ଅସହାୟ ଅନାଥ ଶିଶୁଙ୍କ ଘରେ ପହଁଚିଲେ ନିର୍ବାଚିତ ପ୍ରତିନିଧି

ପରିବାର ସଦସ୍ୟଙ୍କୁ ହରାଇବା ପରେ ଅସହାୟ ତିନି ଶିଶୁଙ୍କ ଦୁଃଖ ସରୁନି ଶୀର୍ଷକ ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ରାଇକିଆ ବ୍ଲକ ଅନ୍ତର୍ଗତ ପେଟାପାଙ୍ଗା ପଞ୍ଚାୟତର ଶ୍ରାମୁନାଜୁ ଗ୍ରାମରେ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ  କରି ନେତା ଏବଂ ଜିଲ୍ଲା ଶିଶୁ ସୁରକ୍ଷା ସମିତିର ଅଧିକାରୀ ପହଞ୍ଚିଛନ୍ତି।

G Udayagiri

ଘୁ.ଉଦୟଗିରି: ପରିବାର ସଦସ୍ୟଙ୍କୁ ହରାଇବା ପରେ ଅସହାୟ ତିନି ଶିଶୁଙ୍କ ଦୁଃଖ ସରୁନି ଶୀର୍ଷକ ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଶୁକ୍ରବାର କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ପେଟାପାଙ୍ଗା ପଞ୍ଚାୟତର ଶ୍ରାମୁନାଜୁ ଗ୍ରାମରେ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ  କରି ନେତା ଏବଂ ଜିଲ୍ଲା ଶିଶୁ ସୁରକ୍ଷା ସମିତିର ଅଧିକାରୀ ପହଞ୍ଚି ପିଲାଙ୍କ ଗହଣରେ କିଛି ସମୟ କଟେଇବା ସହ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିବା ସୂଚନା ମିଳିଛି।

ଜିଲା ଶିଶୁ ସୁରକ୍ଷା ସମିତି ସଂଯୋଜକ କ୍ଷୀରୋଦ ପ୍ରସାଦ ନାୟକ ଏବଂ ସୁପରଭାଇଜର ଏନ ବ୍ରେୟନ ବେଲି ତିନି ଅସହାୟ ଶିଶୁଙ୍କ ପାଖରେ ପହଞ୍ଚି ତାଙ୍କ ସହ ଆଲୋଚନା କରିବା ସହ ତାଙ୍କର ସମସ୍ତ ଦାୟିତ୍ୱ ସରକାର ବହନ କରିବା ସହ ଭିନ୍ନକ୍ଷମ ଝିଅର ଚିକିତ୍ସା କରିବା ସହ ସମସ୍ତଙ୍କ ପାଠପଢା ଏବଂ ଥଇଥାନ କରିବା ନିମନ୍ତେ ଗ୍ରାମବାସୀଙ୍କୁ ଅବଗତ କରାଇଥିଲେ। ତିନି ଦିନ ଭିତରେ ତିନି ଶିଶୁଙ୍କ ସମସ୍ତ କାଗଜ ପତ୍ର ପ୍ରମାଣପତ୍ର ପ୍ରସ୍ତୁତ କରି ତାପରେ ସେମାନଙ୍କୁ ଥଇଥାନ କରାଯିବ ବୋଲି କହିଥିଲେ।

ଜିଲା ଶିଶୁ ସୁରକ୍ଷା ସମିତି ସଂଯୋଜକ କ୍ଷୀରୋଦ ପ୍ରସାଦ ନାୟକ ଏବଂ ସୁପରଭାଇଜର ଏନ ବ୍ରେୟନ ବେଲି ତିନି ଅସହାୟ ଶିଶୁଙ୍କ ପାଖରେ ପହଞ୍ଚି ତାଙ୍କ ସହ ଆଲୋଚନା କରିବା ସହ ତାଙ୍କର ସମସ୍ତ ଦାୟିତ୍ୱ ସରକାର ବହନ କରିବା ସହ ଭିନ୍ନକ୍ଷମ ଝିଅର ଚିକିତ୍ସା କରିବା ସହ ସମସ୍ତଙ୍କ ପାଠପଢା ଏବଂ ଥଇଥାନ କରିବା ନିମନ୍ତେ ଗ୍ରାମବାସୀଙ୍କୁ ଅବଗତ କରାଇଥିଲେ। 

ଅନ୍ୟପକ୍ଷରେ ସରପଞ୍ଚ ପହଞ୍ଚି ଭିନ୍ନକ୍ଷମ ଝିଅର ଭତ୍ତା ନିମନ୍ତେ ବ୍ୟବସ୍ଥା କରିବାକୁ ସମସ୍ତ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ସମ୍ବାଦରେ ଖବର ପ୍ରକାଶ ପରେ ଯୁବ ସମାଜସେବୀ ଆମନ ଚନ୍ଦ୍ର ନାୟକ ପ୍ରକାଶିତ ଖବରକୁ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ମୁଖ୍ୟ ସଚିବଙ୍କୁ ଏକ୍ସ ଜରିଆରେ ଟୁଇଟ କରି ତୁରନ୍ତ ସହଯୋଗର ହାତ ବଢ଼େଇବାକୁ ଅନୁରୋଧ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe