ରଜରେ ବଣ-ଜଙ୍ଗଲରେ ଡାକୁନି ଗଜ: ଗାଁରେ କରୁଛି ଉତ୍ପାତ, ତିନି ମୃତ

ରାତି ପାହିଲେ ରଜ। ବଣ ଜଙ୍ଗଲରେ ଡାକୁନି ଗଜ। ଜଙ୍ଗଲ କ୍ଷୟ ଓ ଜଳବାୟୁ ପରିବର୍ତ୍ତନ କାରଣରୁ ଖାଦ୍ୟ ଓ ପାନୀୟ ଜଲର ଘୋର ଅଭାବ ସାମ୍ନା କରୁଥିବା ହାତୀମାନେ ହିଂସ୍ର ହୋଇପଡ଼ିଛନ୍ତି। ଗାଁ ଅଭିମୁଖେ ଆସି ମନୁଷ୍ୟକୁ ଟାର୍ଗେଟ କରୁଛନ୍ତି।

Three killed by elephant

Three killed by elephant Photograph: (sambad.in)

ଯୋଡ଼ା/ବଡ଼ବିଲ/ଗୁଆଲି: ରାତି ପାହିଲେ ରଜ। ବଣ ଜଙ୍ଗଲରେ ଡାକୁନି ଗଜ। ଜଙ୍ଗଲ କ୍ଷୟ ଓ ଜଳବାୟୁ ପରିବର୍ତ୍ତନ କାରଣରୁ ଖାଦ୍ୟ ଓ ପାନୀୟ ଜଲର ଘୋର ଅଭାବ ସାମ୍ନା କରୁଥିବା ହାତୀମାନେ ହିଂସ୍ର ହୋଇପଡ଼ିଛନ୍ତି। ଗାଁ ଅଭିମୁଖେ ଆସି ମନୁଷ୍ୟକୁ ଟାର୍ଗେଟ କରୁଛନ୍ତି। ରଜ ପୂର୍ବଦିନ ଅର୍ଥାତ ଆଜି କେନ୍ଦୁଝର ଜିଲ୍ଲାରେ ହାତୀମାନେ ତିନିଜଣଙ୍କୁ ଆକ୍ରମଣ କରି ଜୀବନ ନେଇଛନ୍ତି।

କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍‌ର ଦୁଇଟି ପୃଥକ ସ୍ଥାନରେ ଦନ୍ତାହାତୀ ଆକ୍ରମଣ‌ରେ ତିନିଜଣଙ୍କର ମୃତ୍ୟୁ ଘଟିଛି। ଯୋଡ଼ା ବ୍ଲକ୍‌ ଗୁଆଲି ପଞ୍ଚାୟତରେ ହାତୀ ଆକ୍ରମଣରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କାଳିମାଟିରେ ଜ​ଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତେବେ ଗୁଆଲି ଘଟଣା ସଂପର୍କରେ ଖବର ପାଇବା ସତ୍ତ୍ବେ ବନ ବିଭାଗ କର୍ମଚାରୀ ୪ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ। ଏହାକୁ କେନ୍ଦ୍ରକରି ଉତ୍ତ୍ୟକ୍ତ ଲୋକେ ସେମାନଙ୍କୁ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଆହତ ହୋଇ ବନ ବିଭାଗ ଅଧିକାରୀ, କର୍ମଚାରୀ ଏବେ ଚିକିତ୍ସାଧୀନ ରହିଛନ୍ତି। ​ 

କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍‌ର ଦୁଇଟି ପୃଥକ ସ୍ଥାନରେ ଦନ୍ତାହାତୀ ଆକ୍ରମଣ‌ରେ ତିନିଜଣଙ୍କର ମୃତ୍ୟୁ ଘଟିଛି। ଯୋଡ଼ା ବ୍ଲକ୍‌ ଗୁଆଲି ପଞ୍ଚାୟତରେ ହାତୀ ଆକ୍ରମଣରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କାଳିମାଟିରେ ଜ​ଣେ ଯୁବକଙ୍କ ମୃତ୍ୟୁ ଘଟିଛି।

ଯୋଡ଼ା ବ୍ଲକ୍‌ ଗୁଆଲି ପଞ୍ଚାୟତ କେନ୍ଦୁଡିହି ମୁଣ୍ଡାବସ୍ତିର ସନ୍ତୋଷ ମୁଣ୍ଡା, ରୀନା ମୁଣ୍ଡାଙ୍କ ସମେତ ଅନ୍ୟମାନେ ଆଜି ପୂର୍ବାହ୍ନରେ ଶାଳପତ୍ର ସଂଗ୍ରହ ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ଏହି ସମୟରେ ଏକ ଗୋଠଛଡ଼ା ଦନ୍ତାହାତୀ ରୀନାଙ୍କୁ ପାଦରେ ଦଳି ଦେଇଥିଲା। ସନ୍ତୋଷ ଦୌଡ଼ି ପଳାଇବା ବେଳେ ହାତୀଟି ତାଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। 

ସେହିପରି ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବାମେବାରି ସେକ୍ସନର ଯୋଡ଼ା ବ୍ଲକ୍‌ କାଳିମାଟିଠାରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଯୁବକ ଜଣକ ସ୍ଥାନୀୟ ଅଞ୍ଚଳର ବୋଲି ଲୋକେ କହୁଥିବା ବେଳେ ତାଙ୍କ ପରିଚୟ ମିଳିପାରିନି।

Keonjhar | Elephant

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe