ପୁଣି ଦୁଇ ଦନ୍ତାଙ୍କ ଉତ୍ପାତ: ଘର ଭାଙ୍ଗିଲେ, ଧାନ ଖାଇଲେ

ଦୁଇ ଦନ୍ତାଙ୍କ ପାଇଁ ସାରା ଅଞ୍ଚଳବାସୀ ଚିନ୍ତାରେ ଥିବା ବେଳେ ବିଶେଷ କରି ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଯେତେ ଫସଲ କଲେ କଣ ହେବ ରାତିକ ଭିତରେ ସବୁ ଫସଲ ହାତୀ ନଷ୍ଟ କରି ଦେଉଛି।

1002259387

ଘୁ.ଉଦୟଗିରି: ଦୁଇ ଦନ୍ତା ପାଇଁ ସାରା ଅଞ୍ଚଳବାସୀ ଚିନ୍ତାରେ ଥିବା ବେଳେ ବିଶେଷ କରି ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଯେତେ ଫସଲ କଲେ କଣ ହେବ ରାତିକ ଭିତରେ ସବୁ ଫସଲ ହାତୀ ନଷ୍ଟ କରି ଦେଉଛି। ସବୁ ପରିଶ୍ରମ ବୃଥା ଯିବା ସହ ଆର୍ଥିକ କ୍ଷତି ସହିବାକୁ ପଡୁଛୁ। କିଛି ବର୍ଷ ହେଲା ଉତ୍ତର ଘୁମୁସର ବନଖଣ୍ଡରୁ ହାତୀପଲ କନ୍ଧମାଳ ବନଖଣ୍ଡକୁ ଆସି ଉତ୍ପାତ ମଚେଇ ବ୍ୟାପକ ଫସଲ ନଷ୍ଟ କରିବା ସହ ଘରଦ୍ୱାର ଭାଙ୍ଗି ଦେଉଛନ୍ତି।

ଆମ୍ବ, ପଣସ ଋତୁ ଆସିଲେ ହାତୀ କନ୍ଧମାଳ ଜଙ୍ଗଲ ମୁଁହା ହେଉଥିବା ବେଳେ ଚଳିତ ବର୍ଷ ହାତୀପଲ ବହୁ ପୂର୍ବରୁ କଳିଙ୍ଗା ଜଙ୍ଗଲକୁ ପଶି ଆସିବା ସହ କୁରୁମିଙ୍ଗିଆ, ରେଟୁଡି, ସୁଜେଲି ପ୍ରଭୁତି ଗାଁରେ ଉତ୍ପାତ ମଚେଇବା ସହ ମାଲାନସୁଗା ଗାଁରେ ପଶିବା ସହ ଛକରେ ଥିବା ଏକ ଘର ଭାଙ୍ଗି ଦେଇଥିଲେ ଦୁଇ ଦନ୍ତା ସୌଭାଗ୍ୟ ବଶତଃ ଉକ୍ତ ଘରେ ଥିବା ପରିବାରର ସଦସ୍ୟମାନେ ଜାଣିପାରି ଘରୁ ବାହାରି ପାଖରେ ଥିବା ଏକ ଯାତ୍ରୀ ବିଶ୍ରାମ ଗୃହର ଛାତ ଉପରେ ଚଢ଼ି ସୁରକ୍ଷିତ ରହିଥିଲେ। ତାର କିଛିଦିନ ପରେ ହାତୀ ଘୁ.ଉଦୟଗିରି ସହରମୁହାଁ ହୋଇ ପଦାସାହି, ପିଡ଼ିକାମହା, ଦୁଗୁଡି, ଉଦ୍ୟାନ ବିଭାଗ ଫାର୍ମ, ଆରଆରଟିଟିଏସ ଫାର୍ମ, ଶଙ୍ଖସାହି ବୁଲି ବୁଲି ଲୋକଙ୍କ ନିଦ ହଜେଇ ଦେଇଥିବା ବେଳେ କିଛି ଦିନର ନୀରବତା ପରେ ପୁଣି ଦୁଇ ଦନ୍ତା ଗତ ରାତିରେ ଉତ୍ପାତ ଆରମ୍ଭ କରିଛନ୍ତି।

1002259060

କଳିଙ୍ଗା ଘୁ.ଉଦୟଗିରି ମୁଖ୍ୟ ରାଜ୍ୟ ରାଜପଥ ଏନଏସିର ସ୍ୱାଗତ ତୋରଣ ଫଳକ ପାଖରେ ଥିବା ଏକ ଘରକୁ ଭାଙ୍ଗି ଦେବା ସହ ଘରେ ଗଛିତ ଥିବା ସମସ୍ତ ଧାନ ଖାଇ ଦେଇଛନ୍ତି। ଏହାପରେ କୁରୁମିଙ୍ଗିଆ ଗାଁ ଆଖପାଖରେ ଏକର ଏକର ଜମିରେ ପଡିଥିବା ଧାନ ତଳି ଦଳି ନଷ୍ଟ କରିଦେଇଥିବା ଦୃଶ୍ୟ ଦେଖିବାକୁ ମିଳିଛି।

ଏହିଭଳି ହାତୀଙ୍କ ପାଦୁର୍ଭାବ ଦିନକୁ ଦିନ ବୃଦ୍ଧି ପାଇବା ଯୋଗୁଁ ଚାଷୀ କୁଳ ଚାଷ କାମ କରିବାକୁ ଆଗ୍ରହ ପ୍ରକାଶ କରୁନଥିବା ବେଳେ ଚାଷୀ ପରିବାର ଦୁର୍ଦଶାର ସମ୍ମୁଖୀନ ହେବାରେ ଲାଗିଛନ୍ତି। କହିବାକୁ ଗଲେ ହାତୀ ପାଇଁ ଚାଷ ବୁଡିବା ଭଳି ଅବସ୍ଥାକୁ ଆସିଲାଣି।

Elephant | Kandhamal 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe