ଦନ୍ତା ଉତ୍ପାତ: ଗାଈକୁ ମାରିବା ସହ ଗୁହାଳ ଭାଙ୍ଗିଲା, ସାହି ଗଳିକନ୍ଦିରେ ବୁଲିଲା

ଜଙ୍ଗଲ ଛାଡ଼ି ସହର ମୁଁହା ଜଙ୍ଗଲୀ ହିଂସ୍ର ଦନ୍ତା। ଦୀର୍ଘ ମାସ ହେଲା ସ୍ଥାନୀୟ ଅଞ୍ଚଳରେ ଉତ୍ପାତ ଚଳେଇଥିବା ଦନ୍ତା ଶୁକ୍ରବାର ରାତିରେ ସ୍ଥାନୀୟ ସହରର ମଧ୍ୟ ଭାଗ ଧବଳେଶ୍ୱର ମନ୍ଦିର ଭିତରେ ପଶି ପାଚେରୀ ଭାଙ୍ଗିଛି।

elephant1

ଘୁ.ଉଦୟଗିରି: ଜଙ୍ଗଲ ଛାଡ଼ି ସହର ମୁଁହା ଜଙ୍ଗଲୀ ହିଂସ୍ର ଦନ୍ତା। ଦୀର୍ଘ ମାସ ହେଲା ସ୍ଥାନୀୟ ଅଞ୍ଚଳରେ ଉତ୍ପାତ ଚଳେଇଥିବା ଦନ୍ତା ଶୁକ୍ରବାର ରାତିରେ ସ୍ଥାନୀୟ ସହରର ମଧ୍ୟ ଭାଗ ଧବଳେଶ୍ୱର ମନ୍ଦିର ଭିତରେ ପଶି ପାଚେରୀ ଭାଙ୍ଗିବା ସହ ଚମ୍ପାସାହିରେ ପଶି ମୁଖ୍ୟ ସଡ଼କରେ ବୁଲିବା ବୁଲିବା ସହ କଚେରୀସାହି ଭିତରେ ପଶି ବିଲ ମାଳ ଦେଇ ଗାମୁଲି ଜଙ୍ଗଲକୁ ଯାଇଥିବା ସୂଚନା ମିଳିଛି।

ସୂଚନାନୁସାରେ ଗତ ରାତିରେ ହିଂସ୍ର ଦନ୍ତାଟି ରଟିଙ୍ଗିଆ ପଞ୍ଚାୟତର ଇନ୍ଦ୍ରଗଡ଼ ଗାଁର କାଳିଆ ପ୍ରଧାନଙ୍କ ଏକ ଗାଈକୁ ଆକ୍ରମଣ କରିଥିଲା। ତାଙ୍କ କଦଳୀ ବଗିଚାରେ ପଶି ସମସ୍ତ ଗଛ ନଷ୍ଟ କରି ଜେ ପଡ଼ିକିଆ ଗ୍ରାମରେ ଏକ ଗୁହାଳ ଭାଙ୍ଗି ମୁଖ୍ୟ ସଡ଼କକୁ ଆସି ସହରର ଶ୍ରୀରାମପଦା ଦେଇ ଧବଳେଶ୍ୱର ମନ୍ଦିର ଭିତରେ ପ୍ରବେଶ କରିଥିଲା। ସେଠାରେ କିଛି ଗଛପତ୍ର ନଷ୍ଟ କରିବା ପରେ ପାଖରେ ଥିବା ଲୋକଙ୍କ ତାରବାଡ଼ ଭାଙ୍ଗି ଚମ୍ପାସାହି ଭିତରେ ପ୍ରବେଶ କରି ରାଜ୍ୟରାଜପଥକୁ ବାହାରି ରାସ୍ତାରେ ବୁଲିଥିଲା।

କଚେରୀସାହି ଭିତରେ ପଶି ବିଲମାଳକୁ ବାହାରି ଗାମୁଲି ଜଙ୍ଗଲରେ ପ୍ରବେଶ କରିଥିବା ବେଳେ ଅନ୍ୟ ଏକ ଦନ୍ତା ନିଜ ସାଥିକୁ ଖୋଜିବାକୁ ଆସି ଗତ ରାତିରେ ରେଟୁଡି ଗ୍ରାମର ନିମିରା ପ୍ରଧାନଙ୍କ ଘର ଭାଙ୍ଗି ଦେଇଥିଲା।

ଦୀର୍ଘ ମାସ ହେଲା ହିଂସ୍ର ଦନ୍ତା ତିନି ଜଣ ଲୋକଙ୍କ ଜୀବନ ନେଇଥିବା ବେଳେ ୧୦ରୁ ଉର୍ଦ୍ଧ୍ବ ଗୋରୁଗାଈଙ୍କ ଜୀବନ ନେଲାଣି। ହିଂସ୍ର ଦନ୍ତାକୁ ସ୍ଥାନାନ୍ତର ଦାବିରେ ଗତ ମଙ୍ଗଳବାର ଦିନ ସ୍ଥାନୀୟ ଅଞ୍ଚଳବାସୀ ଙ୍କ ପକ୍ଷରୁ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। ହିଂସ୍ର ଦନ୍ତା ବାଟବଣା ହୋଇ ଏ ଅଞ୍ଚଳରୁ ସେ ଅଞ୍ଚଳକୁ ଘୁରିବୁଲୁଥିବା ବେଳେ ତାକୁ ଖୋଜିବାକୁ ତାର ସାଥି ପୁଣି ଘୁମୁସର ଜଙ୍ଗଲରୁ କଳିଙ୍ଗା ସେକ୍ସନ ଜଙ୍ଗଲକୁ ନିଜ ସାଥିକୁ ଖୋଜିବାକୁ ଦୁଇ ଦିନ ତଳେ ଆସି ପହଞ୍ଚି ଗତ ରାତିରେ ସେ ପୁଣି ଉତ୍ପାତ ଆରମ୍ଭ କରି ଘର ଭାଙ୍ଗିଥିବା ଦେଖିବାକୁ ମିଳିଛି। ଦୁଇ ଦନ୍ତଙ୍କ ମିଳନ ହେଲେ ନିଜ ଜଙ୍ଗଲକୁ ଦୁହେଁ ଫେରିଯିବା ନେଇ ଆସ ରହିଛି। କାରଣ ହିଂସ୍ର ଦନ୍ତା ବାଟବଣା ହୋଇ ନିଜ ସାଥୀଙ୍କୁ ନ ପାଇ ଉତ୍ପାତ ଜାରି ରଖିଛି। ଅନ୍ୟପକ୍ଷରେ ଦନ୍ତା ପାଇଁ ବନବିଭାଗ କର୍ମଚାରୀଙ୍କ ନିଦ ହଜିଗଲାଣି। ହାତୀ ପଛରେ ଲାଗିଛନ୍ତି ବନ କର୍ମଚାରୀ। ଡ୍ରୋନ ସହାୟତାରେ ଗତିବିଧି ଉପରେ ନଜର ରଖି ତାର ନିଜସ୍ୱ ଜଙ୍ଗଲକୁ ଘଉଡେଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି।

Kandhamal

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe