ନିଜ ସାଥିକୁ ଖୋଜିବାକୁ ଆସିଲା ଆଉ ଏକ ହାତୀ

କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବନାଞ୍ଚଳରେ ଦୀର୍ଘ ମାସ ହେଲା ବାଟବଣା ହୋଇ ବୁଲୁଛି ଏକ ଦନ୍ତା ହାତୀ। ଦଳରୁ ଅଲଗା ହୋଇ ବାଟବଣା ହେବା ସହ ହିଂସ୍ର ହୋଇ ମଣିଷ ଗାଈଗୋରୁଙ୍କ ଜୀବନ ନେଉଛି।

Elephant

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବନାଞ୍ଚଳରେ ଦୀର୍ଘ ମାସ ହେଲା ବାଟବଣା ହୋଇ ବୁଲୁଛି ଏକ ଦନ୍ତା ହାତୀ। ଦଳରୁ ଅଲଗା ହୋଇ ବାଟବଣା ହେବା ସହ ହିଂସ୍ର ହୋଇ ମଣିଷ ଗାଈଗୋରୁଙ୍କ ଜୀବନ ନେଉଛି। ବ୍ୟାପକ ଫସଲ ନଷ୍ଟ କରିବା ସହ ଘରଦ୍ୱାର ଭାଙ୍ଗିବା ସହ କେତେବେଳେ ସହରର ମୁଖ୍ୟ ସଡ଼କକୁ ଚାଲିଆସି ବସ୍‌ ସମ୍ମୁଖରେ ଠିଆ ହେଉଛି ତ କେତେବେଳେ ଜନବସତି ଭିତରେ ପସିଯାଉଛି।

ସପ୍ତାହେ ହେଲା ହିଂସ୍ର ଦନ୍ତା କଳିଙ୍ଗା ସେକ୍ସନ ଜଙ୍ଗଲ ଛାଡ଼ି ଘୁ.ଉଦୟଗିରି ସେକ୍ସନ ଏବେ ପାବୁରିଆ ସେକ୍ସନର ପେଟାପାଙ୍ଗା ଅଞ୍ଚଳରେ ବୁଲୁଥିବା ବେଳେ ନିଜ ଗୋଠରୁ ଅଲଗା ହୋଇଯାଇଥିବା ସାଥିକୁ ଖୋଜିବାକୁ ଘୁମୁସର ବନଖଣ୍ଡରୁ ଆଉ ଏକ ଦନ୍ତା ଆଜି ନିଜ ସାଥୀକୁ ଖୋଜିଖୋଜି ରେଟୁଡି ଗ୍ରାମରେ ପହଞ୍ଚିଥୁବା ସୂଚନା ମିଳିଛି। ବାଟବଣା ହିଂସ୍ର ଦନ୍ତା ଯୋଗୁଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଏକ ପ୍ରକାର କକୁଆ ଭୟ ସୃଷ୍ଟି ହୋଇଥିବା ବେଳେ ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡ଼େଇବା ଯୋଗୁଁ ଲୋକ ରାଜରସ8ଓହ୍ଲେଇ ବାକୁ ବାଧ୍ୟ ହୋଇଥିଲେ।

ତୁରନ୍ତ ହିଂସ୍ର ଦନ୍ତାକୁ ସ୍ଥାନାନ୍ତର କରିବା ଦାବିରେ ୧୨ଘଣ୍ଟିଆ ବନ୍ଦ ଡାକରା ଦେଇ ହଜାର ହଜାର ପୁରୁଷ ମହିଳା ବିଶାଳ ରାଲି କରି ଦାବି କରିଥିଲେ। ବର୍ତମାନ ଘୁମୁସର ଜଙ୍ଗଲରୁ ଆସି ଆଜି ରେଟୁଡି ରେ ପହଞ୍ଚିଥିବା ଦନ୍ତାଟି ଗତ ମାସରେ ଏକ ଛୁଆ ହାତୀ ସହ ଏହି ଅଞ୍ଚଳରୁ ଫେରିଥିଲା। କିଛି ଦିନ ଘୁମୁସର ଜଙ୍ଗଲରେ ରହିବା ପରେ ନିଜ ସାଥି ହାତୀ ନ ଫେରିବା ଯୋଗୁଁ ପୁନର୍ବାର ନିଜ ସାଥୀ ହାତୀକୁ ଖୋଜି ନିଜ ସାଙ୍ଗରେ ନେବାକୁ ଆସିଥିବା ଅନୁମାନ କରାଯାଉଛି। ହିଂସ୍ର ଦନ୍ତା ଘୁ.ଉଦୟଗିରି ଛାଡ଼ି ପାବୁରିଆ ସେକ୍ସନ ଜଙ୍ଗଲର ପେଟାପାଙ୍ଗା ଠାରେ ଅଛି। ଦୁଇ ହାତୀଙ୍କ ମିଳନ ହେଲେ ଦୁହେଁ ଘୁମୁସର ଜଙ୍ଗଲକୁ ଫେରିବା ନେଇ ଆଶା କରାଯାଉଛି। ଦେଖାଯାଉ କେବେ ନିଜ ସାଥୀ ହାତୀକୁ ପାଉଛି ଏବଂ କେବେ ଘୁମୁସର ଜଙ୍ଗଲକୁ ଫେରିବେ।

Elephant | G. Udayagiri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe