ନରହନ୍ତା ଦନ୍ତାକୁ  ଟ୍ରାଙ୍କୁଲାଇଜ୍ କଲା ବନ ବିଭାଗ

Advertisment

ଶେଷରେ ବନ ବିଭାଗ ୪ଟି ଜୀବନ ନେଇଥିବା ନରହନ୍ତା ଦନ୍ତାକୁ  ବାରିପଦା ରେଞ୍ଜ ବେତନଟୀ ଥାନା ତସରଡ଼ା ବାଦଲସାହି ଅଞ୍ଚଳରେ ଟ୍ରାଙ୍କୁଲାଇଜ୍ କରିଛି।

ଶେଷରେ ବନ ବିଭାଗ ୪ଟି ଜୀବନ ନେଇଥିବା ନରହନ୍ତା ଦନ୍ତାକୁ  ବାରିପଦା ରେଞ୍ଜ ବେତନଟୀ ଥାନା ତସରଡ଼ା ବାଦଲସାହି ଅଞ୍ଚଳରେ ଟ୍ରାଙ୍କୁଲାଇଜ୍ କରିଛି।

e

ବାରିପଦା: ଶେଷରେ ବନ ବିଭାଗ ୪ଟି ଜୀବନ ନେଇଥିବା ନରହନ୍ତା ଦନ୍ତାକୁ  ବାରିପଦା ରେଞ୍ଜ ବେତନଟୀ ଥାନା ତସରଡ଼ା ବାଦଲସାହି ଅଞ୍ଚଳରେ ଟ୍ରାଙ୍କୁଲାଇଜ୍ କରିଛି। ଏହାକୁ ଢେଙ୍କାନାଳ ଜିଲ୍ଲା କପିଳାସ ନିକଟରେ ଛନାଯିବ ଓ ତାର ପରୀକ୍ଷଣ କରାଯିବା ନେଇ ସୂଚନା ଦେଇଛି ବନ ବିଭାଗ।
ଟ୍ରାଙ୍କୁଲାଇଜ୍ ପରେ ମଧ୍ୟ ହାତୀଟି ଜଙ୍ଗଲ ମଧ୍ୟରେ କିଛି ଦୁରକୁ ଚାଲିଯାଇଥିଲା। ଦୀର୍ଘ ୫-୬ ଘଣ୍ଟାର ଅପରେସନ୍ ପରେ ଦନ୍ତାକୁ  ଟ୍ରାଙ୍କୁଲାଇଜ୍ କରି ସ୍ଥାନାନ୍ତରିତ କରିବାରେ ସଫଳ ହେଲା ବନବିଭାଗ। ଟ୍ରାଙ୍କୁଲାଇଜ୍ ପରେ ହାତୀଟି ସମ୍ପୂର୍ଣ୍ଣ ବେହୋସ ହେବାର କିଛି ସମୟ ପରେ ପ୍ରଥମେ ହାତୀ ମୁହଁରେ କପଡା ଘୋଡାଇ ବଡ଼ ବଡ଼ ଜଞ୍ଜିର, ଦଉଡ଼ି ଓ ବେଲ୍ଟ ସାହାଯ୍ୟରେ ବନ୍ଧାଯାଇଥିଲା। ଏହାପରେ ହାଇୱାରେ ଜରିଆରେ ଏକ ସୁରକ୍ଷିତ ସ୍ଥାନକୁ ହାତୀକୁ ନେଇଯାଇଥିବା ଜଣାପିଡ଼ିଛି। ଏଲିଫାଣ୍ଟ ଅପରେସନରେ ବନବିଭାଗର ଅନେକ ଉପରିସ୍ଥ ଅଧିକାରୀଙ୍କ ସହିତ ଅନେକ ବନ କର୍ମଚାରୀ, ଆସାମର ତାଲିମ ପ୍ରାପ୍ତ ମାହୁନ୍ତ ଓ ଅନେକ ଗଜସାଥୀ ଯୋଗ ଦେଇଥିଲେ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe