ଅନୁଗୁଳ: ଅନୁଗୁଳ ବନାଞ୍ଚଳ କରତପଟା ସେକ୍ସନରେ ଏକ ଅଭାବନୀୟ ଘଟଣା ଘଟିଛି। ଦୁଇ ଭାଇ ଛେଳି ଚରାଇ ଯାଇଥିବା ବେଳେ ସାନ ଭାଇକୁ ହାତୀ ଦଳି ଦେଇଛି। ବଡ଼ ଭାଇ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତେବେ ଏହି ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି।

Advertisment

ସୂଚନା ମୁତାବକ, ଅନୁଗୁଳ ବନାଞ୍ଚଳ କରତପଟା ସେକ୍ସନ ନନ୍ଦପୁର ଗାଁର ଦୁଇ ଭାଇ ନିନୁ ସାହୁ (୪୫) ଓ କୃଷ୍ଣ ସାହୁ (୬୦)ପ୍ରତିଦିନ ଭଳି ଆଜି ସକାଳେ ଗାଁ ନିକଟରେ ଥିବା ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିଲେ। ତେବେ ଦିନ ଗୋଟାଏ ବେଳକୁ ଜଙ୍ଗଲରୁ ଏକ ଦନ୍ତା ହାତୀ ଆସି ସାନ ଭାଇ ନିନୁଙ୍କୁ ଦଳି ମାରି ଦେଇଥିଲା। ସେଠାରୁ ଅଳ୍ପକେ ବର୍ତ୍ତି ଯାଇଥିବା ବଡ଼ ଭାଇ କୃଷ୍ଣ ଗାଁରେ ଆସି ଏସମ୍ପର୍କରେ କହିବା ପରେ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ଏଣେ କେହି ବନ କର୍ମଚାରୀ ସେଠାରେ ପହଞ୍ଚି ନଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: Chief Minister Sunabeda Nuapada: ପ୍ରଥମ ଥର ଲାଗି ଜଣେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ସୁନାବେଡ଼ାରେ ପାଦ ଦେଲେ, ମା ସୁନାଦେଇଙ୍କ ଦର୍ଶନ କଲେ

ଏଣେ ଗତ ୩ ତାରିଖ ସକାଳେ କଳାହାଣ୍ଡିଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ଵନାଥପୁର ରେଞ୍ଜ ଲାଞ୍ଜିଗଡ଼ ସେକ୍ସନ ତ୍ରିଲୋଚନପୁର ପଞ୍ଚାୟତ କୁନ୍ନା କାଡୁ ଗାଁର କାଣୁ ମାଝୀଙ୍କ ପୁତ୍ର ରବି ମାଝୀ(୭)ଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ଘଟିଥିବା ବେଳେ ସାନଭାଇ ସାମରି ମାଝୀ(୫)ଙ୍କୁ ହାତୀ ଫିଙ୍ଗି ଦେଇଥିବା ବେଳେ ପିଠିରେ ଆଘାତ ଲାଗିଥିଲା । କାଣୁ ମାଝୀ ଆଜିକୁ ୩ ବର୍ଷ ହେଲା ହରଡାଗୁଡା ଗାଁରେ ଘର କରି ନିକଟସ୍ଥ ଜଙ୍ଗଲରେ ପଢୁଚାଷ କରୁଥିବା ବେଳେ ସକାଳେ ସାଢ଼େ ୮ ଘଣ୍ଟା ସମୟରେ ଦୁଇ ଭାଇ ରବି ମାଝୀ ଓ ସାନଭାଇ ସାମରି ମାଝୀ ନିଜ ଚାଷ ଗୁଡ଼ିଆକୁ ଯାଉଥିବା ବେଳେ ଗାଁ ନିକଟସ୍ଥ ପାଣିଟାଙ୍କି ନିକଟରେ ଏକ ଦନ୍ତା ହାତୀ ଆକ୍ରମଣ ଯୋଗୁଁ ରବିର ମୃତ୍ୟୁ ଘଟିଛି ବୋଲି ସୂଚନା ମିଳିଥିଲା।

ବିଶ୍ୱନାଥପୁର ରେଞ୍ଜ ଅଞ୍ଚଳରେ ହାତୀଙ୍କ ଉପଦ୍ରବ ବୃଦ୍ଧି

ଆହୁରି ପଢ଼ନ୍ତୁ: Pitabas Panda Wife: ମୁଖ୍ୟ ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କ ନାଆଁରେ ହତ୍ୟା ଧମକ ମିଳୁଛି: ପୀତବାସ ପଣ୍ଡାଙ୍କ ପତ୍ନୀ

ସୂଚନା ଯୋଗ୍ୟ ଯେ,ବିଶ୍ୱନାଥପୁର ରେଞ୍ଜ ଅଞ୍ଚଳରେ ଦିନକୁ ଦିନ ଜଙ୍ଗଲୀ ହାତୀଙ୍କ ଉପଦ୍ରବ ବୃଦ୍ଧ ପାଉଥିବାର ପରିଲକ୍ଷିତ ହୋଇଛି। ଏଣେ ଗତ ୨୭ ତାରିଖରେ ବିଜେପୁର ଠାରୁ ଲାଞ୍ଜିଗଡ଼କୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାର ସଲପକନା ଗାଁଠାରୁ ଆମଗୁଡା ଗାଁ ପର୍ଯ୍ୟନ୍ତ ଲାଗି ରହିଥିବା ଜଙ୍ଗଲରେ ଘୁରି ବୁଲୁଛି ଏକଟିକିଆ ଦନ୍ତା ହାତୀ।ଏହି ମୁଖ୍ୟ ରାସ୍ତାଟି ରାୟଗଡା ଜିଲ୍ଲା କଲ୍ୟାଣସିଂପୁର  ବିଶାଖାପାଟଣମକୁ ସଂଯୋଗ କରୁଥିବା ବେଳେ ଲୋକେ ସଦାସର୍ବଦା ଯାତାୟତ କରନ୍ତି। ବର୍ତ୍ତମାନ ସନ୍ଧ୍ୟା ସମୟରେ ଦନ୍ତା ହାତୀ ବୁଲୁଥିବା ଦେଖି ଲୋକେ ଉକ୍ତ ରାସ୍ତାରେ ଯାତାୟତ କରିବାପାଇଁ ଭୟଭୀତ ହେଉଛନ୍ତି l ଏନେଇ ବିଜେପୁର ବନପାଳ ପଦ୍ମଲୋଚନ ଶବରକୁ ପଚାରିବାରୁ ବନବିଭାଗର ସମସ୍ତ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଛୁ ଏବଂ ହାତୀର ଗତିବିଧି ଉପରେ ନଜର ରଖିଛୁ ବୋଲି ପ୍ରକାଶ କରିଛନ୍ତି।ହେଲେ କିଛି ମାସ ତଳେ ଏହି ଜଙ୍ଗଲକୁ ଲାଗି ରହିଥିବା ତ୍ରିଲୋଚନପୁର ପଞ୍ଚାୟତର ଵେରେନପିଣ୍ଡା ଗାଁର ରାଇ ମାଝୀ(୫୬ବର୍ଷ)ଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଥିବା ବେଳେ ଦୋରାସାର୍ଲି ଗାଁର ମୁଗାନା ମାଝୀ(୭୦)ଓ ତାଙ୍କ ସ୍ତ୍ରୀ ଗାଦ ମାଝୀ(୬୬)ଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଥିଲା।