାରଖାନାରେ କାମ କରୁଥିଲାବେଳେ ରୋଲିଂ ମେସିନରେ ଟାଣି ହୋଇ ଚାପି ହୋଇଯାଇଥିଲେ। ଅନ୍ୟ ପକ୍ଷରେ ଉକ୍ତ କାରଖାନାରେ ଶ୍ରମିକମାନଙ୍କ ସୁରକ୍ଷା ଓ ନିରାପତ୍ତା ଢିଲା ଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe