ସପ୍ତାହେ ନବିତୁଣୁ ବନ୍ତଳା ଅଞ୍ଚଳରେ ପୁଣି ମାରିଲା ହାତୀ

Advertisment

ବନ୍ତଳା ଅଞ୍ଚଳରେ ହାତୀ ଆକ୍ରମଣ ଜଣେ ଯୁବକଙ୍କ ମୃତ୍ୟୁକୁ ସପ୍ତାହେ ବିତିନଥିବା ବେଳେ ଆଜି ଆଉ ଜଣଙ୍କୁ ପୁଣି ମାରିଛି। ମୃତକ ଜଣଙ୍କ ଧୋକୁଟା ଗାଁର ବିଜୟ ନାଏକ(୪୨)ବୋଲି ଜଣାପଡ଼ିଛି।

ବନ୍ତଳା ଅଞ୍ଚଳରେ ହାତୀ ଆକ୍ରମଣ ଜଣେ ଯୁବକଙ୍କ ମୃତ୍ୟୁକୁ ସପ୍ତାହେ ବିତିନଥିବା ବେଳେ ଆଜି ଆଉ ଜଣଙ୍କୁ ପୁଣି ମାରିଛି। ମୃତକ ଜଣଙ୍କ ଧୋକୁଟା ଗାଁର ବିଜୟ ନାଏକ(୪୨)ବୋଲି ଜଣାପଡ଼ିଛି।

bh

ବନ୍ତଳା: ବନ୍ତଳା ଅଞ୍ଚଳରେ ହାତୀ ଆକ୍ରମଣ ଜଣେ ଯୁବକଙ୍କ ମୃତ୍ୟୁକୁ ସପ୍ତାହେ ବିତିନଥିବା ବେଳେ ଆଜି ଆଉ ଜଣଙ୍କୁ ପୁଣି ମାରିଛି। ମୃତକ ଜଣଙ୍କ ଧୋକୁଟା ଗାଁର ବିଜୟ ନାଏକ(୪୨)ବୋଲି ଜଣାପଡ଼ିଛି।

ସୂଚନା ମୁତାବକ, ଧୋକୁଟା ଗାଁ ଅଞ୍ଚଳରେ ଗତକାଲି ସନ୍ଧ୍ୟାରୁ ଏକ ଦନ୍ତା ହାତୀ ଉପଦ୍ରଵ କରୁଥିଲା। ତାକୁ ଜଗିବା ପାଇଁ ଅନୁଗୁଳ ବନାଞ୍ଚଳ କରତପଟା ସେକ୍ସନର ଫରେଷ୍ଟର ଲଳିତ ବେହେରାଙ୍କ ସମେତ ଅନ୍ୟ ବନ କର୍ମଚାରୀ ଗାଁ ନିକଟରେ ଉପସ୍ଥିତ ଥିଲେ। କିନ୍ତୁ ଉକ୍ତ ଦନ୍ତା ଧୋକୁଟା ହରିଜନ ସାହିରେ ପଶିଥିବା ବେଳେ ବାଡ଼ିରେ ଶବ୍ଦ ଶୁଣି ବିଜୟ ଘର ପଛକୁ ଯାଇଥିଲେ। ଏତିକି ବେଳେ ଦନ୍ତା ତାଙ୍କୁ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳ ତାଙ୍କର ମୃତ୍ୟୁ ହୋଇଥିଲା।

ଖବର ପାଇ ବନ ବିଭାଗ କର୍ମଚାରୀ ସେଠାରେ ପହଞ୍ଚିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ବନ୍ତଳା ପୁଲିସ ସେଠାରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe