ପରଲୋକରେ ହିନ୍ଦୀ ସିନେମା ‘ବିଷକନ୍ୟା’ର ପ୍ରଯୋଜିକା ସଲିଳା ପରିଡ଼ା

Advertisment

ଓଡ଼ିଶାରେ ଜନ୍ମିତ ଚଳଚ୍ଚିତ୍ର ପ୍ରଯୋଜିକା ଏବଂ ବେତାର କଣ୍ଠଶିଳ୍ପୀ ସଲିଳା ପରିଡ଼ା ଆଉ ନାହାନ୍ତି।  ଗତ ମାସ ୩୧ ତାରିଖରେ ତାଙ୍କର ଭୁବନେଶ୍ୱରରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା।

bhi

ଭୁବନେଶ୍ବର: ଓଡ଼ିଶାରେ ଜନ୍ମିତ ଚଳଚ୍ଚିତ୍ର ପ୍ରଯୋଜିକା ଏବଂ ବେତାର କଣ୍ଠଶିଳ୍ପୀ ସଲିଳା ପରିଡ଼ା ଆଉ ନାହାନ୍ତି।  ଗତ ମାସ ୩୧ ତାରିଖରେ ତାଙ୍କର ଭୁବନେଶ୍ୱରରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ପ୍ରାରମ୍ଭିକ ସମୟରେ ସଲିଳା ଖ୍ୟାତନାମା କଣ୍ଠଶିଳ୍ପୀ ଲତା ମଙ୍ଗେସକର ଏବଂ କିଶୋର କୁମାରଙ୍କ ଦ୍ୱାରା ଉତ୍ସାହିତ ହୋଇ, ସେ ୧୯୬୦ ଦଶକରେ ଲଣ୍ଡନର ରୟାଲ ଆଲବର୍ଟ ହଲରେ ପ୍ରଦର୍ଶନ କରିଥିଲେ।

ସିନେ ପ୍ରଯୋଜିକା ଭାବରେ ସେ କବୀର ବେଦୀଙ୍କ ପରି କଳାକାରଙ୍କ ସହିତ କାମ କରିଥିଲେ। ତାଙ୍କ ପ୍ରଯୋଜିତ ଲୋକପ୍ରିୟ ହିନ୍ଦୀ ସିନେମା  "ବିଷକନ୍ୟା" ରେ ପୂଜା ବେଦୀଙ୍କୁ ସେ ବ୍ରେକ୍ ଦେଇଥିଲେ। ତାଙ୍କର ଚଳଚ୍ଚିତ୍ର "ଡିଜାୟର୍ସ ଅଫ୍ ଦି ହାର୍ଟ" ଆମେରିକାର ଚଳଚ୍ଚିତ୍ର ମହୋତ୍ସବ ପ୍ରଶଂସା ସାଉଁଟିଥିଲା। କାଲିଫର୍ଣ୍ଣିଆରେ ଅନୁଷ୍ଠିତ ଲା ଫେମ୍ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲରେ ଶ୍ରେଷ୍ଠ ବିଦେଶୀ ଫିଚର ଫିଲ୍ମ ଭାବେ ମଧ୍ୟ ଏହା ପୁରସ୍କୃତ ହୋଇଥିଲା। ନିଜର ଜୀବନବ୍ୟାପୀ ସାଧନା ଲାଗି ସଲିଳା ପରିଡ଼ାଙ୍କୁ ହିନ୍ଦ ରତନ ପୁରସ୍କାର, ରାଜୀବ ଗାନ୍ଧୀ ସଦଭାବନା ପୁରସ୍କାର ଏବଂ ଓଡ଼ିଶା ଲିଭିଂ ଲିଜେଣ୍ଡ ପୁରସ୍କାର ଇତ୍ୟାଦି ମିଳିଛି। ସୋଲିଲାଙ୍କୁ ହିନ୍ଦ ରତନ ପୁରସ୍କାର, ରାଜୀବ ଗାନ୍ଧୀ ସଦଭାବନା ପୁରସ୍କାର ଏବଂ ଓଡ଼ିଶା ଲିଭିଂ ଲିଜେଣ୍ଡ ପୁରସ୍କାର ଇତ୍ୟାଦି ମିଳିଛି। ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ସେ ଅତିଥି ବିଚାରକ ଭାବେ କାମ କରିବାର ସୌଭାଗ୍ୟ ପ୍ରାପ୍ତ କରିଥିଲେ।

ସେ ପ୍ରସିଦ୍ଧ ଚିକିତ୍ସକ ହୃଷୀକେଶ ପରିଡ଼ାଙ୍କୁ ବିବାହ କରିଥିଲେ। ତାଙ୍କର ତିନିଜଣ ସନ୍ତାନ ଅଛନ୍ତି। ଆସନ୍ତାକାଲି ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ କରାଯିବ ବୋଲି ସୂଚନା ରହିଛି।

entertainment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe