Elephant bath in Keonjhar Photograph: (sambad.in)
ଚମ୍ପୁଆ: ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ହାତୀପଲ ଆଜି ଚମ୍ପୁଆ ବ୍ଲକ୍ ଢେଲକାବନ୍ଧରେ ଜଳକ୍ରୀଡ଼ା କରୁଥିବା ଦେଖିବାକୁ ମିଳିଛି। ଏହି ପଲରେ ୨୪ଟି ହାତୀ ଅଛନ୍ତି। ହାତୀପଲ ଚମ୍ପୁଆ ବ୍ଲକ୍ ଅଧୀନ ବୈତରଣୀ ନଦୀକୂଳରେ ବୁଲୁଛନ୍ତି। ବିଲରେ ପଶି ଖରାଦିନିଆ ଧାନ ଫସଲ ନଷ୍ଟ କରୁଛନ୍ତି।
ହାତୀପଲ ଏବେ ରଜିଆ ପଞ୍ଚାୟତର ପତଳା ଗ୍ରାମ ଜଙ୍ଗଲରେ ଆଶ୍ରୟ ନେଇଥିବା ଜଣାପଡ଼ିଛି। ହାତୀପଲ ଗାଁରେ ପଶି ଘର ଭାଙ୍ଗି ଦେଉଥିବାରୁ ଲୋକେ ଆତଙ୍କିତ ହୋଇପଡିଛନ୍ତି। ସେହିପରି ଗତକାଲି ଏକ ଆମ୍ବ ବଗିଚାକୁ ଉଜାଡ଼ି ଦେଇଥିବା ଜଣାପଡ଼ିଛି। ବନ ବିଭାଗ ହାତୀପଲଙ୍କ ଉପରେ ନଜର ରଖିବାକୁ ଦାବି ହେଉଛି।
Keonjhar | Elephant
Follow Us