ସମ୍ବଲପୁର ବନଖଣ୍ଡ ସଦର ରେଞ୍ଜରେ ବୃଦ୍ଧଙ୍କୁ କଚାଡ଼ି ମାରିଲା ହାତୀ

Advertisment

ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ଜୀବନ ଯାଇଛି। ସମ୍ବଲପୁର ବନଖଣ୍ଡ ସଦର ରେଞ୍ଜ ବସିଆପଡ଼ା ସେକ୍ସନ ଅଧୀନ ହାତୀବାରି ଟେଙ୍ଗପଡ଼ାର ଗଣେଶ୍ୱର ଭୋଇ(୫୫)ଙ୍କୁ ହାତୀ କଚାଡ଼ି ମାରିଛି।

ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ଜୀବନ ଯାଇଛି। ସମ୍ବଲପୁର ବନଖଣ୍ଡ ସଦର ରେଞ୍ଜ ବସିଆପଡ଼ା ସେକ୍ସନ ଅଧୀନ ହାତୀବାରି ଟେଙ୍ଗପଡ଼ାର ଗଣେଶ୍ୱର ଭୋଇ(୫୫)ଙ୍କୁ ହାତୀ କଚାଡ଼ି ମାରିଛି।

Elephant

ଯୁଯୁମୁରା: ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ଜୀବନ ଯାଇଛି। ସମ୍ବଲପୁର ବନଖଣ୍ଡ ସଦର ରେଞ୍ଜ ବସିଆପଡ଼ା ସେକ୍ସନ ଅଧୀନ ହାତୀବାରି ଟେଙ୍ଗପଡ଼ାର ଗଣେଶ୍ୱର ଭୋଇ(୫୫)ଙ୍କୁ ହାତୀ କଚାଡ଼ି ମାରିଛି।

ଗତକାଲି ରାତିରେ ହାତୀପଲ ଗାଁମୁହାଁ ହୋଇଥିଲେ। ଗ୍ରାମବାସୀ ହାତୀ ଘଉଡ଼ାଇବାକୁ ବାହାରିଥିଲେ। ହାତୀପଲଙ୍କୁ ଘଉଡ଼ାଇବା ପରେ ସମସ୍ତେ ଫେରି ଆସିଥିଲେ। ହେଲେ ଗଣେଶ୍ୱର ଫେରି ନଥିଲେ। ଆଜି ସକାଳୁ ତାଙ୍କ ମୃତଦେହ ଏକ ବିଲରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ପରେ ସେମାନେ ବନ ବିଭାଗକୁ ଖବର ଦେଇଥିଲେ। ଖବର ଲେଖା ହେବା ଯାଏ ବିଭାଗୀୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe