ସାତକୋଶିଆରେ ଦନ୍ତା ହାତୀ ମୃତ

Advertisment

ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି। ହାତୀଟି ଦୀର୍ଘ ଦିନ ହେଲା ଅସୁସ୍ଥ ରହିଥିଲା ବୋଲି ଜଣାପଡିଛି। ଏହି ଅଭୟାରଣ୍ୟରେ ହାତୀ ମୃତ୍ୟୁ ଏବେ ଚିନ୍ତାର ବିଷୟ ପାଲଟିଛି।

ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି। ହାତୀଟି ଦୀର୍ଘ ଦିନ ହେଲା ଅସୁସ୍ଥ ରହିଥିଲା ବୋଲି ଜଣାପଡିଛି। ଏହି ଅଭୟାରଣ୍ୟରେ ହାତୀ ମୃତ୍ୟୁ ଏବେ ଚିନ୍ତାର ବିଷୟ ପାଲଟିଛି।

Elephant

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି। ହାତୀଟି ଦୀର୍ଘ ଦିନ ହେଲା ଅସୁସ୍ଥ ରହିଥିଲା ବୋଲି ଜଣାପଡିଛି।

ସାତକୋଶିଆ ଅଭୟାରଣ୍ୟ ଟିକରପଡା ବନାଞ୍ଚଳରେ କିଛି ଦିନ ହେଲା ଏକ ଛୁଆ ଦନ୍ତାହାତୀ ଅସୁସ୍ଥ ରହିଥିଲା। ହାତୀର ଗୋଡ଼ରେ ଆଘାତ ଲାଗିଥିବା ବେଳେ ଛୋଟା ହୋଇ ହାତୀ ଏପଟ ସେପଟ ବୁଲୁଥିଲା। ଉକ୍ତ ହାତୀକୁ ବନ ବିଭାଗ ପକ୍ଷରୁ ଚିକିତ୍ସା କରାଯାଇଥିଲା। ତେବେ ସେ ସୁସ୍ଥ ହୋଇନଥିଲା। ଆଜି ସକାଳୁ ଉକ୍ତ ହାତୀର ମୃତଦେହ ଟିକରପଡା ବନାଞ୍ଚଳ ମଝିପଡ଼ା ବିଟ ଅଞ୍ଚଳରୁ ଠାବ ହୋଇଥିଲା। ଘଟଣାସ୍ଥଳକୁ ଡ଼ିଏଫଓ ସରୋଜ ପଣ୍ଡା ଯାଉଥିବା ବେଳେ କେଉଁ ପରିସ୍ଥିତିରେ ହାତୀର ମୃତ୍ୟୁ ହେଲା ତଦନ୍ତ ପରେ ଜଣାପଡିବ ବୋଲି ସେ କହିଛନ୍ତି। ସେପଟେ ସାତକୋଶିଆ ଅଭୟାରଣ୍ୟରେ ବାରମ୍ବାର ହାତୀ ମୃତ୍ୟୁ ହେଉଥିବା ଦେଖିବାକୁ ମିଳୁଛି। ବନ୍ୟପ୍ରାଣୀଙ୍କ ପାଇଁ ସୁରକ୍ଷିତ ସ୍ଥାନ କୁହାଯାଉଥିବା ଏହି ଅଭୟାରଣ୍ୟରେ ହାତୀ ମୃତ୍ୟୁ ଏବେ ଚିନ୍ତାର ବିଷୟ ପାଲଟିଛି।

ସୂଚନା ମୁତାବକ, ସାତକୋଶିଆ ଅଭୟାରଣ୍ୟ ଟିକରପଡା ବନାଞ୍ଚଳରେ କିଛି ଦିନ ହେଲା ଏକ ଛୁଆ ଦନ୍ତାହାତୀ ଅସୁସ୍ଥ ରହିଥିଲା। ହାତୀର ଗୋଡ଼ରେ ଆଘାତ ଲାଗିଥିବା ବେଳେ ଛୋଟା ହୋଇ ହାତୀ ଏପଟ ସେପଟ ବୁଲୁଥିଲା। ଉକ୍ତ ହାତୀକୁ ବନ ବିଭାଗ ପକ୍ଷରୁ ଚିକିତ୍ସା କରାଯାଇଥିଲା। ତେବେ ସେ ସୁସ୍ଥ ହୋଇନଥିଲା। ଆଜି ସକାଳୁ ଉକ୍ତ ହାତୀର ମୃତଦେହ ଟିକରପଡା ବନାଞ୍ଚଳ ମଝିପଡ଼ା ବିଟ ଅଞ୍ଚଳରୁ ଠାବ ହୋଇଥିଲା। ଘଟଣାସ୍ଥଳକୁ ଡ଼ିଏଫଓ ସରୋଜ ପଣ୍ଡା ଯାଉଥିବା ବେଳେ କେଉଁ ପରିସ୍ଥିତିରେ ହାତୀର ମୃତ୍ୟୁ ହେଲା ତଦନ୍ତ ପରେ ଜଣାପଡିବ ବୋଲି ସେ କହିଛନ୍ତି। ସେପଟେ ସାତକୋଶିଆ ଅଭୟାରଣ୍ୟରେ ବାରମ୍ବାର ହାତୀ ମୃତ୍ୟୁ ହେଉଥିବା ଦେଖିବାକୁ ମିଳୁଛି। ବନ୍ୟପ୍ରାଣୀଙ୍କ ପାଇଁ ସୁରକ୍ଷିତ ସ୍ଥାନ କୁହାଯାଉଥିବା ଏହି ଅଭୟାରଣ୍ୟରେ ହାତୀ ମୃତ୍ୟୁ ଏବେ ଚିନ୍ତାର ବିଷୟ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe