ସହିଦ ଦିବସ: ସୀମାନ୍ତରେ ନକ୍ସଲ ପୁଲିସ ମଧ୍ୟରେ ଗୁଳିବିନିମୟ

Advertisment

ସହିଦ ସପ୍ତାହର ଆଜି ଦ୍ବିତୀୟ ଦିନ। ନକ୍ସଲ ବିଭିନ୍ନ ସ୍ଥାନରେ ପୋଷ୍ଟର ଓ ବ୍ୟାନର ମାରି ଏହି ଦିବସକୁ ପାଳନ କରିବାକୁ ଆହ୍ବାନ କରିଛନ୍ତି। ଆଜି ସୀମାନ୍ତ ଛତିଶଗଡର ସୁକମାରେ ପୁଲିସ ଓ ନକ୍ସଲ ମଧ୍ୟରେ ସକାଳରୁ ହିଁ ଗୁଳିବିନିମୟ ଆରମ୍ଭ ହୋଇଯାଇଛି।

ସହିଦ ସପ୍ତାହର ଆଜି ଦ୍ବିତୀୟ ଦିନ। ନକ୍ସଲ ବିଭିନ୍ନ ସ୍ଥାନରେ ପୋଷ୍ଟର ଓ ବ୍ୟାନର ମାରି ଏହି ଦିବସକୁ ପାଳନ କରିବାକୁ ଆହ୍ବାନ କରିଛନ୍ତି। ଆଜି ସୀମାନ୍ତ ଛତିଶଗଡର ସୁକମାରେ ପୁଲିସ ଓ ନକ୍ସଲ ମଧ୍ୟରେ ସକାଳରୁ ହିଁ ଗୁଳିବିନିମୟ ଆରମ୍ଭ ହୋଇଯାଇଛି।

New Project (28)

ମାଲକାନଗିରି: ସହିଦ ସପ୍ତାହର ଆଜି ଦ୍ବିତୀୟ ଦିନ। ନକ୍ସଲ ବିଭିନ୍ନ ସ୍ଥାନରେ ପୋଷ୍ଟର ଓ ବ୍ୟାନର ମାରି ଏହି ଦିବସକୁ ପାଳନ କରିବାକୁ ଆହ୍ବାନ କରିଛନ୍ତି। ଆଜି ସୀମାନ୍ତ ଛତିଶଗଡର ସୁକମାରେ ପୁଲିସ ଓ ନକ୍ସଲ ମଧ୍ୟରେ ସକାଳରୁ ହିଁ ଗୁଳିବିନିମୟ ଆରମ୍ଭ ହୋଇଯାଇଛି। ତେବେ ରହି ରହି ନକ୍ସଲ ଗୁଳିବିନିମୟ କରୁଛନ୍ତି। ଯବାନ ଘଟଣାସ୍ଥଳରେ ସର୍ଚ୍ଚ ଅଭିଯାନ ଜାରି ରଖିଛନ୍ତି।

ଖବର ଲେଖାଯିବା ସୁଦ୍ଧା କୌଣସି ମୃତାହତର ସୂଚନା ମିଳିପାରି ନାହିଁ। ଯବାନ ଫେରିବା ପରେ ହିଁ ସଠିକ ସୂଚନା ପ୍ରଦାନ କରାଯାଇପାରିବ ବୋଲି ପୁଲିସ କହିଛି। ସୀମାନ୍ତରେ ରହିଥିବା ତିନି ରାଜ୍ୟ ପକ୍ଷରୁ ସୀମାକୁ ସିଲ କରାଯିବା ସହ ହାଇଆଲର୍ଟ ଜାରି କରାଯାଇଛି। ଯବାନ କୁମ୍ବିଂ ଜୋରଦାର କରୁଛନ୍ତି। ନକ୍ସଲ ଯେପରି କୌଣସି ଗୋଟିଏ ଗାଁରେ ବି ଏହି ଦିବସ ପାଳନ କରିବାରେ ଯେପରି ସଫଳ ନହୋଇପାରିବେ ସେନେଇ ଯବାନଙ୍କୁ ତୟନାୟ କରାଯାଇଛି। ଚାରି ରାଜ୍ୟର ପୁଲିସ ନକ୍ସଲଙ୍କ ସମସ୍ତ ଗତିବିଧି ଉପରେ ନଜର ରଖିଛି।

ଗୁଳିବିନିମୟରେ ମୃତାହତର ସୂଚନା ମିଳିପାରି ନାହିଁ। ଯବାନ ଫେରିବା ପରେ ହିଁ ସଠିକ ସୂଚନା ପ୍ରଦାନ କରାଯାଇପାରିବ ବୋଲି ପୁଲିସ କହିଛି। ସୀମାନ୍ତରେ ରହିଥିବା ତିନି ରାଜ୍ୟ ପକ୍ଷରୁ ସୀମାକୁ ସିଲ କରାଯିବା ସହ ହାଇଆଲର୍ଟ ଜାରି କରାଯାଇଛି। ଯବାନ କୁମ୍ବିଂ ଜୋରଦାର କରୁଛନ୍ତି।

ତେବେ ନକ୍ସଲ ସହିଦ ସପ୍ତାହରେ ହିଂସାତ୍ମକ ହୋଇପଡନ୍ତି। ତେଣୁ ସୀମାନ୍ତ ଗ୍ରାମର ଲୋକେ ଆତଙ୍କିତ ହୋଇ ପଡିଛନ୍ତି। କୌଣସି ମୂହର୍ତ୍ତରେ କିଛି ବି ଘଟିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ। ନକ୍ସଲମାନେ ଏକତ୍ର ହେବାକୁ ଡରିଲେଣି। କାରଣ ସବୁ ସ୍ଥାନରେ ଯବାନ କୁମ୍ବିଂ କରୁଛନ୍ତି। ବିଶେଷକରି ବିଜାପୁର ଅଂଚଳରେ ନକ୍ସଲ ଅଧିକ ସକ୍ରିୟ ରହିଛନ୍ତି। ଏଠାରେ ୧୦ ଜଣକୁ ନକ୍ସଲ ହତ୍ୟା କରିସାରିଲେଣି। ତେଣୁ ପୁଲିସ ଏହି ଅଂଚଳକୁ ଅଧିକ ଧ୍ୟାନ ଦେଉଛି।

ସେହିପରି ମାଲକାନଗିରି ଜିଲ୍ଲାରେ ନକ୍ସଲ ଗତିବିଧି ସେତେଟା ନଥିଲେ ମଧ୍ୟ ପୁଲିସ ପକ୍ଷରୁ ଜୋରଦାର ଅପରେସନ କରାଯାଉଛି। ସୀମାରେ ଯାଞ୍ଚ କରାଯାଉଛି। ସହିଦ ସପ୍ତାହ ସରିବାକୁ ଆଉ ୫ ଦିନ ରହଥିବାରୁ କୌଣସି ଅଘଟଣ ଯେପରି ନହୁଏ ସେଥିପ୍ରତି ଦୃଷ୍ଟି ଦିଆଯାଉଥିବା ପୁଲିସ କହିଛି।

maoists 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe