ହାତୀବାରି ବନାଞ୍ଚଳରେ ଜଣଙ୍କୁ ଦଳିଦେଲା ଦନ୍ତା

Advertisment

ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ରେଞ୍ଜ ଅନ୍ତର୍ଗତ ହାତୀବାରି ବନାଞ୍ଚଳର କର୍କଟନାସା ପଞ୍ଚାୟତର କୁସମଟୋଲି ବସ୍ତିରେ ଜଣେ ବ୍ୟକ୍ତିଙ୍କୁ ହାତୀ ଦଳିଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି। ମୃତବ୍ୟକ୍ତିଙ୍କ ନାମ ଚୁଡ଼ରୁ ସାହୁ(୫୫)।

ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ରେଞ୍ଜ ଅନ୍ତର୍ଗତ ହାତୀବାରି ବନାଞ୍ଚଳର କର୍କଟନାସା ପଞ୍ଚାୟତର କୁସମଟୋଲି ବସ୍ତିରେ ଜଣେ ବ୍ୟକ୍ତିଙ୍କୁ ହାତୀ ଦଳିଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି। ମୃତବ୍ୟକ୍ତିଙ୍କ ନାମ ଚୁଡ଼ରୁ ସାହୁ(୫୫)।

elephant

ବୀରମିତ୍ରପୁର/ନୂଆଗାଁ: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ରେଞ୍ଜ ଅନ୍ତର୍ଗତ ହାତୀବାରି ବନାଞ୍ଚଳର କର୍କଟନାସା ପଞ୍ଚାୟତର କୁସମଟୋଲି ବସ୍ତିରେ ଜଣେ ବ୍ୟକ୍ତିଙ୍କୁ ହାତୀ ଦଳିଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି। ମୃତବ୍ୟକ୍ତିଙ୍କ ନାମ ଚୁଡ଼ରୁ ସାହୁ(୫୫)।

ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ବସ୍ତିର ଚୁଡ଼ରୁ ସାହୁ ଘରସାମ୍ନାରେ ଥିବା ତାଙ୍କ କ୍ଷେତକୁ ଛେଳି ଖୋଜିବାକୁ ଯାଇଥିବାବେଳେ ୨ଟି ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। କିଂକର୍ତ୍ତବ୍ୟବିମୂଢ଼ ଚୁଡ଼ରୁଙ୍କୁ ହାତୀ ଶୁଣ୍ଢରେ ଉଠାଇ କଚାଡ଼ିଦେବା ସହିତ ପାଦରେ ଦଳିଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲା। ଖବରପାଇ ବୀରମିତ୍ରପୁର ରେଞ୍ଜର ଦୁର୍ଯ୍ୟୋଧନ ଜରେଇ, ହାତୀବାରି ବନପାଳ ସୁଶୀଲ କେରକେଟା, ବନରକ୍ଷୀ ସବିତା ରଣା, ସମାଜସେବୀ ଆକାଶ ଦେଓ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଛନ୍ତି।  ମୃତକଙ୍କ ଶବକୁ ହାତୀବାରି ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe