ରାଜ୍ୟ ରାଜପଥକଡ଼ରେ ହାତୀପଲ: ରେକର୍ଡିଂ କରିବାକୁ ଲୋକଙ୍କ ଭିଡ଼

କନ୍ଧମାଳ ଜିଲ୍ଲା କଳିଙ୍ଗା ଘୁମୁସର ଉଦୟଗିରି ମୁଖ୍ୟ ରାଜ୍ୟ ରାଜପଥକଡ଼ରେ ଦିନ ଦ୍ୱିପ୍ରହରରେ ହାତୀପଲ ବୁଲୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଦୁଇ ଦନ୍ତା ହାତୀଙ୍କ ସହ ଗୋଟେ ପିଲା ହାତୀ ରାସ୍ତାକଡ଼ରେ ଜଙ୍ଗଲ ପତ୍ର ଖାଉଥିବା ଦୃଶ୍ୟ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳର ଲୋକେ ଭିଡ଼ ଜମାଇଛନ୍ତି।

37fc886d-10e1-454b-8a80-88507a151ddc

Elephants in G Udayagiri Photograph: (sambad.in)

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା କଳିଙ୍ଗା ଘୁମୁସର ଉଦୟଗିରି ମୁଖ୍ୟ ରାଜ୍ୟ ରାଜପଥକଡ଼ରେ ଦିନ ଦ୍ୱିପ୍ରହରରେ ହାତୀପଲ ବୁଲୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଦୁଇ ଦନ୍ତା ହାତୀଙ୍କ ସହ ଗୋଟେ ପିଲା ହାତୀ ରାସ୍ତାକଡ଼ରେ ଜଙ୍ଗଲ ପତ୍ର ଖାଉଥିବା ଦୃଶ୍ୟ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳର ଲୋକେ ଭିଡ଼ ଜମାଇଛନ୍ତି।

ମାଲାନସୁଗା ଛକରେ ତିନିଟି ହାତୀ ଜଙ୍ଗଲରେ ଡାଳ-ପତ୍ର ଖାଉଥିବା ବେଳେ ରାସ୍ତାରେ ଯାତାୟତ କରୁଥିବା ଲୋକଙ୍କ ନଜର ପଡ଼ିଥିଲା। ଧୀରେଧୀରେ ହାତୀ ଦେଖିବାକୁ ଲୋକଙ୍କ ଭିଡ଼ ଜମିବା ସହ ସାରାରାସ୍ତା ଲୋକରଣ୍ୟ ହୋଇଯାଇଥିଲା।

କଳିଙ୍ଗା ଘୁ.ଉଦୟଗିରି ରାଜ୍ୟ ରାଜପଥର ମାଲାନସୁଗା ଛକରେ ତିନିଟି ହାତୀ ଦୁଇ (ଦନ୍ତା ଏବଂ ଗୋଟିଏ ଛୁଆ) ଜଙ୍ଗଲରେ ଡାଳ-ପତ୍ର ଖାଉଥିବା ବେଳେ ରାସ୍ତାରେ ଯାତାୟତ କରୁଥିବା ଲୋକଙ୍କ ନଜର ପଡ଼ିଥିଲା। ଧୀରେଧୀରେ ହାତୀ ଦେଖିବାକୁ ଲୋକଙ୍କ ଭିଡ଼ ଜମିବା ସହ ସାରାରାସ୍ତା ଲୋକରଣ୍ୟ ହୋଇଯାଇଥିଲା। ସମସ୍ତଙ୍କ ହାତରେ ଗୋଟିଏଗୋଟିଏ ମୋବାଇଲ ହାତୀଙ୍କ ଆଡ଼କୁ ରଖି ରେକର୍ଡ଼ିଂ ଆରମ୍ଭ ହୋଇଯାଇଥିଲା। ଅପରାହ୍ନରୁ ସନ୍ଧ୍ୟା ପର୍ଯ୍ୟନ୍ତ ତିନି ହାତୀ ସେଇ ସ୍ଥାନରେ ଥିବା ଦେଖିବାକୁ ମିଳିଥିଲା।

ପ୍ରକାଶ ଥାଉକି ଗତ ମାସରେ ସେଇ ମାଲାନସୁଗା ଛକରେ ଦୁଇ ଦନ୍ତା ଗୋଟିଏ ଘର ଭାଙ୍ଗି ଦେଇଥିଲେ ପୁଣି ସେଇ ସ୍ଥାନରେ ଆଜି ହାତୀଙ୍କ ଉପସ୍ଥିତି ଦେଖି ସେଇ ଅଞ୍ଚଳବାସୀ ଭୟଭୀତ ହେବା ସହ କିଭଳି ହାତୀଙ୍କ ପାଖରୁ ସୁରକ୍ଷିତ ରହିବେ ତା କୁ ନେଇ ଚିନ୍ତାରେ ପଡିଯାଇଛି। ମାଲାନସୁଗା, ନନ୍ଦଗିରି, ପିଡ଼ିକାମାହା, ପଦାସାହି, ଲୋକ ଭୟଭୀତ ଅବସ୍ଥାରେ ରହିଥିବା ପ୍ରକାଶ କରିଛନ୍ତି।

 Elephant | Kandhamal

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe