କଚାଡି ମାରିଲା ଦନ୍ତା, ଡିଏଫଓଙ୍କ ବାସଭବନ ଘେରିଲେ ଲୋକେ

ସୁନ୍ଦରଗଡ଼ ବଣାଇ ରେଞ୍ଜର ଜକେଇକଳା ରୁଗୁଡ଼ି ସାହିର ଘରୁ ବାହାରୁଥିବା ବେଳେ ଧରଣୀଧର ପାତ୍ରଙ୍କୁ ଦନ୍ତାହାତୀ କଚାଡି ଦେଇଥିଲାl ଗୁରୁତର ଅବସ୍ଥାରେ ତାଙ୍କୁ ବଣାଇ ଡାକ୍ତଖାନାରେ ଭର୍ତି କରାଯାଇଥିଲା l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l

ଅଦ୍ୟତନ ହୋଇଛି
vhgu

ରାଉରକେଲା: ସୁନ୍ଦରଗଡ଼ ବଣାଇ ରେଞ୍ଜର ଜକେଇକଳା ରୁଗୁଡ଼ି ସାହିର ଘରୁ ବାହାରୁଥିବା ବେଳେ ଧରଣୀଧର ପାତ୍ରଙ୍କୁ ଦନ୍ତାହାତୀ କଚାଡି ଦେଇଥିଲାl ଗୁରୁତର ଅବସ୍ଥାରେ ତାଙ୍କୁ ବଣାଇ ଡାକ୍ତଖାନାରେ ଭର୍ତି କରାଯାଇଥିଲା l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l

ଏହା ପୂର୍ବରୁ  ସୋଲ ରେଞ୍ଜରେ ଦନ୍ତା ଜଣକୁ ମାରି ଥିବାବେଳେ ତାମରା ରେଞ୍ଜର ମୁଣ୍ଡା ସାହିରେ ଘର ଭାଙ୍ଗି ଦୁଇ ଜଣ ନାବାଳିକାକୁ ମାରିଥିଲାl ଗତ ୧୫ ଦିନ ମଧ୍ୟରେ ବଣାଇ ଡିଭିଜନର ତିନିଟି ରେଞ୍ଜେର ଆଜି ପର୍ଯ୍ୟନ୍ତ ଚାରିଜଣଙ୍କର ମୃତ୍ୟୁ ହୋଇଛି। ଡାକ୍ତରଖାନାରେ ବନବିଭାଗ ରେଞ୍ଜର ପହଞ୍ଚି ଥିବାବେଳେ ରେଞ୍ଜରଙ୍କୁ ଠେଲାପେଲା ସହ ବନ କର୍ମଚାରୀଙ୍କୁ ଉତ୍ତେଜିତ ଲୋକ ଗୋଡେଇ ଗୋଡେଇ ପିଟିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା l

କ୍ଷତିପୂରଣ ଓ ହାତୀକୁ ଘୋଡାଇଦେବା ଦାବିରେ ସ୍ଥାନୀୟ ବାସିନ୍ଦା ଡିଏଫଓଙ୍କ  ବାସଭବନ ଘେରାଉ କରିଥିଲେl ଫଳରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା l ପୁଲିସ ଓ ବନ କର୍ମଚାରୀ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିବା ଜଣା ପଡିଛି l

ଏହା ପୂର୍ବରୁ  ସୋଲ ରେଞ୍ଜରେ ଦନ୍ତା ଜଣକୁ ମାରି ଥିବାବେଳେ ତାମରା ରେଞ୍ଜର ମୁଣ୍ଡା ସାହିରେ ଘର ଭାଙ୍ଗି ଦୁଇ ଜଣ ନାବାଳିକାକୁ ମାରିଥିଲାl ଗତ ୧୫ ଦିନ ମଧ୍ୟରେ ବଣାଇ ଡିଭିଜନର ତିନିଟି ରେଞ୍ଜେର ଆଜି ପର୍ଯ୍ୟନ୍ତ ଚାରିଜଣଙ୍କର ମୃତ୍ୟୁ ହୋଇଛି। ଡାକ୍ତରଖାନାରେ ବନବିଭାଗ ରେଞ୍ଜର ପହଞ୍ଚି ଥିବାବେଳେ ରେଞ୍ଜରଙ୍କୁ ଠେଲାପେଲା ସହ ବନ କର୍ମଚାରୀଙ୍କୁ ଉତ୍ତେଜିତ ଲୋକ ଗୋଡେଇ ଗୋଡେଇ ପିଟିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe