ଘର ଭାଙ୍ଗି ଧାନ ଚାଉଳ ଖାଇଗଲା ଦନ୍ତା

Advertisment

ମୟୂରଭଂଜ ଜିଲ୍ଲା ବେତନଟୀ ରେଞ୍ଜ ଅଧୀନ ବଗଲପୁର ଗ୍ରାମରେ ବୁଧବାର ଅପରାହ୍ନ ସାଢେ ପାଞ୍ଚଟାରେ ବଣୁଆହାତୀ ପଶି ଘର ଉପରେ ଆକ୍ରମଣ କରି ଘର ଭାଙ୍ଗିବା ସହିତ ଧାନ ଚାଉଳ ଖାଇ ବ୍ୟାପକ କ୍ଷୟକ୍ଷତି ଘଟାଇଛି l

ମୟୂରଭଂଜ ଜିଲ୍ଲା ବେତନଟୀ ରେଞ୍ଜ ଅଧୀନ ବଗଲପୁର ଗ୍ରାମରେ ବୁଧବାର ଅପରାହ୍ନ ସାଢେ ପାଞ୍ଚଟାରେ ବଣୁଆହାତୀ ପଶି ଘର ଉପରେ ଆକ୍ରମଣ କରି ଘର ଭାଙ୍ଗିବା ସହିତ ଧାନ ଚାଉଳ ଖାଇ ବ୍ୟାପକ କ୍ଷୟକ୍ଷତି ଘଟାଇଛି l

elephant in Baisinga

elephant in Baisinga Photograph: (Sambad )

ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା ବେତନଟୀ ରେଞ୍ଜ ଅଧୀନ ବଗଲପୁର ଗ୍ରାମରେ ବୁଧବାର ଅପରାହ୍ନ ସାଢେ ପାଞ୍ଚଟାରେ ବଣୁଆହାତୀ ପଶି ଘର ଉପରେ ଆକ୍ରମଣ କରି ଘର ଭାଙ୍ଗିବା ସହିତ ଧାନ ଚାଉଳ ଖାଇ ବ୍ୟାପକ କ୍ଷୟକ୍ଷତି ଘଟାଇଛିl 

ସୂଚନା ମୁତାବକ ଗୋଠଛଡା ଦନ୍ତାହାତୀ ଟି ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲରୁ ବାହାରି ଜନବସତିମୁହାଁ ଅଗ୍ରସର ହୋଇଥିଲାl ବଣୁଆ ଦନ୍ତାହାତୀଟି ବଗଲପୁର ଗାଁରେ ପଶି ଗ୍ରାମର ଚନ୍ଦ୍ରକାନ୍ତି ଦେହୁରୀଙ୍କ ଘର ଉପରେ ଘନ ଘନ ଆକ୍ରମଣ କରିଥିଲାl ବିଶାଳ ଦନ୍ତାହାତୀ ଆକ୍ରମଣରେ ଚନ୍ଦ୍ରକାନ୍ତିଙ୍କ ଘର ଭାଙ୍ଗି କ୍ଷତିଗ୍ରସ୍ତ ହୋଇଥିବା ବେଳେ କଷ୍ଟରେ ଉପାର୍ଜିତ କରି ରଖିଥିବା ଧାନ ଚାଉଳ ଖାଇବା ପରେ ବ୍ୟାପକ ଆସବାବପତ୍ର ମଧ୍ୟ ନଷ୍ଟ କରିପକାଇଛିl

ତେବେ ଘର ଉପରେ ବଣୁଆହାତୀର ଆକ୍ରମଣ ସମୟରେ ଚନ୍ଦ୍ରକାନ୍ତି କୌଣସି ପ୍ରକାରେ ଜୀବନ ବଞ୍ଚାଇ ଦୌଡ଼ି ପଳାଇବାରେ ସକ୍ଷମ ହୋଇଥିଲେl

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe