କାରଖାନାରେ ବାହୁବଳୀ ଦନ୍ତାହାତୀ ଉପଦ୍ରବ

ରାମ୍‌କୀ କାରଖାନାରେ ଆଜି ଏକ ଦନ୍ତାହାତୀର ଉପଦ୍ରବ ଦେଖିବାକୁ ମିଳିଛି। ବନ ବିଭାଗରେ ବାହୁବଳୀ ନ‌ାଁରେ ନାମିତ ଏହି ଗୋଟିକିଆ ଗୋଠଛଡ଼ା ଦନ୍ତା ଗତ ୨୯ ତାରିଖରୁ ୫ ଦିନ ଧରି ସୁକିନ୍ଦା ଆଖପାଖ ଜଙ୍ଗଲରେ ବୁଲୁଥିବା ଦେଖାଯାଉଛି।

Elephant

କାଳିଆପାଣି: କଟକ ବନଖଣ୍ଡ ସୁକିନ୍ଦା ରେଞ୍ଜ୍ ଓ ସେକ୍ସନ ଦୁଧୁଯୋରୀ ପଞ୍ଚାୟତ କଞ୍ଚିଚୁଆସ୍ଥିତ ରାମ୍‌କୀ କାରଖାନାରେ ଆଜି ଏକ ଦନ୍ତାହାତୀର ଉପଦ୍ରବ ଦେଖିବାକୁ ମିଳିଛି। ବନ ବିଭାଗରେ ବାହୁବଳୀ ନ‌ାଁରେ ନାମିତ ଏହି ଗୋଟିକିଆ ଗୋଠଛଡ଼ା ଦନ୍ତା ଗତ ୨୯ ତାରିଖରୁ ୫ ଦିନ ଧରି ସୁକିନ୍ଦା ଆଖପାଖ ଜଙ୍ଗଲରେ ବୁଲୁଥିବା ଦେଖାଯାଉଛି।

ଆଜି ଦଲକ ଓ ପୁରୁଣାପାଣି ଗାଁ ବାଟରେ ଦନ୍ତା ରାମ୍‌କୀ ବର୍ଜ୍ୟବସ୍ତୁ ପରିଚାଳନା କାରଖାନାର ପଛପାର୍ଶ୍ବ ତାରବାଡ଼ ଭାଙ୍ଗି ଭିତରେ ପଶିଥିଲା। ଏକ ଷ୍ଟ୍ରିଟ୍‌ ଲାଇଟ୍‌ ଖୁଣ୍ଟକୁ ନୁଆଁଇଦେବା ସହ କାରଖାନା ପରିସରରେ ଥିବା ଖାଲି ଜରିବସ୍ତା ଗଦାକୁ ଶୁଣ୍ଢରେ ଏଣେତେଣେ ବିଞ୍ଚି ଦେଇଥିଲା। ସଂଧ୍ୟାରେ କାରଖାନାରୁ ବାହାରି ଦେଢ଼ କିଲୋମିଟର ଦୂର ମଙ୍ଗଳପୁର ଓ ପୁବଳ ଗାଁ ମଝିରେ ଘଣ୍ଟାଏ ଧରି ଠିଆହୋଇ ରହିଥିବା ଦେଖାଯାଇଛି।

ଦଲକ ଓ ପୁରୁଣାପାଣି ଗାଁ ବାଟରେ ଦନ୍ତା ରାମ୍‌କୀ ବର୍ଜ୍ୟବସ୍ତୁ ପରିଚାଳନା କାରଖାନାର ପଛପାର୍ଶ୍ବ ତାରବାଡ଼ ଭାଙ୍ଗି ଭିତରେ ପଶିଥିଲା। ଏକ ଷ୍ଟ୍ରିଟ୍‌ ଲାଇଟ୍‌ ଖୁଣ୍ଟକୁ ନୁଆଁଇଦେବା ସହ କାରଖାନା ପରିସରରେ ଥିବା ଖାଲି ଜରିବସ୍ତା ଗଦାକୁ ଶୁଣ୍ଢରେ ଏଣେତେଣେ ବିଞ୍ଚି ଦେଇଥିଲା।

ଡିଏଫ୍ଓ ଅନିଲ କୁମାର ରାୟଙ୍କ ନିର୍ଦ୍ଦେଶରେ ଏସିଏଫ୍ ସନ୍ତୋଷ କୁମାର ପତିଙ୍କ ନେତୃତ୍ବରେ ବନପାଳ ମନୋରମା ହୋତା, ରାମ ତିରିଆ ଓ ପ୍ରଶାନ୍ତ ହେମ୍ବ୍ରମ, ବନରକ୍ଷୀ ଦେବାଶ୍ରିତ ଦାଶ ଓ ରୋଜାଲିନ ମହାପାତ୍ରଙ୍କ ତତ୍ତ୍ବାବଧାନରେ ୨୦ ଜଣିଆ ବନ ବାହିନୀ ହାତୀପଲକୁ ଜଗି ରହିଥିବା ଦେଖାଯାଇଛି। 

Elephant | Jajpur
    

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe