ଭୁବନେଶ୍ୱର/କୁଜଙ୍ଗ: ଆରପାରିରେ ଯାତ୍ରା ଜଗତର ଚର୍ଚ୍ଚିତ ଅଭିନେତା-ନିର୍ଦ୍ଦେଶକ ଦେବୀ ରଥ | ତାରପୁର ଅପେରା ସହ ଇଷ୍ଟର୍ଣ୍ଣ ରେଡ-ବ୍ଲୁ ଭଳି କେତେକ ଯାତ୍ରା ପାର୍ଟିରେ ଦୀର୍ଘ ବର୍ଷ ଧରି ଅଭିନୟ କରିଥିବା ଏହି ଅଭିନେତାଙ୍କ ବିୟୋଗ ଯାତ୍ରା ଦୁନିଆରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି | ୭୧ ବର୍ଷ ବୟସରେ ଦେବୀ ରଥଙ୍କର ତାଙ୍କ ଘରେ ପରଲୋକ ହୋଇଯାଇଥିବାବେଳେ ସେ ଦୀର୍ଘ ୫୦ ବର୍ଷ ଧରି ଯାତ୍ରା ଜଗତରେ ସକ୍ରିୟ ଥିଲେ | କୁହାଯାଉଛି ଯେ ଅତ୍ୟଧିକ ଡିଜେ ସାଉଣ୍ଡ ଯୋଗୁଁ ତାଙ୍କର ହୃଦଘାତ ହୋଇଛି| ଆଜି ନିଜ ଘର ପାରାଦୀପଗଡ଼ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି |  

Advertisment

'ତ୍ରିନାଥ ମେଳା'  ଫିଲ୍ମରେ ମଧ୍ୟ  ଅଭିନୟ କରିଥିଲେ ଦେବୀ ରଥ

ଉଲ୍ଲେଖ ଥାଉ କି ସେ କୃଷ୍ଣଚନ୍ଦ୍ର ରଥଙ୍କ 'ତ୍ରିନାଥ ମେଳା'  ଫିଲ୍ମରେ ମଧ୍ୟ ସେ ଅଭିନୟ କରିଥିଲେ | ଦେବୀ ରଥ କେବଳ ଜଣେ ଅଭିନେତା ନଥିଲେ ବରଂ ନିର୍ଦ୍ଦେଶନା ମଧ୍ୟ ଦେଉଥିଲେ | ଜଣେ ଉଚ୍ଚକୋଟୀର ଅଭିନେତା ଭାବେ ତାଙ୍କର ସୁନାମ ଥିବାବେଳେ ହିରୋ, ଭିଲିଆନ ସହ ବାପା ଭୂମିକାରେ ତାଙ୍କ ଅଭିନୟ ସମସ୍ତଙ୍କୁ ଯାତ୍ରା ପେଣ୍ଡାଲକୁ ଟାଣିନେଉଥିଲା | ବାଟ ଛାଡ ଷଣ୍ଢ ଆସିଛି, ଜେଲ ଟାଇଗର, ଡ଼ିମିରି ଫୁଲ ଭଳି ସୁପରହିଟ ଯାତ୍ରାରେ ଦେବୀ ରଥଙ୍କର ନିଖୁଣ ଅଭିନୟ ସ୍ପଷ୍ଟ ବାରି ହୋଇପଡ଼ିଥିଲା | ପ୍ରଖ୍ୟାତ ନାଟ୍ୟକାର ଅନନ୍ତ ଓଝାଙ୍କର ପ୍ରାୟ ନାଟକରେ ଦେବୀ ରଥ ନିର୍ଦ୍ଦେଶନା ଦେଇଥିବାବେଳେ ତାଙ୍କ ବିୟୋଗରେ ଯାତ୍ରା ଜଗତରେ ଶୋକର ଛାୟା ଖେଳିଯାଇଛି | ଉଲ୍ଲେଖ ଥାଉ କି ଇଷ୍ଟର୍ଣ୍ଣ ବ୍ଲୁରେ ସେ ଦୀର୍ଘ ବର୍ଷ ଧରି ଅଭିନୟ କରିଥିଲେ | ଛତା ଚିହ୍ନ ଜିନ୍ଦାବାଦ ତାଙ୍କର ବେଶ ଚର୍ଚ୍ଚିତ ନାଟକ ମଧ୍ୟରୁ ଗୋଟିଏ ଥିଲା |

ଆହୁରି ପଢ଼ନ୍ତୁ:Naveen Pattnaik Bjp Anil Biswal: ନବୀନ ପଟ୍ଟନାୟକ କୁହନ୍ତୁ ବେଇମାନ କିଏ: ପ୍ରଶ୍ନ କଲେ ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ  

ଯାତ୍ରା ସୁପରଷ୍ଟାର ସୁବାସ ବେହେରାଙ୍କ କହିବା କଥା ଯେ ଯାତ୍ରା ଜଗତ ପାଇଁ ସେ ଜଣେ ଇତିହାସ ଥିଲେ | ଜଣେ ରାଜପରିବାରର ପୁଅ ଦେବୀ ରଥ ପ୍ରଥମେ ତାଙ୍କ ଭଉଣୀ ମନୋରମା ଦାଶ ତିଆରି କରିଥିବା ତାରାପୁର କଳାକୁଞ୍ଜ ଅପେରାରେ ସେ ପ୍ରଥମେ ଅଭିନୟ କରିଥିଲେ | ସେଥିରେ ଦେବୀ ରଥ ଏଭଳି ଅଭିନୟ କରିଥିଲେ ଯେ ସମସ୍ତଙ୍କୁ ପ୍ରଭାବିତ କରିପାରିଥିଲେ | ଖୁବ କମ୍ ଦିନରେ ସେ ନାୟକ ଭୂମିକାରେ ଅଭିନୟ କରିଥିଲେ |

ଆହୁରି ପଢ଼ନ୍ତୁ: Nuapada Election: ନୂଆପଡ଼ା ନିର୍ବାଚନ: ମନର କଥା କହିଲେ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ