ପଶ୍ଚିମବଙ୍ଗ ସୀମାନ୍ତରେ ଦୁଇଟିକିଆ ୭୫ ହାତୀପଲ: ଚିନ୍ତାରେ ବାଲେଶ୍ଵର ଓ ମୟୂରଭଞ୍ଜ ଡିଭିଜନ ବନାଞ୍ଚଳବାସୀ

Advertisment

ପଶ୍ଚିମବଙ୍ଗର ଖଡ଼ଗପୁର ଡିଭିଜନରେ ଦୁଇ ଟିକିଆ ହାତୀପଲରେ ମୋଟ ୭୫ ଟି ହାତୀ ଖାଦ୍ୟ ଅନ୍ୱେଷଣରେ ଓଡ଼ିଶା ଆଡ଼କୁ ମାଡ଼ି ଆସୁଥିବା ଜଣା ପଡିଛି। ଫଳରେ ଓଡ଼ିଶାର ବାଲେଶ୍ବର ଓ ମୟୂରଭଞ୍ଜ ଡିଭିଜନ ଅଞ୍ଚଳରେ ଥିବା ବିଭିନ୍ନ ହାତୀ ପ୍ରଭାବିତ ଇଲାକାରେ ଲୋକଙ୍କ ଚିନ୍ତା ବଢ଼ିଛି।

zx

 ଜଳେଶ୍ୱର: ପଶ୍ଚିମବଙ୍ଗର ଖଡ଼ଗପୁର ଡିଭିଜନରେ ଦୁଇ ଟିକିଆ ହାତୀପଲରେ ମୋଟ ୭୫ ଟି ହାତୀ ଖାଦ୍ୟ ଅନ୍ୱେଷଣରେ ଓଡ଼ିଶା ଆଡ଼କୁ ମାଡ଼ି ଆସୁଥିବା ଜଣା ପଡିଛି।ଫଳରେ ଓଡ଼ିଶାର ବାଲେଶ୍ବର ଓ ମୟୂରଭଞ୍ଜ ଡିଭିଜନ ଅଞ୍ଚଳରେ ଥିବା ବିଭିନ୍ନ ହାତୀ ପ୍ରଭାବିତ ଇଲାକାରେ ଲୋକଙ୍କ ଚିନ୍ତା ବଢ଼ିଛି।

ଚଳିତ ବର୍ଷ ପଶ୍ଚିମବଙ୍ଗର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବା କାରଣରୁ ହାତୀମାନଙ୍କ ବିଚରଣ ପାଇଁ ଉପଯୋଗୀ ହୋଇ ରହିନାହିଁ।ପୁଣି ଗତ କିଛି ବର୍ଷ ହେଲା ପଶ୍ଚିମବଙ୍ଗର ଉପରୋକ୍ତ ଡିଭିଜନ ଇଲାକାରେ ହାତୀ ଉପଦ୍ରବ ଚରମ ସୀମାରେ ପହଞ୍ଚି ଥିବାରୁ ସେ ଅଞ୍ଚଳର ଚାଷୀ ଧାନ ଚାଷ କରିବା ଏକ ପ୍ରକାର ଛାଡ଼ି ଦେଇଛନ୍ତି। ସେହିପରି ଉପରୋକ୍ତ ଅଞ୍ଚଳରେ ପନିପରିବା ଫସଲ ଏବେ ଶେଷ ପର୍ଯ୍ୟାୟର ପହଞ୍ଚି ଥିବାରୁ ପଶ୍ଚିମବଙ୍ଗରେ ହାତୀଙ୍କ ପାଇଁ ଯଥେଷ୍ଟ ଖାଦ୍ୟ ନାହିଁ କହିଲେ ଚଳେ। ତେଣୁ ଖାଦ୍ୟ ଅନ୍ୱେଷଣରେ ଏହି ଦୁଇଟିକିଆ ହାତୀପଲ ଓଡ଼ିଶା ମୁହାଁ ବୋଲି କୁହାଯାଇଛି।ଫଳରେ ବାଲେଶ୍ଵର ଜିଲ୍ଲାର ଜଳେଶ୍ଵର ରେଞ୍ଜ ଓ ଏହାକୁ ଲାଗିଥିବା ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ରେଞ୍ଜର ବନାଞ୍ଚଳବାସୀ ଚିନ୍ତାରେ ରହିଛନ୍ତି।

 ଝାରଖଣ୍ଡର ଦଲମା ଜଙ୍ଗଲରୁ ଗତ ୫/୬ ବର୍ଷ ତଳେ ବାହାରି ଆସିଥିବା ଶତାଧିକ ହାତୀପଲ ପଶ୍ଚିମବଙ୍ଗର ଝାଡଗ୍ରାମ, ମେଦିନୀପୁର ଓ ଖଡ଼ଗପୁର ଡ଼ିଭିଜନର ବିଭିନ୍ନ ବନାଞ୍ଚଳରେ ସ୍ଥାୟୀ ଭାବେ ରହୁଛନ୍ତି। ଏମାନେ ନିୟମିତ ଭାବେ ଓଡ଼ିଶାର ବାଲେଶ୍ଵର ଓ ମୟୂରଭଞ୍ଜ ଡିଭିଜନକୁ ପଶି ଆସୁଥିବାରୁ ଉକ୍ତ ଅଞ୍ଚଳ ସବୁବେଳେ ହାତୀ ଦ୍ଵାରା ପ୍ରଭାବିତ ହେଉଛି।ଗତ ୧୨ ତାରିଖରେ ମଧ୍ୟ ଏକ ୩୦ ଟିକିଏ ହାତୀପଲ ପଶ୍ଚିମବଙ୍ଗର ଚିନ୍ଦାବିଲା ରେଞ୍ଜ ଓ ନୟାଗ୍ରାମ ରେଞ୍ଜ ରାସ୍ତା ଅତିକ୍ରମ କରି ଓଡ଼ିଶା ସୀମାନ୍ତ ଠାରୁ ମାତ୍ର ଅଳ୍ପ ଦୂରତାରେ ଥିବା ପାଞ୍ଚ କାହାଣିଆ ଜଙ୍ଗଲ ରାସ୍ତାରେ ଆଜି ରାମେଶ୍ବର ତପୋବନ ନିକଟସ୍ଥ ସୁବର୍ଣ୍ଣରେଖା ନଦୀବନ୍ଧରେ ରହିଛନ୍ତି।ସେହିପରି ଅନ୍ୟ ଏକ ୪୫ ଟିକିଆ ହାତୀପଲ ମଧ୍ୟ ଖଡ଼ଗପୁର ଡିଭିଜନ ଅନ୍ତର୍ଗତ କୋଲେଇକୁଣ୍ଡା ରେଞ୍ଜ ଇଲାକାରେ ପହଞ୍ଚିଛି। ଏହି ଦୁଇଟି ଯାକ ହାତୀପଲ ଆଗପଛ ହୋଇ ପରସ୍ପର ଠାରୁ ଅଳ୍ପ ଦୂରତାରେ ରହିଛନ୍ତି।ସୁବର୍ଣ୍ଣରେଖା ନଦୀ ପାରି ହେଲେ ଓଡ଼ିଶାକୁ ସୀମାକୁ ଆସିବା ପାଇଁ ମାତ୍ର କିଛି ଘଣ୍ଟା ଲାଗିବ ବୋଲି କୁହାଯାଇଛି।

ଚଳିତ ବର୍ଷ ପଶ୍ଚିମବଙ୍ଗର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବା କାରଣରୁ ହାତୀମାନଙ୍କ ବିଚରଣ ପାଇଁ ଉପଯୋଗୀ ହୋଇ ରହିନାହିଁ।ପୁଣି ଗତ କିଛି ବର୍ଷ ହେଲା ପଶ୍ଚିମବଙ୍ଗର ଉପରୋକ୍ତ ଡିଭିଜନ ଇଲାକାରେ ହାତୀ ଉପଦ୍ରବ ଚରମ ସୀମାରେ ପହଞ୍ଚି ଥିବାରୁ ସେ ଅଞ୍ଚଳର ଚାଷୀ ଧାନ ଚାଷ କରିବା ଏକ ପ୍ରକାର ଛାଡ଼ି ଦେଇଛନ୍ତି। ସେହିପରି ଉପରୋକ୍ତ ଅଞ୍ଚଳରେ ପନିପରିବା ଫସଲ ଏବେ ଶେଷ ପର୍ଯ୍ୟାୟର ପହଞ୍ଚି ଥିବାରୁ ପଶ୍ଚିମବଙ୍ଗରେ ହାତୀଙ୍କ ପାଇଁ ଯଥେଷ୍ଟ ଖାଦ୍ୟ ନାହିଁ କହିଲେ ଚଳେ। ତେଣୁ ଖାଦ୍ୟ ଅନ୍ୱେଷଣରେ ଏହି ଦୁଇଟିକିଆ ହାତୀପଲ ଓଡ଼ିଶା ମୁହାଁ ବୋଲି କୁହାଯାଇଛି।ଫଳରେ ବାଲେଶ୍ଵର ଜିଲ୍ଲାର ଜଳେଶ୍ଵର ରେଞ୍ଜ ଓ ଏହାକୁ ଲାଗିଥିବା ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ରେଞ୍ଜର ବନାଞ୍ଚଳବାସୀ ଚିନ୍ତାରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe