ରାଜପଥ ପାର ହେଲା ଗୋଠଛଡ଼ା ଦନ୍ତା: ଅଟକିଲା ଶତାଧିକ ଯାନବାହନ

ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ ବଡ଼ଗାଁ ଫରେଷ୍ଟ ରେଞ୍ଜରେ ଗତକାଲି ଏକ ୨୫ ଟିକିଆ ଝାଡ଼ଖଣ୍ଡ ପଟୁ ଆସିଥିବା ହାତୀପଲ ମହାବୀର ପାହାଡ଼ ପଟକୁ ଯାଇଛନ୍ତି। ଏଥିରୁ ଗୋଟିଏ ଦନ୍ତା ଗାଁ ନିକଟ ଚାଷଜମିରେ ଧାନ ଖାଇବାରେ ବ୍ୟସ୍ତ ଥିଲା।

elephant

କୁତ୍ରା: ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ ବଡ଼ଗାଁ ଫରେଷ୍ଟ ରେଞ୍ଜରେ ଗତକାଲି ଏକ ୨୫ ଟିକିଆ ଝାଡ଼ଖଣ୍ଡ ପଟୁ ଆସିଥିବା ହାତୀପଲ ମହାବୀର ପାହାଡ଼ ପଟକୁ ଯାଇଛନ୍ତି। ଏଥିରୁ ଗୋଟିଏ ଦନ୍ତା ଗାଁ ନିକଟ ଚାଷଜମିରେ ଧାନ ଖାଇବାରେ ବ୍ୟସ୍ତ ଥିଲା। ଏହି କାରଣରୁ ସମ୍ଭତଃ ଗୋଠଛଡ଼ା ହୋଇଯାଇଛି। ଗାଁ ମଧ୍ୟରେ ଘୁରି ବୁଲୁଥିଲା। 

ଜଙ୍ଗଲ ଅବକ୍ଷୟ, ଜଳବାୟୁ ପରିବର୍ତ୍ତନ ହାତୀମାନଙ୍କର ଜୀବନ ଉପରେ ବ୍ୟାପକ ପ୍ରଭାବ ପକାଇଛି। ହାତୀମାନଙ୍କର ପାଇଁ ଖାଦ୍ୟ, ପାନୀୟ ଜଳର ଅଭାବ ସହିତ ରହିବା ପାଇଁ ଘଞ୍ଚ ଜଙ୍ଗଲର ଅଭାବ କାରଣରୁ ସେମାନେ ଗାଁ ଓ ସହାରାଭିମୁଖୀ ହେଉଛନ୍ତି। ଏହା ଦ୍ବାରା ଜନଜୀବନ ଓ ଚାଷୀମାନେ ପ୍ରଭାବିତ ହେଉଛନ୍ତି। ହାତୀମାନେ ଗାଁ ଅଭିମୁଖେ ଆସିବା କାରଣରୁ ଫସଲହାନୀ ମଧ୍ୟ ହେଉଛି।  

ଗୋଟେ ପଟେ ଲଗାଣ ବର୍ଷା ଲାଗିରହିଥିବା ବେଳେ ହାତୀ ବର୍ଷାରେ ଭିଜିଯାଇ ଆଶ୍ରୟ ଖୋଜୁଥିଲା ପରେ ତାକୁ ବନବାଭାଗ ଓ ସ୍ଥାନୀୟ ଲୋକେ ୧୦ ନମ୍ବର ରାଜ୍ୟ ରାଜପଥ ଖୁଟମୁଣ୍ଡା ଠାରେ ରାସ୍ତା ପାର କରି ମହାବିର ପର୍ବତ ଆଡକୁ ଘଉଡେଇଛନ୍ତି। ରାସ୍ତା ପାରିହେବା ସମୟରେ ରାସ୍ତାଉପରେ ବହୁ ଗାଡ଼ି ଅଟକି ରହିବା ସହିତ ହାତୀ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା।

sundargarh | Elephant

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe