ବାଉଁଶୁଣୀ ପଞ୍ଚାୟତରେ ଫେଲ ମାରିଛି ଗ୍ରାମ୍ୟ ଆଲୋକୀକରଣ ଯୋଜନା

Advertisment

ବୌଦ୍ଧ ବ୍ଲକ ବାଉଁଶୁଣୀ ପଞ୍ଚାୟତରେ ଗ୍ରାମ୍ୟ ଆଲୋକିକରଣ ଯୋଜନା ଫେଲ ହୋଇଥିବା ଅଭିଯୋଗ ହୋଇଛି। ବାଉଁଶୁଣୀ ପୁରୁଣାବସ୍ତି, ବୈଦ୍ୟନାଥପୁର, ଜମଘାଟି, ଛେଳିବାହାଲ, ମାଉଳିମୁଣ୍ଡା ଭଳି ଅନେକ ୱାର୍ଡରେ ଏଯାଏଁ ଆଲୋକିକରଣର କୌଣସି ବ୍ୟବସ୍ଥା ହୋଇନାହିଁ।

ବୌଦ୍ଧ ବ୍ଲକ ବାଉଁଶୁଣୀ ପଞ୍ଚାୟତରେ ଗ୍ରାମ୍ୟ ଆଲୋକିକରଣ ଯୋଜନା ଫେଲ ହୋଇଥିବା ଅଭିଯୋଗ ହୋଇଛି। ବାଉଁଶୁଣୀ ପୁରୁଣାବସ୍ତି, ବୈଦ୍ୟନାଥପୁର, ଜମଘାଟି, ଛେଳିବାହାଲ, ମାଉଳିମୁଣ୍ଡା ଭଳି ଅନେକ ୱାର୍ଡରେ ଏଯାଏଁ ଆଲୋକିକରଣର କୌଣସି ବ୍ୟବସ୍ଥା ହୋଇନାହିଁ।

ଡିସେମ୍ବର ସୁଦ୍ଧା ସବୁ ଗାଁକୁ ବିଜୁଳି

ବାଉଁଶୁଣୀ: ବୌଦ୍ଧ ବ୍ଲକ ବାଉଁଶୁଣୀ ପଞ୍ଚାୟତରେ ଗ୍ରାମ୍ୟ ଆଲୋକୀକରଣ ଯୋଜନା ଫେଲ ହୋଇଥିବା ଅଭିଯୋଗ ହୋଇଛି। ପଞ୍ଚାୟତର ୧୩ ୱାର୍ଡ ମଧ୍ୟରୁ ଡିମିରିପାଲି, ଟିକିରାପଡା, ଗଡଭିତର ଭଳି କେବଳ ୩ଟି ୱାର୍ଡରେ ଆଲୋକିକରଣ ହୋଇଥିବା ପଞ୍ଚାୟତ ସୂତ୍ରରୁ ଜଣାପଡ଼ିଛି।

ବାଉଁଶୁଣୀ ପୁରୁଣାବସ୍ତି, ବୈଦ୍ୟନାଥପୁର, ଜମଘାଟି, ଛେଳିବାହାଲ, ମାଉଳିମୁଣ୍ଡା ଭଳି ଅନେକ ୱାର୍ଡରେ ଏଯାଏଁ ଆଲୋକିକରଣର କୌଣସି ବ୍ୟବସ୍ଥା ହୋଇନାହିଁ। ସେହିପରି ବଜାର ଅଞ୍ଚଳର ଥାନାପଡା, ମାରୁତିବିହାର, ସଂସ୍କାର କଲେଜରୋଡ଼, ଟିକିରାପଡାରୋଡ଼, ଗୁନ୍ଦୁଳିଆରୋଡ଼ ଆଦି ସ୍ଥାନ ମାନଙ୍କରେ ଏପର୍ଯ୍ୟନ୍ତ ଲାଇଟ ଲାଗିନାହିଁ।

ସୂଚନାଯୋଗ୍ୟଯେ ଗୁନ୍ଦୁଳିଆରୋଡ଼ରେ ଏକ ଦେଶୀ ମଦଭାଟି ସହିତ ୩ଟି କୁଚିଆ ମଦ ଦୋକାନ ରହିଛି।ଏଥିଯୋଗୁଁ ସନ୍ଧ୍ୟା ହେଲେ ଅନ୍ଧାରିଆ ରହୁଥିବା ଏହି ରାସ୍ତାରେ ପ୍ରବଳ ମାତ୍ରାରେ ମଦୁଆଙ୍କ ଯିବାଆସିବା ଲାଗି ରହିବା ସହିତ ଆସାମାଜିକ କାର୍ଯ୍ୟକଳାପ ଘଟିବାର ଆଶଙ୍କା ରହୁଛି। ତେଣୁ ଏସବୁ ସ୍ଥାନ ଗୁଡିକରେ ଶୀଘ୍ର ଲାଇଟ ଲଗାଇବା ପାଇଁ ସମ୍ପୃକ୍ତ ଅଞ୍ଚଳର ଜନସାଧାରଣ ଦାବି କରିଛନ୍ତି। 

ଏନେଇ ବାଉଁଶୁଣୀ ସରପଞ୍ଚ ଅଇଁଠୁ ମହାଲିକଙ୍କୁ ପଚରା ଯିବାରୁ ଲାଇଟ ଲାଗି ନଥିବା ଅନ୍ୟାନ୍ୟ ୱାର୍ଡରେ ଲାଇଟ ଲଗାଇବା ପାଇଁ ଆମେ ପଞ୍ଚାୟତ ପକ୍ଷରୁ ଦୀର୍ଘଦିନ ହେଲା ଦାବି କରି ଆସୁଛୁ, ପ୍ରଶାସନ ଏଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କଲେ ସମସ୍ୟାର ସମାଧାନ ହୋଇ ପାରନ୍ତା ବୋଲି ସେ କହିଛନ୍ତି।

Boudh

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe