Encounter At Barbil ବଡ଼ବିଲରେ ପୁଲିସ ଏନକାଉଣ୍ଟର, ବ୍ୟାଙ୍କ ଅଫ ମହାରାଷ୍ଟ୍ରରେ ବଡ଼ ଧରଣର ଡକାୟତି ଘଟଣାର ମୁଖ୍ୟ ଅଭିଯୁକ୍ତ ସିପୁ କୁମାର ଗୁରୁତର

Advertisment

ବଡ଼ବିଲ ଥାନା ଅଞ୍ଚଳରେ ବ୍ୟାଙ୍କ ଅଫ ମହାରାଷ୍ଟ୍ରରେ ବଡ଼ ଧରଣର ଡକାୟତି ଘଟଣାର ମୁଖ୍ୟ ଅଭିଯୁକ୍ତ ସିପୁ କୁମାରକୁ ଧରିବା ପାଇଁ ରାତିରେ ଜଙ୍ଗଲରେ ଅପରସନ ଆରମ୍ଭ କରିଥିଲା ବଡବିଲ ପୁଲିସ ।

ବଡ଼ବିଲ ଥାନା ଅଞ୍ଚଳରେ ବ୍ୟାଙ୍କ ଅଫ ମହାରାଷ୍ଟ୍ରରେ ବଡ଼ ଧରଣର ଡକାୟତି ଘଟଣାର ମୁଖ୍ୟ ଅଭିଯୁକ୍ତ ସିପୁ କୁମାରକୁ ଧରିବା ପାଇଁ ରାତିରେ ଜଙ୍ଗଲରେ ଅପରସନ ଆରମ୍ଭ କରିଥିଲା ବଡବିଲ ପୁଲିସ ।

Screenshot 2026-02-01 075026

encounter at barbil Photograph: (Sambad.in)

କେନ୍ଦୁଝର: ଗତ କିଛି ଦିନ ତଳେ କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅଞ୍ଚଳରେ ବ୍ୟାଙ୍କ ଅଫ ମହାରାଷ୍ଟ୍ରରେ ବଡ଼ ଧରଣର ଡକାୟତି ହୋଇଥିଲା। ଯାହା କେସ ନମ୍ବର ୨୯/୨୬ ଥିଲା। ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ମୁଖ୍ୟ ଅଭିଯୁକ୍ତ ସିପୁ କୁମାର ଖସିଯାଇଥିଲା।

ସିପୁ ଘର ବିହାରର ପାଟଣା ଜିଲ୍ଲା ପିପରା ଗାଁରେ। ମୋଷ୍ଟ ୱାଣ୍ଟେଡ ଆନ୍ତଃରାଜ୍ୟ ଏହି ସିପୁ ନାମରେ ରହିଛି ଅନେକ ମାମଲା। ବହୁ ହତ୍ୟା , ବେଆଇନ ଅସ୍ତ୍ରଶସ୍ତ୍ର, ଡକାୟତି , ଚୋରି ଓ ଜୋର ଜବରଦସ୍ତ ଟଙ୍କା ଆଦାୟ ଭଳି ସଙ୍ଗିନ ମାମଲା ଓଡ଼ିଶା, ବିହାର ଓ ଝାରଖଣ୍ଡରେ ରହିଛି । ତାକୁ ଗତ ଏକ ସପ୍ତାହରୁ ଅଧିକ ଦିନ ହେବ ପୁଲିସ ଖୋଜି ଖୋଜି ନାକେଦମ ହୋଇ ପଡ଼ିଥିବା ବେଳେ ଓଡ଼ିଶା ଝାରଖଣ୍ଡ ସୀମା ସ୍ଥିତ ଟାଙ୍କୁରା ଜଙ୍ଗଲରେ ସିପୁ ଥିବା ଖବର ପାଇ ରାତିରେ ଜଙ୍ଗଲରେ ଅପରସନ ଆରମ୍ଭ କରିଥିଲା ବଡବିଲ ପୁଲିସ । ଯେଉଁଥିରେ ସିପୁ ଖସିଯିବା ପାଇଁ ପୁଲିସ ଉପରକୁ ଗୁଳି ଚଳାଇଥିଲା।

ଆହୁରି ପଢ଼ନ୍ତୁ: Odisha Parab 2026 Inagurate: ଓଡ଼ିଶା ପରବ ୨୦୨୬ ଉଦ୍‌ଘାଟିତ: ଗୌହାଟୀରେ ଓଡ଼ିଶାର ସାଂସ୍କୃତିକ ଓ ପର୍ଯ୍ୟଟନ ବୈଭବ ପ୍ରଦର୍ଶିତ

ସିପୁର ଗୋଡ଼ରେ ଗୁଳି ବାଜିଥିଲା

ପୁଲିସ ନିଜ ସୁରକ୍ଷା ପାଇଁ ଓଲଟା ଫାୟାରିଙ୍ଗ କରିବା ଫଳରେ ସିପୁର ଗୋଡ଼ରେ ଗୁଳି ବାଜିଥିଲା। ତାକୁ ପୁଲିସ କାବୁ କରି ଗୁରୁତର ଅବସ୍ଥାରେ ବଡ଼ବିଲ ମେଡିକାଲରେ ଭର୍ତ୍ତି କରିଛି। ତା ନିକଟରୁ ଏକ ଦେଶୀ ବନ୍ଧୁକ ପୁଲିସ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe