ଫୁଟବଲ ପଡ଼ିଆ ପାଖ ଜଙ୍ଗଲରେ ଦନ୍ତା ହାତୀର ମୃତ୍ୟୁ

Advertisment

ମୟୂରଭଂଜ ଜିଲ୍ଲା କରଂଜିଆ ବନଖଣ୍ଡ ଅନ୍ତର୍ଗତ ସାତକୋଶିଆ ବନ୍ୟପ୍ରାଣୀ ବନାଞ୍ଚଳ ଅନ୍ତର୍ଗତ ଶାଳଚୁଆ ଗ୍ରାମପଞ୍ଚାୟତର ଫୁଟବଲ ପଡ଼ିଆ ପାଖ ଜଙ୍ଗଲରେ ଏକ ଦନ୍ତା ହାତୀରର ମୃତ୍ୟୁ ହୋଇଛି।

ମୟୂରଭଂଜ ଜିଲ୍ଲା କରଂଜିଆ ବନଖଣ୍ଡ ଅନ୍ତର୍ଗତ ସାତକୋଶିଆ ବନ୍ୟପ୍ରାଣୀ ବନାଞ୍ଚଳ ଅନ୍ତର୍ଗତ ଶାଳଚୁଆ ଗ୍ରାମପଞ୍ଚାୟତର ଫୁଟବଲ ପଡ଼ିଆ ପାଖ ଜଙ୍ଗଲରେ ଏକ ଦନ୍ତା ହାତୀରର ମୃତ୍ୟୁ ହୋଇଛି।

Elephant

ଠାକୁରମୁଣ୍ଡା: ମୟୂରଭଂଜ ଜିଲ୍ଲା କରଂଜିଆ ବନଖଣ୍ଡ ଅନ୍ତର୍ଗତ ସାତକୋଶିଆ ବନ୍ୟପ୍ରାଣୀ ବନାଞ୍ଚଳ ଅନ୍ତର୍ଗତ ଶାଳଚୁଆ ଗ୍ରାମପଞ୍ଚାୟତର ଫୁଟବଲ ପଡ଼ିଆ ପାଖ ଜଙ୍ଗଲରେ ଏକ ଦନ୍ତା ହାତୀରର ମୃତ୍ୟୁ ହୋଇଛି। ସାତକୋଶିଆ ବନାଞ୍ଚଳ ଅଞ୍ଚଳ ସାତକୋଶିଆ, ଗୋଡଭଙ୍ଗା ଓ ଶାଳଚୁଆ  ଜଙ୍ଗଲରେ ୪ଟି ହାତୀ ବହୁଦିନ ଆଗରୁ ରହିଆସୁଥିଲେ।

ଆଜି ସକାଳ ୭ ଟା ସମୟରେ ୨ଜଣ ଯୁବକ ଶାଳଚୁଆ ଫୁଟବଲ ପଡିଆ ପାଖ ଜଙ୍ଗଲରେ ଥିବା ପୋଖରୀ ଯାଇ ଦେଖନ୍ତିତ ୧ ଦନ୍ତା ହାତୀ ପୋଖରୀରୁ ପାଣି ପିଇ ପୋଖରୀ ଉପରକୁ ଉଠୁ ଥିବା ଦେଖି ଶାଳଚୁଆ ବନରଖି ପଦ୍ମାବତୀ ପାତ୍ରଙ୍କୁ ଖବର ଦେଇ ଥିଲେ। ସେ ସଂଙ୍ଗେ ସଂଙ୍ଗେ ସାତକୋଶିଆ ରେଞ୍ଜର, ଫରେଷ୍ଟରକୁ ଜଣାଇ ହାତୀକୁ ନଜର ରଖିଥିଲେ। ଫୁଟବଲ ପଡିଆ ଠାରୁ ହାତୀଟି ପାଖ ଜଙ୍ଗଲରେ କିଛି ଦୂରଯାଇ ପଡିଯାଇ ମୃତ୍ୟୁବରଣ କରିଥିଲା।

ଖବର ପାଇ କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ , ସହକାରୀ ସଂଗ୍ରକ୍ଷକ ମଦନମୋହନ ମହାନ୍ତ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛନ୍ତି। ସାତକୋଶିଆ ବନ୍ଯପ୍ରାଣୀ ବନାଞ୍ଚଳ ଅଧିକାରୀ ରବିନ୍ଦ୍ର ନାଥ ମହାନ୍ତ, ବନପାଳ ଗିରିଜା ନନ୍ଦନ ଦଳେଇ, ବନରଖି ସନତ କୁମାର ମହାନ୍ତ ଓ ଅନ୍ଯ ବନକର୍ମଚାରୀ ସମେତ ଠାକୁରମୁଣ୍ଡା ପ୍ରଣୀ ଚିକିତ୍ସକ ଡା ପ୍ରିତି ପ୍ରଶନ୍ନ ସାହୁ, ଚମ୍ପୁଆ ପ୍ରାଣୀ ଚିକିତ୍ସକ ପ୍ରକାଶ ଚନ୍ଦ୍ର ଘଡେଇ, କେନ୍ଦୁମୁଣ୍ଡି ପ୍ରାଣୀ ଚିକିତ୍ସକ କଲ୍ଯାଣି ମାରାଣ୍ତି  ଘଟଣାସ୍ଥଳ ରେ ଉପସ୍ଥିତ ଅଛନ୍ତି। ବ୍ଯବଛେଦ ପରେ ଦନ୍ତା ହାତୀର ମୃତ୍ୟୁର କାରଣ ଜଣାପଡିବ।

Mayurbhanj | Elephant

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe